Advertisment

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ: ବିଜୟା ଦଶମୀ ଉପଲକ୍ଷେ ସିଏଏ ଉପରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଦେଇଥିବା ଭାଷଣରେ କଡ଼ା ପ୍ରତିକ୍ରୀୟା ରଖିଛନ୍ତି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ। ମୁସଲମାନେ ଛୁଆ ନୁହଁନ୍ତି ଯେ ତାଙ୍କୁ କେହି ଭ୍ରମିତ କରିଦେବ ବୋଲି କହିଛନ୍ତି ଓୱେସୀ। ବିଜୟା ଦଶମୀ ଉପଲକ୍ଷେ ଏକ ଭାଷଣରେ ପାଖାପାଖି ୭୦ ମିନିଟ ଧରି ଭାଷଣ ଦେଇଥିଲେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ। ଏହି ଭାଷଣରେ ସିଏଏ ଉପରେ ମନ୍ତବ୍ୟ ଦେଇ ଭାଗବତ କହିଥିଲେ “ସିଏଏ କୌଣସି […]

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

asaduddin-oseiswi

Advertisment

ନୂଆଦିଲ୍ଲୀ: ବିଜୟା ଦଶମୀ ଉପଲକ୍ଷେ ସିଏଏ ଉପରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଦେଇଥିବା ଭାଷଣରେ କଡ଼ା ପ୍ରତିକ୍ରୀୟା ରଖିଛନ୍ତି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ। ମୁସଲମାନେ ଛୁଆ ନୁହଁନ୍ତି ଯେ ତାଙ୍କୁ କେହି ଭ୍ରମିତ କରିଦେବ ବୋଲି କହିଛନ୍ତି ଓୱେସୀ।
ବିଜୟା ଦଶମୀ ଉପଲକ୍ଷେ ଏକ ଭାଷଣରେ ପାଖାପାଖି ୭୦ ମିନିଟ ଧରି ଭାଷଣ ଦେଇଥିଲେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ। ଏହି ଭାଷଣରେ ସିଏଏ ଉପରେ ମନ୍ତବ୍ୟ ଦେଇ ଭାଗବତ କହିଥିଲେ “ସିଏଏ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବିରୋଧ କରେ ନାହିଁ। କିନ୍ତୁ କିଛି ଲୋକ ଏହି ନୂଆ ଆଇନ୍‌କୁ ବିରୋଧ କରିବାକୁ ମୁସଲମାନ ଭାଇଭଉଣୀମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ନିୟମ ମୁସଲମାନ ଜନସଂଖ୍ୟାକୁ ସୀମିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମିଛରେ ଭ୍ରମ ସୃଷ୍ଟି କରାଯାଉଛି।” ନାଗପୁରରେ ଦଶହରା ଉପଲକ୍ଷେ ଭାଷଣ ଦେଇ ଏପରି ମନ୍ତବ୍ୟ ଦେଇଥିଲେ ମୋହନ ଭାଗବତ।

Advertisment

ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ଭାଷଣର କଡ଼ା ପ୍ରତିକ୍ରିୟା ରଖିଛନ୍ତି ଓୱେସୀ। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ଛୋଟ ପିଲା ନୋହୁଁ ଯେ ଆମକୁ କେହି ଭ୍ରମିତ କରିଦେବ। ତେବେ ସିଏଏ ଓ ଏନ୍‌ଆର୍‌ସିର ଅର୍ଥ କଣ ବିଜେପି ଏହାକୁ କହିଲା ନାହିଁ। ଯଦି ଏହି ଆଇନ୍ କେବଳ ମୁସଲମାନଙ୍କ ପାଇଁ ନୁହେଁ, ତେବେ ସବୁ ଆଇନ୍‌ରେ ଧର୍ମ ଶବ୍ଦ ହଟାଇ ଦିଅନ୍ତୁ ବୋଲି ଓୱେସୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏଭଳି ପ୍ରତ୍ୟେକ ଆଇନର ବିରୋଧ କରିବୁ ଯେଉଁ ଆଇନ୍‌ରେ ଧର୍ମ ଅନୁସାରେ ନାଗରିକତା ବିଚାର କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ