/odishatv-khabar/media/post_attachments/uploadimage/library/16_9/16_9_0/patient_1620469582.jpg)
patient
ନୂଆଦିଲ୍ଲୀ: କୋଭିଡ଼ ନୀତିରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର। ମେଡିକାଲରେ ଆଡମିଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ପଜିଟିଭ ରିପୋର୍ଟ ନଥିଲେ ବି କୋଭିଡ଼ ହସ୍ପିଟାଲରେ ଆଡମିଶନ ହୋଇପାରିବ। ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ରୋଗୀଙ୍କୁ ଆଡମିଶନ କରାଯାଇପାରିବ। କୌଣସି ରୋଗୀଙ୍କୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନକରିବା ଲାଗି ନୂଆ ନୀତି ଆରମ୍ଭ ହୋଇଛି।
Advertisment
ଅନ୍ୟ ସହରର ହୋଇଥିଲେ ବି ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ନିର୍ଦ୍ଦିଷ୍ଟ ପରିଚୟପତ୍ର ଦେଖାଇ ନପାରିଲେ ବି ଚିକିତ୍ସା ସୁବିଧା ମିଳିବ। ‘’ଆବଶ୍ୟକତା’’ ହିଁ ହସ୍ପିଟାଲରେ ଆଡମିଶନ ମାପକାଠି ରହିବ। ରୋଗୀପାଇଁ ଆଡମିଶନ ଜରୁରୀ ଅଛି ତ, ନିଶ୍ଚିତ ଆଡମିଶନ କରାଯାଉ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)