Advertisment

ଜୀବନ ବଞ୍ଚାଉଛି ଡବଲ୍ ଜୋଜ୍‌ ଭ୍ୟାକ୍ସିନ୍

ଭୁବନେଶ୍ୱର: ଟିକାକୁ ନେଇ ବଡ଼ ଖୁସି ଖବର ଦେଲା ଏମ୍ସ ଗବେଷଣା। ଟିକା ନେଇଥିବା ଲୋକଙ୍କ ପ୍ରତି ଘାତକ ହୋଇପାରୁନି କରୋନା। ଡବଲ ଡୋଜ୍ ଟିକା ନେଇଥିବା ଲୋକ ସଂକ୍ରମିତ ହେଉଥିଲେ ବି ମୃତ୍ୟୁ ଘଟୁନି। ଏପ୍ରିଲ-ମେ ବ୍ରେକ୍ ଥ୍ରୁ ଜିନୋମ…

author-image
Chandan Shishu
ଅଦ୍ୟତନ ହୋଇଛି
ଜୀବନ ବଞ୍ଚାଉଛି ଡବଲ୍ ଜୋଜ୍‌ ଭ୍ୟାକ୍ସିନ୍

vaccine

ଭୁବନେଶ୍ୱର: ଟିକାକୁ ନେଇ ବଡ଼ ଖୁସି ଖବର ଦେଲା ଏମ୍ସ ଗବେଷଣା। ଟିକା ନେଇଥିବା ଲୋକଙ୍କ ପ୍ରତି ଘାତକ ହୋଇପାରୁନି କରୋନା। ଡବଲ ଡୋଜ୍ ଟିକା ନେଇଥିବା ଲୋକ ସଂକ୍ରମିତ ହେଉଥିଲେ ବି ମୃତ୍ୟୁ ଘଟୁନି। ଏପ୍ରିଲ-ମେ ବ୍ରେକ୍ ଥ୍ରୁ ଜିନୋମ ସିକ୍ୱେନ୍ସିଂ ଗବେଷଣାରୁ ଏମ୍ସ ସ୍ପଷ୍ଟ କରିଛି। ବିଭିନ୍ନ ବର୍ଗର ମୋଟ ୬୩ ଜଣଙ୍କୁ ନେଇ ଏମ୍ସ ସର୍ବେକ୍ଷଣ କରିଥିଲା। ୬୩ ଜଣଙ୍କ ମଧ୍ୟରୁ ୩୬ ଡବଲ, ୨୭ ଜଣ ସିଙ୍ଗିଲ୍ ଡୋଜ୍ ଟିକା ନେଇଥିଲେ। ୬୩ ଜଣଙ୍କ ମଧ୍ୟରୁ ୧୦ ଜଣ କୋଭିସିଲ୍ଡ ଓ ୫୩ ଜଣ କୋଭାକ୍ସିନ ନେଇଥିଲେ। ଚିହ୍ନଟ ଲୋକମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଜ୍ୱର ହୋଇଥିଲେ ବି ଜୀବନ ଯାଇନଥିଲା। ଟିକା ଭଲ କାମ କରୁଥିବା ଏବଂ ଟିକା ହିଁ ଜୀବନ ରକ୍ଷକ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଛି।

Advertisment

କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ନେବାର ୧୨ରୁ ୧୬ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ଦିଆଯାଉଛି। ସେହିପରି କୋଭାକ୍ସିନ୍ ଟିକା ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଦିଆଯାଉଛି।

Advertisment
Advertisment