Advertisment

କାର୍‌ ଭିତରେ ଜିଅନ୍ତା ଜଳିଗଲେ ଏନ୍‌ସିପି ନେତା

ନାସିକ: କାର ଧକ୍କା ପରେ ନିଆଁ ଲାଗିଯିବାରୁ ଜିଅନ୍ତା ଜଳିଗଲେ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ। ମଙ୍ଗଳବାର ଏଭଳି ଦୁଃଖଦ ଘଟଣା ଘଟିଛି। ସଞ୍ଜୟ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବାବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ଶର୍ଟ ସର୍କିଟ ଯୋଗୁ ତାଙ୍କ କାର୍‌ରେ ନିଆଁ ଲାଗିଯାଇଥିଲା। ଅଙ୍ଗୁର ରପ୍ତାନୀରେ ନାସିକ ଜିଲ୍ଲାର ସଞ୍ଜୟ ଜଣେ ଜଣାଶୁଣା ଚେହେରା। ସେ ତାଙ୍କ କ୍ଷେତ ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଓଁ ଅଭିମୁଖେ ଯାଉଥିଲେ। କଡୱା ନଦୀ ନିକଟରେ କାର୍‌ଟି […]

author-image
Abinash Pati
କାର୍‌ ଭିତରେ ଜିଅନ୍ତା ଜଳିଗଲେ ଏନ୍‌ସିପି ନେତା

sanjay-shinde

ନାସିକ: କାର ଧକ୍କା ପରେ ନିଆଁ ଲାଗିଯିବାରୁ ଜିଅନ୍ତା ଜଳିଗଲେ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ। ମଙ୍ଗଳବାର ଏଭଳି ଦୁଃଖଦ ଘଟଣା ଘଟିଛି। ସଞ୍ଜୟ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବାବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ଶର୍ଟ ସର୍କିଟ ଯୋଗୁ ତାଙ୍କ କାର୍‌ରେ ନିଆଁ ଲାଗିଯାଇଥିଲା।

Advertisment

ଅଙ୍ଗୁର ରପ୍ତାନୀରେ ନାସିକ ଜିଲ୍ଲାର ସଞ୍ଜୟ ଜଣେ ଜଣାଶୁଣା ଚେହେରା। ସେ ତାଙ୍କ କ୍ଷେତ ପାଇଁ କୀଟନାଶକ କିଣିବାକୁ ପିମ୍ପଲଗାଓଁ ଅଭିମୁଖେ ଯାଉଥିଲେ। କଡୱା ନଦୀ ନିକଟରେ କାର୍‌ଟି ଦୁର୍ଘଟଣାରେ ଶିକାର ହୋଇଥିଲା।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିବା ପରେ ଗାଡ଼ିରେ ଥିବା ଅତ୍ୟଧିକ ଦହନଶୀଳ ସାନିଟାଇଜର ଯୋଗୁ ନିଆଁ ହଠାତ୍‌ କାର୍‌ସାରା ବ୍ୟାପୀ ଯାଇଥିଲା। ନିଆଁ ଲାଗିଯିବା ପରେ କାର୍‌ରେ ଥିବା ସେଣ୍ଟ୍ରାଲ ଲକିଂ ସିଷ୍ଟମ ଆକ୍ଟିଭ୍ ହୋଇଯିବାରୁ  ଡୋର୍‌ଗୁଡ଼ିକ ଲକ୍ ହୋଇଯାଇଥିଲା। ସିନ୍ଦେ କାର୍‌ର କାଚ ଭାଙ୍ଗି ଆସିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ନିଆଁ ବ୍ୟାପିଯିବାରୁ ସେ କାର୍‌ ଭିତରେ ହିଁ ଜଳିଯାଇଥିଲେ।

Advertisment

କାର୍‌ଟି ଜଳୁଥିବାର ଦେଖି ସ୍ଥାନୀୟ ଲୋକ ସଞ୍ଜୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଅଗ୍ନିସମ ବାହିନୀଙ୍କୁ ମଧ୍ୟ ଫୋନ୍ କରିଥିଲେ। ଘଟଣାସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ସଞ୍ଜୟଙ୍କ ଦେହାନ୍ତ ହୋଇସାରିଥିଲା।

Advertisment
Advertisment