/odishatv-khabar/media/post_attachments/uploadimage/library/16_9/16_9_0/nitessh-kumar_1625269563.jpg)
nitessh-kumar
ପାଟନା: ବହୁ ଆଲୋଚନା ପର୍ଯ୍ୟାଲୋଚନା ତର୍କ ବିତର୍କ ପରେ ବିହାରରେ ଏନ୍ଡିଏର ଆସନ ବୁଝାମଣା ହୋଇଛି। ନୀତୀଶ ୫୦-୫୦ ଫର୍ମୁଲାରେ ରାଜି ହୋଇଥିବା ଖବର ମିଳୁଛି। ଅକ୍ଟୋବର ୨୮ ତାରିଖରୁ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ଭାଗ ବଣ୍ଟା ହୋଇଛି।
ସୂଚନା ଅନୁସାରେ, ବିହାର ବିଧାନସଭାର ୨୪୩ ସିଟ୍ ମଧ୍ୟରୁ ଜେଡିୟୁ ୧୨୨ ଟି ଆସନରୁ ପ୍ରାର୍ଥୀ ଦେବାକୁ ଥିବା ବେଳେ ବିଜେପିକୁ ମିଳିବ ୧୨୧ ଆସନ।
ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ, ଜେଡିୟୁ ଜିତନ ରାମ ମାଝୀଙ୍କ ଦଳ ‘ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା’କୁ ୫-୭ ସିଟ୍ ଦେବାକୁ ଥିବା ବେଳେ ବିଜେପି ମଧ୍ୟ ଚିରାଗ ପାସୱାନଙ୍କ ଦଳ ଏଲ୍ଜେପି(ଲୋକ ଜନଶକ୍ତି ପାର୍ଟି) ସହିତ ନିଜ ଭାଗର ଆସନ ବାଣ୍ଟିବ। ଯଦି ୨୦୨୦ ବର୍ଷ ନିର୍ବାଚନ ପାଇଁ ଚିରାଗ ପାସ୍ୱାନ୍ ଏନ୍ଡିଏ ସହିତ ରହିବାକୁ ରାଜି ହୁଅନ୍ତି ତେବେ ବିଜେପି ସିଟ୍ ଶେୟାର କରିବ। କିନ୍ତୁ ଏ ସମ୍ପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।
ବିହାର ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଏନ୍ଡିଏରେ ଗୋଳମାଳ ଚାଲିଛି। ଚିରାଗ ପାସ୍ୱାନ ତାଙ୍କ ଦଳ ପାଇଁ ବିଜେପି ପାଖରେ ଅଧିକ ଆସନ ଦାବି କରୁଛନ୍ତି। ବିଜେପି ପାଖରୁ ଅନ୍ତତଃପକ୍ଷେ ୪୨ ସିଟ୍ ଚାହୁଁଛି ଏଲ୍ଜେପି। ଅନ୍ୟପଟେ ବିଜେପି କିନ୍ତୁ ଏଲ୍ଜେପିକୁ ୧୫ ସିଟ୍ ଦେବ ବୋଲି କହୁଛି। ଉଭୟ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଏଲ୍ଜେପି ବିହାର ଇଲେକ୍ସନରେ ୧୪୩ ସିଟ୍ର ଏକାକୀ ଲଢ଼ିବ ବୋଲି ଇଶାରା ଦେଉଛି। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ କୌଣଶି ମିମାଂସା ହୋଇପାରିନି।
ତେବେ ଦୀର୍ଘ ଚାରି ଘଣ୍ଟା ଧରି ବିଜେପି ଓ ଜେଡିୟୁ ମଧ୍ୟରେ ପାଟନାରେ ଆସନ ବୁଝାମଣା ନେଇ ଆଲୋଚନା ହୋଇଥିଲା। ବୈଠକରେ ଡେଜିୟୁର ୪ ଟପ୍ ନେତା ଲଲନ ସିଂହ, ଆର୍ସିପି ସିଂହ, ଭିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ବିହାର ଦାୟିତ୍ୱରେ ଥିବା ବଜେପିର ନେତା ଦେବେନ୍ଦ୍ର ଫଡନାଭିସ ଏବଂ ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନାରେ ନୀତୀଶ ୫୦-୫୦ ଫର୍ମୁଲାରେ ରାଜି ହୋଇଥିବା ସୂଚନା ମିଳିଛି।
ଅକ୍ଟୋବର ୨୮ରୁ ୩ଟି ପର୍ଯ୍ୟାୟରେ ଭୋଟିଂ ଆରମ୍ଭ ହେବ। ଅକ୍ଟୋବର୨୮, ନଭେମ୍ବର ୩ ଓ ୭ରେ ଭୋଟିଂ ଶେଷ ହେବା ପରେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ବିରୋଧୀ ଦଳର ଯୋଜନା ଓ ଆସନ ବୁଝାମଣା
ଅନ୍ୟପଟେ ବିହାରରେ ନିର୍ବାଚନ ପାଇଁ ବିରୋଧୀ ଦଳ ମହାମେଣ୍ଟ କରିଛି। ଏହି ମହାମେଣ୍ଟରେ ନେତୃତ୍ୱ ନେବେ ଆର୍ଜେଡି ସୁପ୍ରିମୋ ତେଜସ୍ୱୀ ଯାଦବ। ତାଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ବେଳେ ଦଳକୁ ଅଧିକ ସିଟ୍ ମିଳିଛି। ସେହିପରି କଂଗ୍ରେସ ମେଣ୍ଟର ଦ୍ୱିତୀୟ ଦଳ ଭାବେ ଅଧିକ ସିଟ୍ ପାଇଛି।
ମହାମେଣ୍ଟରେ ଆର୍ଜେଡି ସର୍ବାଧିକ ୧୪୪ ଆସନ ଦାବି କରୁଥିବା ବେଳେ କଂଗ୍ରେସ ୭୦ ସିପିଆଇ-୬, ସିପିଏମ୍-୪, ସିପିଆଇ(ଏମ୍ଏଲ୍)-୧୯ ସିଟ୍ ମିଳିଛି। ଆର୍ଜେଡିକୁ ମିଳିଥିବା ୧୪୪ ସିଟ୍ ମଧ୍ୟରୁ ଦଳ ଭିଆଇପି(ବିକାଶଶୀଳ ଇନ୍ସାନ ପାର୍ଟି) ଓ ଜେଏମ୍ଏମ୍(ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା)ପାର୍ଟି ସହିତ ଆସନ ବୁଝାମଣା କରିବ। ଦଳ କାହାକୁ କେତେ ଆସନ ଦେବ ସେନେଇ ଦୁଇ ତିନି ଦିନ ଭିତରେ ଜଣାଇ ଦିଆଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।
ତେବେ ଶୁଣିବାକୁ ମିଳୁଛି ଯେ ଏହି ମହାମେଣ୍ଟରେ ସବୁଠାରୁ ଅଧିକ ୧୩୫ ଆସନରେ ଆର୍ଜେଡି ପ୍ରାର୍ଥୀ ଦେବ। ଅନ୍ୟପଟେ ଦ୍ୱିତୀୟ ଦଳ ଭାବେ କଂଗ୍ରେସକୁ ୬୫-୭୦ ସିଟ୍ ମିଳିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)