Advertisment

ମମତା ବାନାର୍ଜୀଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟର ଜଣେ ଜଜ ନିଜ ଆଡୁ ମନା କରି ଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋଷ ଏହାର ଶୁଣାଣିରୁ ଓହରି ଯିବା ପରେ ଏହି ମାମଲାର…

author-image
Minati Mishra
ଅଦ୍ୟତନ ହୋଇଛି
ମମତା ବାନାର୍ଜୀଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି

supreme court

ନୂଆଦିଲ୍ଲୀ: ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟର ଜଣେ ଜଜ ନିଜ ଆଡୁ ମନା କରି ଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋଷ ଏହାର ଶୁଣାଣିରୁ ଓହରି ଯିବା ପରେ ଏହି ମାମଲାର ଶୁଣାଣି ଅନ୍ୟ ଏକ ବେଞ୍ଚ କରିବ। ନାରଦା ଲାଞ୍ଚ ମାମଲାରେ କୋଲକାତା ହାଇକୋର୍ଟ ସତ୍ୟପାଠ ଦାଖଲ ପାଇଁ ଅନୁମତି ନ ଦେବା ପରେ ମମତା ବାନାର୍ଜୀ ଏହାକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଥିଲେ। ସିବିଆଇ ତୃଣମୂଳର ୪ ଜଣ ନେତାଙ୍କୁ ଗିରଫ କରିବା ଦିନ ମମତା ଓ ମଳୟ ଘଟକଙ୍କ ଭୂମିକା ସମ୍ପର୍କକୁ ନେଇ ଏହି ଆବେଦନ କରାଯାଇଥିଲା।

Advertisment

ମଙ୍ଗଳବାର ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଜଷ୍ଟିସ ଗୁପ୍ତାହ କହିଥିଲେ, ତାଙ୍କର ସାହଯୋଗୀ ବିଚାରପତି ଏହି ଆବେଦନ ଶୁଣାଣିରୁ ଦୂରେଇ ଯାଇଛନ୍ତି। ଖଣ୍ଡପୀଠର ଅଧ୍ୟକ୍ଷତା କରି ଜଷ୍ଟିସ୍‌ ଗୁପ୍ତା କହିଥିଲେ, ଏହି ବିଷୟ ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଏନବି ରମଣଙ୍କ ସମ୍ମୁଖରେ ରଖାଯିବ। ସେ ଏହି ମାମଲାର ନିଷ୍ପତ୍ତି ନେବେ।

ଏହା ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ, ମଳୟ ଘଟକଙ୍କ ଦ୍ୱାରା ଆଗତ ଆବଦନର ଶୁଣାଣି ଜୁନ୍‌ ୨୨ରେ କରିବେ। ରାଜ୍ୟ ସରକାର ଏବଂ ଘାଟକଙ୍କ ଆବେଦନର ଶୁଣାଣି ସର୍ବୋଚ୍ଚ ଅଦାଲତ କରିବାର ଦିନକ ପରେ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମ କୋର୍ଟ   ଜୁନ୍‌ ୧୮ ତାରିଖ କୋଲକାତା ହାଇକୋର୍ଟକୁ ଅନୁରୋଧ କରିଥିଲେ । କୋଲକାତା ହାଇକୋର୍ଟ ଏହି ମାମଲାର ସତ୍ୟପାଠ ଗ୍ରହଣ କରିବା ପାଇଁ ଅନୁମତି ନ ଦେବାରୁ ମମତା ବାନାର୍ଜୀ ସୁପ୍ରିମ କୋର୍ଟ ଦ୍ୱାରସ୍ଥ ହୋଇଥିଲେ।

Advertisment
ଗତମାସରେ ନାରଦ ଘୋଟାଲାରେ ଟିଏମସିର ୪ ଜଣ ମନ୍ତ୍ରୀ ଫିରହାଦ ହକିମ, ସୁବ୍ରତ ମୁଖର୍ଜୀ, ବିଧାୟକ ମଦନ ମିତ୍ରା ଏବଂ ପୂର୍ବତନ ମେୟର ସୋଭନ ଚାଟର୍ଜୀଙ୍କୁ ସିବିଆଇ ଗିରଫ କରିଥିଲା। ଏହି ମାମଲା ଏକ ଷ୍ଟ୍ରିଙ୍ଗ ଅପରେଶନ ସହ ଜଡିତ।  ଏହି ଅପରେଶନରେ ପୂର୍ବତନ ସରକାରୀ କର୍ମଚାରୀ ଷ୍ଟ୍ରିଙ୍ଗ ଅପରେଶନ କରୁଥିବା ସାମୁଏଲଙ୍କଠାରୁ ଲାଞ୍ଚ ନେଉଥିବା କ୍ୟାମେରା ସାମ୍ନାରେ ଧରାପଡ଼ିଥିଲେ।
ଜୁନ ୯ ତାରିଖ କୋଲକାତା ହାଇକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ନାରଦ ଷ୍ଟ୍ରିଙ୍ଗ ମାମଲା ହାଇକୋର୍ଟକୁ ଟ୍ରାନ୍ସଫର ପାଇଁ ସିବିଆଇ ଆବେଦନର ଶୁଣାଣି କରିଥିଲେ।
ନାରଦା ଷ୍ଟିଙ୍ଗ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସିବିଆଇର ଆବେଦନ ଉପରେ ଜୁନ୍ ୯ରେ କୋଲକାତା ହାଇକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ। ଗିରଫ ଦିନ ମମତା ବାନାର୍ଜୀ ଏବଂ ଘାଟକଙ୍କ ଭୂମିକାକୁ ନେଇ ଆଗତ ସତ୍ୟପାଠ ଉପରେ ବିଚାର କରିବା ପରେ  ନିଷ୍ପତ୍ତି ହେବ ବୋଲି କୋର୍ଟ କହିଥିଲେ।
Mamata Banerjee
Advertisment
Advertisment