/odishatv-khabar/media/post_attachments/uploadimage/library/16_9/16_9_0/8-1_1625050384.jpg)
8
ନୂଆଦିଲ୍ଲୀ: ଜହ୍ନ ରାଇଜରୁ ମାଟି ଆଣିବ ନାସା। ଚନ୍ଦ୍ର ପୃଷ୍ଠରୁ ଡଷ୍ଟ ଏବଂ ସାମ୍ପଲ୍ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନ୍ୟାସ୍ନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍ ବା ନାସା। ଏ ନେଇ ଗୁରୁବାର ନାସା ପକ୍ଷରୁ ୪ଟି କମ୍ପାନୀ ସହିତ ଚୁକ୍ତି କରାଯାଇଛି। ଚୁକ୍ତି ଅନୁସାରେ କମ୍ପାନୀଗୁଡ଼ିକ ଚନ୍ଦ୍ର ମିଶନ୍ରେ ଯାଇ ଚନ୍ଦ୍ର ପୃଷ୍ଠରୁ ଧୂଳି ସହ କିଛି ସାମ୍ପଲ ସଂଗ୍ରହ କରିବେ, ଏବଂ ଏହି ସାମ୍ପଲ୍କୁ ନାସାକୁ ହସ୍ତାନ୍ତର କରିବେ।
ଏହି ଚୁକ୍ତିରେ କୋଲରାଡୋର କମ୍ପାନୀ ଲୁନାର ଆଉଟ୍ପୋଷ୍ଟ ଅଫ ଗୋଲ୍ଡେନ୍କୁ ଗୋଟିଏ ଡଲାର, ଟୋକିଓର ଆଇସ୍ପେସ୍ ଜାପାନକୁ ୫ ହଜାର ଡଲାର, ଲକ୍ସମ୍ବର୍ଗର ଆଇସ୍ପେସ୍ ୟୁରୋପକୁ ୫ ହଜାର ଡଲାର ଏବଂ କାଲିଫର୍ଣ୍ଣିଆର ମାଷ୍ଟନ୍ ସ୍ପେସ୍ ସିଷ୍ଟମ୍ ଅଫ୍ ମୋଜାଭେକୁ ୧୫ ହଜାର ଡଲାର୍ ଦେଇ ଏହି ଡଷ୍ଟ ଓ ସାମ୍ପଲ୍ କିଣିବ ନାସା।
ଏ ଚୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ନାସାର ବାଣିଜ୍ୟିକ ସ୍ପେସ୍ ଫ୍ଲାଇଟ୍ ଡିଭିଜନର ନିର୍ଦ୍ଦେଶକ ଫିଲ୍ ମ୍ୟାକଲିଷ୍ଟର କହିଛନ୍ତି ଏହା ଖୁବ୍ ଏକ ଉତ୍କଣ୍ଠାପୂର୍ଣ୍ଣ କାର୍ଯ୍ୟ ହେବ। ଏଥିପାଇଁ ଆମେ ଚାରିଟି କମ୍ପାନୀରୁ ମୋଟ ୨୫ ହଜାର ୧ ଡଲାରରେ ଚନ୍ଦ୍ରର ଡଷ୍ଟ ଏବଂ ସାମ୍ପଲ୍ କିଣି ବାକୁ ଚୁକ୍ତି କରିଛୁ ବୋଲ ସେ କହିଛନ୍ତି।
ସୂଚନା ଥାଉକି, ଚୁକ୍ତି ହୋଇଥିବା ୪ଟି ଯାକ ପ୍ରାଇଭେଟ୍ କମ୍ପାନୀ ୨୦୨୨ ଏବଂ ୨୦୨୩ ମଧ୍ୟରେ ଡଷ୍ଟ ଏବଂ ସାମ୍ପଲ୍ ସଂଗ୍ରହ କରିବା ପାଇଁ ଚନ୍ଦ୍ରକୁ ମାନବବିହୀନ ଯାନ ପଠାଇବେ। ଏନେଇ ପୂର୍ବରୁ ଯୋଜନା ହୋଇସାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)