Advertisment

ବିହାରରେ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ଦାୟିତ୍ୱ ?

ପାଟନା: ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନ୍‌ଡିଏ ସରକାର ଗଠନ କରିଛି। ଗତକାଲି ୧୪ ମନ୍ତ୍ରୀ ଶପଥ ନେଇଛନ୍ତି। ଆଜି ସେମାନଙ୍କ ପାଇଁ ବିଭାଗ ବଣ୍ଟନ ହେବ। ନୀତୀଶ ନିଜ ପାଖରେ ଗୃହମନ୍ତ୍ରାଳୟ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ବିଭାଗ ରଖିଛନ୍ତି। ଏହିସବୁ ବିଭାଗ ମନ୍ତ୍ରୀମାନଙ୍କୁ ଦିଆଯାଇ ନାହିଁ। ସେହିଭଳି ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ, ବାଣିଜ୍ୟିକ କର, ପରିବେଶ ଓ ବନ, ବିପର୍ଯ୍ୟୟ ପରିଚାଳନା, ସହର ବିକାଶ ସହିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦିଆଯାଇଛି। ସେହିଭଳି […]

ଅଦ୍ୟତନ ହୋଇଛି
ବିହାରରେ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ଦାୟିତ୍ୱ ?

bihar

Advertisment

ପାଟନା: ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନ୍‌ଡିଏ ସରକାର ଗଠନ କରିଛି। ଗତକାଲି ୧୪ ମନ୍ତ୍ରୀ ଶପଥ ନେଇଛନ୍ତି। ଆଜି ସେମାନଙ୍କ ପାଇଁ ବିଭାଗ ବଣ୍ଟନ ହେବ। ନୀତୀଶ ନିଜ ପାଖରେ ଗୃହମନ୍ତ୍ରାଳୟ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ବିଭାଗ ରଖିଛନ୍ତି। ଏହିସବୁ ବିଭାଗ ମନ୍ତ୍ରୀମାନଙ୍କୁ ଦିଆଯାଇ ନାହିଁ।

Advertisment

ସେହିଭଳି ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ, ବାଣିଜ୍ୟିକ କର, ପରିବେଶ ଓ ବନ, ବିପର୍ଯ୍ୟୟ ପରିଚାଳନା, ସହର ବିକାଶ ସହିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦିଆଯାଇଛି। ସେହିଭଳି ଆଉଜଣେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ପଞ୍ଚାୟତରାଜ, ପଛୁଆ ବର୍ଗର ଉତ୍ଥାନ, ଆର୍ଥିକ ପଛୁଆ ବର୍ଗ କଲ୍ୟାଣ ସହିତ ଶିଳ୍ପ ବିଭାଗ ମିଳିଛି।

ସେହିଭଳି ବିଜୟ ଚୌଧୁରୀଙ୍କୁ ଗ୍ରାମୀଣ ଇଞ୍ଜିନିୟରିଂ ବିଭାଗ, ଗ୍ରାମୀଣ ବିକାଶ, ଜଳ ସମ୍ପଦ, ସୂଚନା ଓ ପ୍ରସାରଣ ସହିତ ସଂସଦୀୟ କାର୍ଯ୍ୟ ବିଭାଗ ଦାୟିତ୍ୱ ମିଳିଛି। ସେହିପରି ବିଜେନ୍ଦ୍ର ଯାଦବଙ୍କୁ ଶକ୍ତି ବିଭାଗ, ଯୋଜନା ଓ ଖାଦ୍ୟ ଏବଂ ଖାଉଟି ବିଭାଗ ଦିଆଯାଇଛି।

Advertisment

ଅଶୋକ ଚୌଧୁରୀଙ୍କୁ- ଗୃହନିର୍ମାଣ, ସାମାଜିକ କଲ୍ୟାଣ, ବିଜ୍ଞାନ ଜ୍ଞାନକୌଶଳ ସହିତ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରାଳୟ ଦିଆଯାଇଛି।

ମେବାଲାଲ୍‌ ଚୌଧୁରୀଙ୍କୁ ଶିକ୍ଷାମନ୍ତ୍ରାଳୟ, ଶୀଲା କୁମାରଙ୍କୁ ପରବହନ ମନ୍ତ୍ରାଳୟ, ସନ୍ଦୋଷ ମାଝୀଁଙ୍କୁ ଲଘୁ ଜଳ ସେଚନ ସହିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦିଆଯଆଇଛି। ସେହିପରି ମୁକେଶ ସାହନୀଙ୍କୁ ପଶୁପାଳନ ଓ ମତ୍ସ୍ୟ ମନ୍ତ୍ରାଳୟ ମିଳିଛି।

Advertisment

ତେବେ ନୂଆ ସରକାରରେ ବିଜେପି ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ପ୍ରଭାବ ବଢ଼ିଛି। ତାଙ୍କୁ ସ୍ୱାସ୍ଥ୍ୟ ସହିତ ସଡ଼କ ନିର୍ମାଣ ଓ କଳାସଂସ୍କୃତି ବିଭାଗ ଦିଆଯାଇଛି। ଅମରେନ୍ଦ୍ର ସିଂହଙ୍କୁ କୃଷି, କୋଅପରେଟିଭ୍ ଓ ଆଖୁ ବିଭାଗ ମିଳିଥିବା ବେଳେ ରାମପ୍ରୀତ ପାସୱାନଙ୍କୁ ପିଏଚ୍‌ଇଡି ବିଭାଗ ମିଳିଛି ସେହିଭଳି ରାମସୁରତଙ୍କୁ ରାଜସ୍ୱ ଓ ଆଇନ ମନ୍ତ୍ରାଳୟ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ