Advertisment

ଏହି ଦେଶରେ ୧୦୦ ଦିନ ହେବ ଗୋଟିଏ ବି ପଜିଟିଭ୍ ଚିହ୍ନଟ ହୋଇନି!

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠାରେ ଗତ ୧୦୦ ଦିନ ହେବ, କୌଣସି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ। ସେହି ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ। ଯେଉଁଠାରେ ଗତ ୧୦୦ ଦିନରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ତେବେ ନ୍ୟୁଜିଲ୍ୟାଣ୍ଡ ଏମିତି କ’ଣ ବ୍ୟବସ୍ଥା କରିଛି, ଯେଉଁଥିରେ କରୋନା ପୂରା ନିୟନ୍ତ୍ରଣକୁ ଆସିଛି? ନ୍ୟୁଜିଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀ […]

author-image
Ranjeet Kumar Jena
ଏହି ଦେଶରେ ୧୦୦ ଦିନ ହେବ ଗୋଟିଏ ବି ପଜିଟିଭ୍ ଚିହ୍ନଟ ହୋଇନି!

nz

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱରେ ତା'ର କାୟା ବିସ୍ତାର କରିବାରେ ଲାଗିଛି। କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠାରେ ଗତ ୧୦୦ ଦିନ ହେବ, କୌଣସି କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ। ସେହି ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ। ଯେଉଁଠାରେ ଗତ ୧୦୦ ଦିନରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ତେବେ ନ୍ୟୁଜିଲ୍ୟାଣ୍ଡ ଏମିତି କ'ଣ ବ୍ୟବସ୍ଥା କରିଛି, ଯେଉଁଥିରେ କରୋନା ପୂରା ନିୟନ୍ତ୍ରଣକୁ ଆସିଛି?

Advertisment

publive-image

ନ୍ୟୁଜିଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କ ମତରେ, କରୋନାକୁ ରୋକିବା ପାଇଁ ତାଙ୍କ ସରକାର କିଛି କଠୋର ପଦକ୍ଷେପ ଓ ସମୟ ପୂର୍ବରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଭଳି ରଣନୀତି ଆପଣାଇଥିଲା। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଯେତେବେଳେ ମାର୍ଚ୍ଚ ୧୯ ତାରିଖରେ ଦେଶର ସୀମାକୁ ବିଦେଶୀଙ୍କ ପାଇଁ ସିଲ୍‌ କଲେ, ସେତେବେଳେ ଦେଶରେ ମାତ୍ର ୨୮ଟି ପଜିଟିଭ୍ ମାମଲା ଥିଲା। ଏହା ପରେ ୨୩ ତାରିଖରେ ଯେତେବେଳେ ଦେଶରେ ଲକଡାଉନ୍ କରାଗଲା, ସେତେବେଳେ ୧୦୨ ମାମଲା ଥିଲା ଏବଂ ଗୋଟିଏ ବି ମୃତ୍ୟୁ ହୋଇନଥିଲା।

ଅନ୍ୟ ଦେଶ ତୁଳନାରେ ନ୍ୟୁଜିଲ୍ୟାଣ୍ଡର ଲକଡାଉନ୍ କଟକଣା ବହୁତ କଡ଼ାକଡ଼ି ଥିଲା। ଲକଡାଉନ୍ ବେଳେ ନ୍ୟୁଜିଲ୍ୟାଣ୍ଡରେ ଲୋକଙ୍କୁ ରେଷ୍ଟୁରାଣ୍ଟରୁ ଡେଲିଭରୀ ନେବାକୁ ଅନୁମତି ନଥିଲା। ଏପରିକି କାହାକୁ ବି ବିଚ୍‌କୁ ଯିବାର ଅନୁମତି ନଥିଲା ଏବଂ ନିଜ ଘରୁ ଦୂର ସ୍ଥାନ ପର୍ଯ୍ୟନ୍ତ ଯିବା ପାଇଁ ମଧ୍ୟ ଅନୁମତି ମିଳୁନଥିଲା। ଏହି କଡ଼ାକଡ଼ି ନିୟମ ପାଖାପାଖି ୫ ସପ୍ତାହ ଧରି ରହିଥିଲା। ଏହା ପରେ ମଧ୍ୟ ଦୁଇ ସପ୍ତାହର ଲକଡାଉନରେ ମଧ୍ୟ କଟକଣା କଡ଼ାକଡ଼ି ଥିଲା।

Advertisment

publive-imageନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ କେବେବି ଦେଶରୁ କରୋନାକୁ ସମ୍ପୂର୍ଣ୍ଣ ଭାବେ ହଟାଇବା କଥା କୁହେ ନାହିଁ। ଏହା ବଦଳରେ ନିଜର କମ୍ୟୁନିଟିରେ ଭାଇରସ୍ ସଂକ୍ରମଣର ଚେନକୁ ଭାଙ୍ଗିବା କଥା ନେଇ ଦେଶବାସୀଙ୍କୁ କହିଥିଲା। ଭବିଷ୍ୟତରେ ମଧ୍ୟ ବିଦେଶରୁ ଯଦି କେହି ଆସନ୍ତି, ତାହେଲେ ଉକ୍ତ ଭାଇରସର ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଜୁଲାଇ ୮ ତାରିଖରେ ନ୍ୟୁଜିଲ୍ୟାଣ୍ଡ ସମସ୍ତ କଟକଣା ହଟାଇବା ନେଇ ଘୋଷଣା କରିଥିଲା। ଏହାର ଶେଷ ୧୭ ଦିନରେ ୪୦ହଜାର ଟେଷ୍ଟ ମଧ୍ୟରୁ ଗୋଟିଏ ବି ପଜିଟିଭ୍ ବାହାରିନଥିଲା। ଜୁନ୍ ମାସ ପରେ ନ୍ୟୁଜିଲ୍ୟାଣ୍ଡରେ ସାଧାରଣ ଜୀବନ ସାମାନ୍ୟ ହୋଇଥିଲା ଏବଂ ଆଉ ଲକଡାଉନର ଆବଶ୍ୟକ ପଡ଼ିଲା ନାହିଁ।

ଲକଡାଉନ୍ ବେଳେ ନ୍ୟୁଜିଲ୍ୟାଣ୍ଡ୍ ସୀମାର ସୁରକ୍ଷାକୁ ନେଇ ବହୁତ କଠୋର ହୋଇଥିଲା। କେବଳ ଦେଶର ନାଗରିକଙ୍କୁ ହିଁ ଆସିବା ପାଇଁ ଅନୁମତି ଥିଲା ଏବଂ ସେମାନଙ୍କୁ ସରକାରୀ କେନ୍ଦ୍ରରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବା ପାଇଁ କୁହାଯାଇଥିଲା। ତା'ଛଡ଼ା ଭୌଗୋଳିକ ଭାବେ ନ୍ୟୁଜିଲ୍ୟାଣ୍ଡ ଏକ ଦ୍ୱିପ ହୋଇଥିବାରୁ ଏହାର ଫାଇଦା ଦେଶକୁ ମିଳିଥିଲା। ଦ୍ୱିପ ହେବା ଦ୍ୱାରା ଅନ୍ୟ ଦେଶର ଭୂମି ସହ ନ୍ୟୁଜିଲ୍ୟାଣ୍ଡର ସୀମା ସହ ମିଶିନଥିଲା।

publive-imageଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱର ଅଧିକାଂଶ ଦେଶ ମାସ୍କ ପିନ୍ଧିବା ଉପରେ ବେଶ୍ ଗୁରୁତ୍ୱ ଦେଇଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ମାସ୍କର କୌଣସି ବିଶେଷ ଭୂମିକା ନଥିଲା। ତେବେ ସରକାର ଲୋକଙ୍କୁ ନିଜ ନିଜର ଘରେ ମାସ୍କ ରଖିବାକୁ କହିଛି, ଯାହାଦ୍ୱାରା ଆଗାମୀ ଦିନରେ ସଂକ୍ରମଣକୁ ରୋକିବା ପାଇଁ ଲୋକେ ଏହାର ବ୍ୟବହାର କରିପାରିବେ।

ପାଖାପାଖି ୫୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ କରୋନାରେ ଏପର୍ଯ୍ୟନ୍ତ ୨୨ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨୧୯ ରହିଛି, ଯେଉଁଥିରୁ ୨୧ଟି ଆକ୍ଟିସ୍ କେସ୍ ରହିଛି। ସମସ୍ତ ଆକ୍ଟିଭ୍ କେସ୍ ଆଇସୋଲେସନ୍ ସେଣ୍ଟରରେ ଅଛନ୍ତି। ଗତ ୧୦୦ ଦିନରେ ଗୋଟିଏ ବି କମ୍ୟୁନିଟି ଟ୍ରାନ୍ସଫରମେସନ୍ ହୋଇନାହିଁ। ସମସ୍ତ ଆକ୍ଟିଭ୍ କେସ୍ ବିଦେଶ ଫେରନ୍ତା। ତେବେ ନୂଆ ମାମଲା ନଆସିବା ସତ୍ତ୍ୱେ ଦେଶରେ କରୋନା ପରୀକ୍ଷା ଜାରି ରହିଛି।

Advertisment
Advertisment