/odishatv-khabar/media/post_attachments/uploadimage/library/16_9/16_9_0/honey-bee-1_1620570573.jpg)
honey bee
ନୂଆଦିଲ୍ଲୀ:କରୋନାର ଦ୍ଵିତୀୟ ଲହର ଭାରତରେ ଦ୍ରୁତ ଗତିରେ ବଢି ଚାଲିଛି । ଏତେ ଦ୍ରୁତ ଗତିରେ ସଂକ୍ରମଣ ବଢୁଛି ଯେ, ଆମର ଚିକିତ୍ସା ବ୍ୟବସ୍ଥା ବି ଫେଲ ମାରିଛି । କେଉଁଠି ଡାକ୍ତରଖାନାରେ ବିଛଣା ମିଳୁନି ତ କେଉଁଠି ଅକ୍ସିଜେନ ନାହିଁ । ଏପରିକି ଏତେ ସଂଖ୍ୟକ ରୋଗୀଙ୍କ ନମୂନା ପରୀକ୍ଷା କରିବା ସମ୍ଭବ ହେଉନାହିଁ । ଏପରି ସ୍ଥିତିରେ ନମୂନା ପରୀକ୍ଷା ପାଇଁ ଏବେ ନୂଆ ତରିକା ବାହାର କରିଛନ୍ତି ବିଶେଷଜ୍ଞମାନେ । ଏକ ପରୀକ୍ଷାରୁ ଜାଣିବାକୁ ପାଇଛନ୍ତି, ମହୁମାଛିମାନଙ୍କୁ ବ୍ୟବହାର କରି ତୁରନ୍ତ କୋଭିଡ ପରୀକ୍ଷା କରାଯାଇ ପାରିବ ।
କୋଭିଡ ଆରଟିପିସିଆର ପରୀକ୍ଷା ରିପୋର୍ଟ ପାଇଁ ଲୋକଙ୍କୁ ଅତି କମ୍ରେ ୪୮ ଘଣ୍ଟାରୁ ଅଧିକ ଲାଗୁଛି । ହେଲେ ଏହି ମହୁମାଛିଙ୍କ ଦ୍ୱାରା ଖୁବ୍ ଶୀଘ୍ର ନମୂନା ପରୀକ୍ଷା କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଜାତୀୟ ଗଣମାଧ୍ୟମ ନିଉଜ-୧୮ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଏହା ଏକ ନୂଆ ପ୍ରକାର ପରୀକ୍ଷା । ୱାସିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଗବେଷକମାନେ କହିଛନ୍ତି, ସେମାନେ ମହୁମାଛିମାନଙ୍କୁ ଏପରି ପ୍ରଶିକ୍ଷିତ କରିଛନ୍ତି, ସେମାନେ ଏହି ଭାଇରସର ସ୍ଵତନ୍ତ୍ର ବାସ୍ନା ସଂସ୍ପର୍ଶରେ ଆସିବା କ୍ଷଣି ନିଜର ଜିଭ ବାହାରକୁ ବାହାର କରିଦେବେ । ଏହା ଏକପ୍ରକାର ରାପିଡ ଟେଷ୍ଟ ପରି କାମ ଦେବ । ପାରମ୍ପରିକ ଲାବ ଟେଷ୍ଟ ତୁଳନାରେ ଏହା ବହୁତ ଅଲଗା ।
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ମହୁମାଛିମାନଙ୍କୁ କରୋନା ଭାଇରସ ଚିହ୍ନବା ପାଇଁ ପ୍ରଶିକ୍ଷିତ କରାଗଲେ ଆର୍ଥିକ ଦୁର୍ବଳ ଦେଶ ଗୁଡିକ ଫାଇଦା ପାଇ ପାରିବେ । ଯେଉଁମାନଙ୍କ ପାଖରେ ପଲିମରାଇଜ ଚେନ ରିଆକ୍ସନ ଟେଷ୍ଟ ପାଇଁ ଜରୁରୀ ସାମଗ୍ରୀ ତଥା ଟେକନିକ୍ ଉପଲବ୍ଧ ନାହିଁ ସେମାନଙ୍କ ପାଇଁ ଏହା ବହୁତ ଉପଦେୟ ହୋଇପାରିବ । ଆର୍ଥିକ ଦୁର୍ବଳ ଦେଶ ଗୁଡିକର ଲାବ୍ରେ ଟେଷ୍ଟିଂ କିଡ୍ ଉପଲବ୍ଧ ହୋଇ ନ ପାରେ କିନ୍ତୁ ମହୁମାଛି ସବୁବେଳେ ସବୁଆଡେ ଉପଲବ୍ଧ ହେବ । ମହୁମାଛି ଦ୍ୱାରା କରୋନା ଟେଷ୍ଟ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଉପକରଣ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ ।
ଗବେଷକମାନେ ପ୍ରାୟ ୧୫୦ ମହୁମାଛିଙ୍କୁ ପାଓଲୋବିୟନ କଣ୍ଡିଶନିଂ ପଦ୍ଧତିରେ ପ୍ରଶିକ୍ଷିତ କରିଥିଲେ । ସେମାନେ ପରୀକ୍ଷା କରି ଦେଖିଲେ, ନମୂନା ସଂସ୍ପର୍ଶରେ ଆସିବା ପରେ ମହୁମାଛିମାନଙ୍କୁ ଚିନି ପାଣି ଦିଆଗଲା । ଯେଉଁ ନମୂନାରେ ଭାଇରସ ନାହିଁ ସେଥିରେ ତାଙ୍କର କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଗଲା ନାହିଁ । କିନ୍ତୁ ଯେତେବେଳେ ଭାଇରସ ସଂସ୍ପର୍ଶରେ ମହୁମାଛିମାନେ ଆସିଲେ ସେମାନଙ୍କୁ ଚିନି ପାଣି ଦିଆଯାଉ ବା ନ ଯାଉ, ସେମାନେ ଜିଭ ବାହାରକୁ ବାହାର କରୁଛନ୍ତି ।
ଗବେଷକଙ୍କ କହିବା ଅନୁଯାୟୀ, କିଛି ଘଣ୍ଟା ପ୍ରଶିକ୍ଷଣ ପରେ ମହୁମାଛିମାନେ ମାତ୍ର କେଇ ସେକେଣ୍ଡରେ ଭାଇରସକୁ ଚିହ୍ନିବାରେ ସଫଳ ହୋଇପାରୁଛନ୍ତି । ଏହି ପରୀକ୍ଷଣ ୯୫ ପ୍ରତିଶତ ଫଳ ଦେଉଛି ବୋଲି ବୈଜ୍ଞାନିକମାନେ ଦାବି କରନ୍ତି ।
ତେବେ ନମୂନା ପରୀକ୍ଷା ପୂର୍ବରୁ ପ୍ରଥମେ ମହୁମାଛିମାନଙ୍କୁ ପ୍ରଶିକ୍ଷିତ କରିବାକୁ ପଡ଼ିବ । ପ୍ରଶିକ୍ଷଣରେ ସଫଳ ହେବା ପରେ ଏହି ପଦ୍ଧତିରେ ଏପରି ଏକ ସମ୍ବେଦନଶୀଳ ଗଣନାକୁ ନେଇ ସେମାନେ ଚିନ୍ତା କରିଥିଲେ । ଏପରି କରିବାର ବିଚାର ପ୍ରଥମେ ଇନ୍ସେକ୍ଟସେନ୍ସ ନାମକ ଡଚ୍ କୀଟ ଟେକନିକ ଷ୍ଟାର୍ଟଅପରୁ ଆସିଥିଲା । ଏହି ଟେକ୍ନିକ୍ରେ ଖଣିଜ ପଦାର୍ଥ ତଥା ଲାଣ୍ଡ ମାଇନ ଠାବ କରିବା ପାଇଁ ମହୁମାଛିଙ୍କୁ ଉପଯୋଗ କରାଯାଉଥିଲା । ତେଣୁ ଗବେଷକମାନେ କରୋନା ଭାଇରସ ଚିହ୍ନଟ ପାଇଁ ଏହାର ଉପଯୋଗ କରିବାକୁ ଚାହିଁଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)