Advertisment

ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ ଦର୍ଶାଇ ଭିକାରୀମୁକ୍ତ ଅଭିଯାନ ଆରମ୍ଭ କଲା ମୁମ୍ବାଇ ପୋଲିସ୍

ମୁମ୍ବାଇ: ଭିକାରୀ ଶୂନ୍ୟ ହେବ ମୁମ୍ବାଇ। ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ ଦର୍ଶାଇ ଭିକାରୀ ମୁକ୍ତ ଅଭିଯାନ ଚଳାଇଛି ମୁମ୍ବାଇ ପ୍ରଶାସନ। ଏଥିପାଇଁ ସମସ୍ତ ଭିକାରୀକୁ ଟ୍ରାକ୍ କରିବା ସହିତ ତାଙ୍କୁ ଧରି କୋଭିଡ୍‌-୧୯ ଟେଷ୍ଟ କରାଇ ଏକ ସ୍ୱତନ୍ତ୍ର ଘରେ ରଖିବାକୁ ମୁମ୍ବାଇର ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିତ ମାସ ସାରା ଭିକାରୀ ଶୂନ୍ୟ(ଜିରୋ ବେଗର୍ସ) ଅଭିଯାନ ଚଲାଇବା ପାଇଁ ସମସ୍ତ ଆଞ୍ଚଳିକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୁଗ୍ମ ପୋଲିସ କମିଶନର ବିଶ୍ୱ ନାଗ୍ର […]

author-image
Abinash Pati
ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ ଦର୍ଶାଇ ଭିକାରୀମୁକ୍ତ ଅଭିଯାନ ଆରମ୍ଭ କଲା ମୁମ୍ବାଇ ପୋଲିସ୍

beging

ମୁମ୍ବାଇ: ଭିକାରୀ ଶୂନ୍ୟ ହେବ ମୁମ୍ବାଇ। ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ ଦର୍ଶାଇ ଭିକାରୀ ମୁକ୍ତ ଅଭିଯାନ ଚଳାଇଛି ମୁମ୍ବାଇ ପ୍ରଶାସନ। ଏଥିପାଇଁ ସମସ୍ତ ଭିକାରୀକୁ ଟ୍ରାକ୍ କରିବା ସହିତ ତାଙ୍କୁ ଧରି କୋଭିଡ୍‌-୧୯ ଟେଷ୍ଟ କରାଇ ଏକ ସ୍ୱତନ୍ତ୍ର ଘରେ ରଖିବାକୁ ମୁମ୍ବାଇର ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ତଳିତ ମାସ ସାରା ଭିକାରୀ ଶୂନ୍ୟ(ଜିରୋ ବେଗର୍ସ) ଅଭିଯାନ ଚଲାଇବା ପାଇଁ ସମସ୍ତ ଆଞ୍ଚଳିକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୁଗ୍ମ ପୋଲିସ କମିଶନର ବିଶ୍ୱ ନାଗ୍ର ପାଟିଲ। ବମ୍ବେ ପ୍ରିଭେନ୍‌ସନ୍‌ ଅଫ୍ ବେଗିଂ ଆକ୍ଟ ବା ବମ୍ବେ ଭିକ୍ଷାମାଗିବା ପ୍ରତିରୋଧ ଧାରା ୧୯୫୯ ଅନୁସାରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡିସିପି ଏସ୍ ଚୈତନ୍ୟ।

ଏନେଇ ସେ କହିଛନ୍ତି " ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ। କୋର୍ଟ ଠାରୁ ଅନୁମତି ନେଇ ସମସ୍ତ ଭିକାରୀଙ୍କର କୋଭିଡ୍ ଟେଷ୍ଟ କରାଇ ସେମାନଙ୍କୁ ଭିକାରୀ ଆଶ୍ରୟସ୍ଥଳରେ ଅଟକ ରଖିବା ପାଇଁ ସମସ୍ତ ଥାନାକୁ ନର୍ଦ୍ଦେଶ ଦିଆଯାଇଛି।"

Advertisment

ଏ ସମ୍ପର୍କରେ ଜଣେ ବରିଷ୍ଟ ପୋଲିସ ଅଫିସର କହିଛନ୍ତି ଯେ ଅନେକ ଲୋକ ପିଲାମାନଙ୍କୁ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ କରୁଛନ୍ତି। ଏହି ଧାରାରେ ବିରାମ ଲଗାଇବାକୁ ଏପରି ଅଭିଯାନ ଆରମ୍ଭ କରାଯାଇଛି। କାରଣ ଭିକ୍ଷା ମାଗିବା ଏକ ସାମାଜିକ ଅପରାଧ। ଏହା ମୁମ୍ବାଇ ଭଳି ଏକ ସହରର ଛବିକୁ ଖରାପ କରୁଛି।

ତେବେ ଭିକ୍ଷ୍ୟୁମାନଙ୍କୁ ଏଭଳି ଉଠାଇ ନେଇ ଆଶ୍ରୟସ୍ଥଳରେ ରଖିବା ପୂର୍ବରୁ ଉପଯୁକ୍ତ ବ୍ୟବସ୍ଥା ଓ ସେମାନଙ୍କର ଥଇଥାନ ନେଇ ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ।

ଏନେଇ ଓକିଲ ଓ ସମାଜସେବୀ ଅଭା ସିଂହ କହିଛନ୍ତି " ସତରେ କଣ ଏହି ଅଭିଯାନ ମୁମ୍ବାଇରେ ଭିକ୍ଷାବୃତ୍ତିକୁ କମାଇଦେବ ? ଭିକ୍ଷ୍ୟୁମାନଙ୍କୁ କେତେଦିନ ପର୍ଯ୍ୟନ୍ତ ଘରେ ରଖିହେବ ? ସେମାନଙ୍କ ପୂର୍ନବାସ ପାଇଁ କୌଣସି ଯୋଜନା କରାଇଛି କି ? ପୋଲିସ୍‌ ଆଇନ୍‌ ପାଳନ କରିଦେବା ସିନା ତା ପରର ଅବସ୍ଥା କଣ ହେବ ? ଭି‍କ୍ଷା ମାଗିବା ବନ୍ଦ କରିବା ପାଇଁ ଯୋଜନା ହେବା ଉଚିତ୍ କିନ୍ତୁ ଏପରି ଉଠାଇ ନେବା ଭଳି ନୁହେଁ।"

ଶୁକ୍ରବାର ଶୁଦ୍ଧା ମୁମ୍ବାଇ ପୋଲିସ୍ ୧୪ ଭିକ୍ଷ୍ୟୁଙ୍କୁ ଧରି ଚେମ୍ବୁର୍‌ରେ ଥିବା ଭିକାରୀ ଆଶ୍ରୟସ୍ଥଳକୁ ପଠାଇଛି। ଗତବର୍ଷ ନଭେମ୍ବର ମାସରେ ସହରରେ ପୁରଷ, ମହିଳା ଓ ଶିଶୁଙ୍କୁ ମିଶାଇ ପ୍ରାୟ ୨୯ ହଜାର ଭିକ୍ଷ୍ୟୁ ଭିକ ମାଗୁଥିବା ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍‌ କୋରପୋରେସନ୍‌ ସୂଚନା ଦେଇଥିଲା।

ଆମ ରାଜ୍ୟର ପୁରୀକୁ ମଧ୍ୟ ଭିକାରୀମୁକ୍ତ କରିବା ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଭିକାରୀଙ୍କ ଥଇଥାନ ଓ ପୁନର୍ବାସ ପାଇଁ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର।

Advertisment
Advertisment