Advertisment

ଟିକା ମିଶ୍ରଣ ଦ୍ୱନ୍ଦ୍ୱ ପରେ କଣ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭୁବନେଶ୍ୱର: ଦେଶରେ କୋଭିଡ୍ ଟିକାର ଅଭାବ ନେଇ ଚାଲିଥିବା ତର୍କ ବିତର୍କ ଭିତରେ ICMR ମହାନିର୍ଦ୍ଦେଶକଙ୍କ ଭରସା। ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣ ସଂପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି ICMR ଡିଜି ବଲରାମ ଭାର୍ଗବ। ଜୁଲାଇ ମଧ୍ୟ କିମ୍ବା…

author-image
Chandan Shishu
ଟିକା ମିଶ୍ରଣ ଦ୍ୱନ୍ଦ୍ୱ ପରେ କଣ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

vaccaine

ଭୁବନେଶ୍ୱର: ଦେଶରେ କୋଭିଡ୍ ଟିକାର ଅଭାବ ନେଇ ଚାଲିଥିବା ତର୍କ ବିତର୍କ ଭିତରେ ICMR ମହାନିର୍ଦ୍ଦେଶକଙ୍କ ଭରସା। ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣ ସଂପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି ICMR ଡିଜି ବଲରାମ ଭାର୍ଗବ। ଜୁଲାଇ ମଧ୍ୟ କିମ୍ବା ଅଗଷ୍ଟ ସୁଦ୍ଧା ଦେଶରେ ଦୈନିକ ୧ କୋଟି ଲୋକଙ୍କୁ ଟିକା ଦେବାପାଇଁ ପର୍ଯ୍ୟାପ୍ତ ଡୋଜ୍ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି। ଭାର୍ଗବ କହିଛନ୍ତି- ଦୁନିଆରେ ଟିକା ଉତ୍ପାଦନ କରୁଥିବା ୫ଟି ଦେଶ ମଧ୍ୟରୁ ଭାରତ ଅନ୍ୟତମ ଟିକା ଉତ୍ପାଦନ ହେଉଥିବାରୁ ଟିକା ମିଳିବାରେ ଅସୁବିଧା ରହିବ ନାହିଁ। ତେବେ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ସମସ୍ତଙ୍କୁ ଟିକା ଦେବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି।

Advertisment

ସେହିଭଳି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭ୍ୟାକ୍ସିନ ପ୍ରଦାନ ପ୍ରୋଟକଲରେ କୌଣସି ପରିବର୍ତ୍ତନ ହେବ ନାହିଁ। କୋଭିସିଲ୍ଡ ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ପରେ ହିଁ ଦ୍ୱିତୀୟ ଡୋଜ୍ ଦିଆଯିବ। କୋଭ୍ୟାକ୍ସିନ କାର୍ଯ୍ୟସୂଚୀରେ ବି କିଛିି ପରିବର୍ତ୍ତନ ହୋଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ମିଶ୍ରଣ ଟିକାକୁ ନେଇ ଜୋର ଧରିଥିବା ଚର୍ଚ୍ଚା ଭିତରେ ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ ପରାମର୍ଶ ଦେଇଛନ୍ତି ଯେ ଯେଉଁ ଟିକା ପ୍ରଥମ ଡୋଜ୍ ନେଇଛନ୍ତି, ସେହି ଟିକା ୨ୟ ଡୋଜ୍ ନିଅନ୍ତୁ ଟିକା ଆଦୌ ମିଶ୍ରଣ କରନ୍ତୁ ନାହିଁ ଓ ଏଥିପାଇଁ ବୈଜ୍ଞାନିକଙ୍କ ଅନୁମତି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏପଟେ ଦେଶରେ ଆଜି ଆସିଥିବା ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଦେଖାଇଛି ନୂଆ ଆଶା। ମେ ମାସରେ ସୁନାମୀ ଭଳି ମାଡ଼ି ଆସିଥିବା ମହାମାରୀରେ ଜୁନ୍ ପହିଲାରୁ ସୁଧାର ସ୍ଥିତି ପରିଲକ୍ଷିତ ହୋଇଛି। କାରଣ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୨୭ ହଜାର ୫୧୦ ସଂକ୍ରମିତ, ଯାହାକି ଗତ ୫୪ ଦିନରେ ସର୍ବନିମ୍ନ ଦୈନିକ ସଂକ୍ରମଣ। ସେହିଭଳି ଦୀର୍ଘ ୩୪ ଦିନ ପରେ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୩ ହଜାର ତଳକୁ ଖସିଛି। ଦେଶରେ ଏବେ ୧୮ ଲକ୍ଷ ୯୫ ହଜାର ୫୨୦ଟି ସକ୍ରିୟ ମାମଲା ରହିଛି। ୪୩ ଦିନ ପରେ ଆକ୍ଟିଭ୍ କେଶ୍ ୨୦ ଲକ୍ଷ ତଳକୁ ହ୍ରାସ ପାଇଥିବା ଜଣାପଡିଛି। ଦୈନିକ ପଜିଟିଭିଟି ହାର ବି ୬ ଦଶମିକ ୬୨କୁ ହ୍ରାସ ପାଇଛି।

Advertisment

ଅନ୍ୟପକ୍ଷରେ ନୂଆ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ସଂଖ୍ୟକ ବ୍ୟକ୍ତି ସୁସ୍ଥ ହେବା ଟ୍ରେଣ୍ଡ ଲଗାତାର ୧୯ ଦିନ ପାଇଁ ଜାରି ରହିଛି। ଏଯାଏଁ ମୋଟ ୨ କୋଟି ୫୯ ଲକ୍ଷ ୪୭ ହଜାର ସୁସ୍ଥ ହେବା ସହ ଆରୋଗ୍ୟ ହାର ୯୨ ଦଶମିକ ୦୯ରେ ପହଞ୍ଚିଛି। ଏସବୁ ତଥ୍ୟ ସୂଚାଉଛି, ଲକଡାଉନ୍-ସଟଡାଉନ୍‌ର ପ୍ରଭାବ କେତେଦୂର ପଡ଼ିଛି। ଘାତକ ମେରେ ଦେଶରେ ୯୦ ଲକ୍ଷରୁ ଅଧିକ ପଜିଟିଭ ମାମଲା ଚିହ୍ନଟ ହୋଇଥିଲା। କରୋନା କାଳଠାରୁ ମାସିକ ସଂକ୍ରମଣରେ ଏହା ଏପର୍ଯ୍ୟନ୍ତ ବିଶ୍ୱରେ ଯେକୌଣସି ଦେଶରେ ସର୍ବାଧିକ ଗତ ଏପ୍ରିଲରେ ଦେଖାଦେଇଥିବା ସଂକ୍ରମିତଙ୍କ ସଂଖ୍ୟାଠାରୁ ଏହା ୩୦ ପ୍ରତିଶତ ଅଧିକ ଥିଲା। ସେହିଭଳି ମେରେ ମୃତ୍ୟୁ ସଂଖ୍ୟା ଥିଲା ପାଖାପାଖି ୧ଲକ୍ଷ ୨୦ ହଜାର ଯାହା ଏପ୍ରିଲ୍ ତୁଳନାରେ ଅଢେଇ ଗୁଣା ଅଧିକ।

Advertisment
Advertisment