Advertisment

କେରଳରେ ପୁଣି ନିପା ଭାଇରସ୍‌ ଆତଙ୍କ

ନୂଆଦିଲ୍ଲୀ: କେରଳକୁ ପୁଣି ଫେରିଛି ନିପା ଭାଇରସ୍! ନିପା ଆକ୍ରାନ୍ତ ସନ୍ଦେହରେ ଜଣେ ରୋଗୀଙ୍କୁ ଗତକାଲି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ରିପୋଟ୍ ପଜେଟିଭ୍ ଆସିଛି। ଆଜି ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ସୈଲଜା। ଏହି ଘଟଣା ଜଣାପଡ଼ିବା ପରେ ନିପାକୁ ନେଇ କେରଳରେ ପୁଣି ଆତଙ୍କ ଖେଳି ଯାଇଛି। କୋଚି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କୁ ଏବେ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି। […]

author-image
Minati Mishra
କେରଳରେ ପୁଣି ନିପା ଭାଇରସ୍‌ ଆତଙ୍କ

nipah-

ନୂଆଦିଲ୍ଲୀ: କେରଳକୁ ପୁଣି ଫେରିଛି ନିପା ଭାଇରସ୍! ନିପା ଆକ୍ରାନ୍ତ ସନ୍ଦେହରେ ଜଣେ ରୋଗୀଙ୍କୁ ଗତକାଲି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ରିପୋଟ୍ ପଜେଟିଭ୍ ଆସିଛି। ଆଜି ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ସୈଲଜା। ଏହି ଘଟଣା ଜଣାପଡ଼ିବା ପରେ ନିପାକୁ ନେଇ କେରଳରେ ପୁଣି ଆତଙ୍କ ଖେଳି ଯାଇଛି।

Advertisment

କୋଚି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କୁ ଏବେ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍ । ଏହି ଘଟଣା ପରେ କେରଳର କିଛି ସମ୍ବେଦନଶୀଳ ଅଞ୍ଚଳରେ ଡାକ୍ତର ଟିମ୍‌କୁ ମୁତୟନ କରାଯାଇଛି । ରୋଗ ଯେପରି ନ ବ୍ୟାପିବ ସେ ନେଇ ସ୍ୱତନ୍ତ୍ର ଟିମ୍ ନଜର ରଖିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ମଧ୍ୟ ଡକାଯାଇଛି । ଗତବର୍ଷ ନିପା ଭାଇରସ୍ ଯୋଗୁଁ କେରଳରେ ୧୭ ଜଣଙ୍କ ମୃତ୍ୟୁ  ହୋଇଥିଲା ।

Advertisment
Advertisment