Advertisment

ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ; ମୁମ୍ବାଇକୁ ପଛରେ ପକାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ସର୍ବାଧିକ ୧୭ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୨୨ରେ ପହଞ୍ଚିଛି। ଗୁରବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪. ୭୩ ଲକ୍ଷରେ ରହିଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ଗୁରୁବାର ସକାଳ ସୁଦ୍ଧା ୧୪,୮୯୪ରେ […]

ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ; ମୁମ୍ବାଇକୁ ପଛରେ ପକାଇଲା ଦିଲ୍ଲୀ

corona update india

Advertisment

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ସର୍ବାଧିକ ୧୭ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୨୨ରେ ପହଞ୍ଚିଛି। ଗୁରବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪. ୭୩ ଲକ୍ଷରେ ରହିଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ଗୁରୁବାର ସକାଳ ସୁଦ୍ଧା ୧୪,୮୯୪ରେ ପହଞ୍ଚିଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗୁରୁବାର ସକାଳ ସୁଦ୍ଧା ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୩,୧୦୫ ପହଞ୍ଚିଥିବା ବେଳେ ୧,୮୬,୫୧୪ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨,୭୧,୬୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଭାରତରେ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶର ମେଟ୍ରୋ ସିଟିଗୁଡ଼ିକରେ ହାଲ୍‌ ବହୁତ ଖରାପ ରହିଛି। ଅଧିକ ପ୍ରଭାବିତ ସହର ଭାବେ ଦିଲ୍ଲୀ ଗୁରବାର ସକାଳେ ମୁମ୍ବାଇକୁ ଟପିଯାଇଛି। ଗୁରୁବାର ଦିନ ଦିଲ୍ଲୀର କରୋନାଭାଇରସ୍ ମୁମ୍ବାଇକୁ ଅତିକ୍ରମ କରି ୭୦,୩୯୦ ରୁ ଅଧିକ ହୋଇଛି।

Advertisment

ପ୍ରକାଶ ଥାଉକି, ଆମେରିକା, ବ୍ରାଜିଲ୍ ଓ ଋଷିଆ ପରେ ଭାରତ ହେଉଛି ଚତୁର୍ଥ ସର୍ବାଧିକ କରୋନା ପ୍ରଭାବିତ ଦେଶ। ଜନ୍‌ ହୋପକିଂନସ ୟୁନିଭର୍ସିଟି ଅନୁସାରେ, ମୃତ୍ୟୁ ହାର ତୁଳନାରେ ଭାରତ ୮ ନମ୍ବର ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ

Advertisment
Corona News In Odia Corona Update India Corona Update News In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ