/odishatv-khabar/media/post_attachments/uploadimage/library/16_9/16_9_0/GADKARI_1627367351.jpg)
GADKARI
ନୂଆଦିଲ୍ଲୀ: ଦେଶର ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହି ଟ୍ରାକ୍ଟର ଦ୍ୱାରା ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଜାଳେଣି ଖର୍ଚ୍ଚ କମ୍ କରାଯାଇପାରିବ ବୋଲି ସରକାର ଆକଳନ କରାଯାଇଛି। ଲୋକାର୍ପଣ ହୋଇଥିବା ଟ୍ରାକ୍ଟରଟି ଡିଜେଲ ଇଞ୍ଜିନରୁ ସିଏନ୍ଜି ଇଞ୍ଜିନକୁ ବଦଳାଯାଇଛି।
ଟ୍ରାକ୍ଟରକୁ ନିଜେ ଗଡ଼କରି କିଣିଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଗାଡ଼ିର ରେଜିଷ୍ଟ୍ରେସନ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଡିଜେଲ ଇଞ୍ଜିନରୁ ସିଏନ୍ଜି ଇଂଜିନକୁ ପରିବର୍ତ୍ତନ କରାଯିବାର କାମ ଉଭୟ ରାଓ୍ୱମତ ଟେକ୍ନୋ ସଲ୍ୟୁସନ୍ ଓ ତୋମାସେତୋ ଆଚିଲ୍ଲେ ଇଣ୍ଡିଆ କଂପାନୀ ଦ୍ୱାରା କରାଯାଇଛି।
ଜାଳେଣି ଖର୍ଚ୍ଚ କମିବା ଫଳରେ ଚାଷୀମାନେ ଲାଭବାନ ହେବେ। ଏହାସହ ଶସ୍ୟ ଉତ୍ପାଦନ କ୍ଷମତା ବଢ଼ାଇବାରେ ଏହା ସହାୟକ ହେବ ବୋଲି ସରକାର କହିଛନ୍ତି। ଆଗାମୀ ଦିନରେ ଦେଶରେ ସବୁ ଜିଲ୍ଲାରେ ଏଭଳି ସିଏନ୍ଜି ଚାଳିତ ଟ୍ରାକ୍ଟର ସଜାଡ଼ିବା କେନ୍ଦ୍ର ସ୍ଥାପନ କରାଯିବ ବୋଲି କୁହାଯାଇଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରସ୍ତୋମ ରୁପଲା ଓ ଭିକେ ସିଂହ ମଧ୍ୟ ଉପସ୍ଥିତ ଥିଲେ।
ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଅପେକ୍ଷା ସିଏନ୍ଜି ବା ଗ୍ୟାସ୍ର ମୂଲ୍ୟ ଅପେକ୍ଷାକୃତ କମ୍ ରହିଛି। ତା ଛଡ଼ା ଡିଜେଲ୍ ଓ ପେଟ୍ରୋଲ୍ ଚାଳିତ ଗାଡ଼ି ଅପେକ୍ଷା ଗ୍ୟାସ୍ ଚାଳିତ ଗାଡ଼ିର ମାଇଲେଜ୍ ଭଲ ବୋଲି ସଡ଼କ ପରିବହନମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି। ତା ସହିତ ସିଏନ୍ଜି ଟାଙ୍କି ଟାଇଟ୍ ସିଲ୍ ହୋଇ ରହିଥାଏ। ତେଣୁ ଇନ୍ଧନ ପୂରଣ ବେଳେ କିମ୍ବା ଇନ୍ଧନ ଉଛୁଳିଲା ବେଳେ ବିସ୍ଫୋରଣର ଆଶଙ୍କା କମ୍ ରହିଥାଏ। ତେଣୁ ଏହା ଅଧିକ ସୁରକ୍ଷିତ ମଧ୍ୟ।
ସିଏନ୍ଜି ଗାଡ଼ିର ବ୍ୟବହାରବହୁଳତା ନେଇ ସଡ଼କ ପରିବହନ ମନ୍ତ୍ରାଳୟ କହିଛି "ଏହା ଭବିଷ୍ୟତ, ତେବେ ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ପାଖାପାଖି ୧୨ ଲକ୍ଷରୁ ଅଧିକ ଗ୍ୟାସ୍ ଚାଳିତ ଗାଡ଼ି ରହିଛି। ଅଧିକରୁ ଅଧିକ କମ୍ପାନୀ ଓ ମ୍ୟନିସିପାଲଟିଗୁଡ଼ିକ ମଧ୍ୟ ସିଏନ୍ଜି ଅଭିଯାନରେ ସାମିଲ ହେଉଛନ୍ତି ବୋଲି ସେ କହିଛନ୍ତି।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)