Advertisment

ଦିଲ୍ଲୀରେ ଲାଗୁହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ପୁରା ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଆସିଛି। ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ହାରରେ ବଢି ଚାଲିଛି। ଗତକାଲି ଦେଶରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ଏକ ଲକ୍ଷରୁ ଟପିଥିଲା ଯାହା ଚିନ୍ତାର ବିଷୟ ଥିଲା। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ […]

author-image
Minati Mishra
ଦିଲ୍ଲୀରେ  ଲାଗୁହେଲା ନାଇଟ କର୍ଫ୍ୟୁ

curfew

ନୂଆଦିଲ୍ଲୀ: ପୁରା ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଆସିଛି। ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ହାରରେ ବଢି ଚାଲିଛି। ଗତକାଲି ଦେଶରେ ନୂଆ କରୋନା ପଜିଟିଭଙ୍କ ସଂଖ୍ୟା ଏକ ଲକ୍ଷରୁ ଟପିଥିଲା ଯାହା ଚିନ୍ତାର ବିଷୟ ଥିଲା। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି।

Advertisment

ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଏପ୍ରିଲ ୩୦ ତାରିଖ ଯାଏ ଲାଗୁ ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ନାଇଟ୍‌ କର୍ଫ୍ୟୁ ସମୟରରେ ଯେଉଁମାନେ ଭାକ୍ସିନ ଲଗାଇବା ପାଇଁ ଯିବାକୁ ଚାହିଁବେ ସେମାନଙ୍କ ପାଇଁ ନିୟମ କୋହଳ କରାଯିବ। ରାଶନ, ଫଳ, ପନିପରିବା, ଦୁଧ, ଔଷଧ ଆଦି ଦୋକାନକ ଇ-ପାସ ଜରିଆରେ ଯିବା ଆସିବା ପାଇଁ ଛାଡ ମିଳିବ। ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆକୁ ମଧ୍ୟ ଇ-ପାସ୍‌ ଜରିଆରେ ଯିବା ଆସିବା ପାଇଁ ଅନୁମତି ମିଳିବ। ଆଇକାର୍ଡ ଦେଖାଇ ପ୍ରାଇଭେଟ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ ଯାଇ ପାରିବେ।

ବୈଧ ଟିକେଟ ଦେଖାଇଲେ ଏୟାରପୋର୍ଟ, ରେଲୱେ ଷ୍ଟେଶନ ଏବଂ ବସ୍‌ ଷ୍ଟାଣ୍ଡକୁ ଯାଉଥିବା ଯାତ୍ରୀଙ୍କୁ ଛାଡ ମିଳିବ। ଗର୍ଭବତୀ ମହିଳା, ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କୁ ମଧ୍ୟ ଛାଡ ମିଳିବ। ଜରୁରୀ ସେବା ପାଇଁ ସବୁ ବିଭାଗ ଲୋକଙ୍କୁ ଛାଡ କରାଯିବ ବୋଲି କୁହାଯାଇଛି।
Advertisment
ସୂଚନାଥାଉ କି, ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏବେ ଦିଲ୍ଲୀରେ ସକ୍ରିୟ ମାମଲା ୧୪, ୫୦୦ ରହିଛି। ୨୪ ଘଣ୍ଟାରେ ଦିଲ୍ଲୀରେ ୩୫୪୮ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ଦିନକରେ ୨୯୩୬ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୬, ୭୯, ୯୬୨ ରହିଛି।

Corona News Today
Advertisment
Advertisment