Advertisment

ଟିଭି ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ

ମୁମ୍ବାଇ: ଟିଭି ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ। ନିଜ ଚ୍ୟାନେଲର ଟିଆରପି ବୃଦ୍ଧି କରିବା ପାଇଁ ବେଆଇନ ଭାବେ ଲୋକଙ୍କୁ ଟଙ୍କା ଦେବା ଓ ଏହି ଆଳରେ ବିଜ୍ଞାପନ ହାସଲ କରିବା କୌଶଳ ଆପଣାଇଥିବା ୩ଟି ଚ୍ୟାନେଲ ସମ୍ପର୍କରେ ସୂଚନା ଦେଇଛି ମୁମ୍ବାଇ ପୋଲିସ। ଏଇ ୩ଟି ଚ୍ୟାନେଲ ମଧ୍ୟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିର ନାଁ ମଧ୍ୟ ରହିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଦୁଇ ଜଣଙ୍କ ମଧ୍ୟରୁ […]

author-image
Abinash Pati
ଟିଭି ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ

mumbai-police

ମୁମ୍ବାଇ: ଟିଭି ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ। ନିଜ ଚ୍ୟାନେଲର ଟିଆରପି ବୃଦ୍ଧି କରିବା ପାଇଁ ବେଆଇନ ଭାବେ ଲୋକଙ୍କୁ ଟଙ୍କା ଦେବା ଓ ଏହି ଆଳରେ ବିଜ୍ଞାପନ ହାସଲ କରିବା କୌଶଳ ଆପଣାଇଥିବା ୩ଟି ଚ୍ୟାନେଲ ସମ୍ପର୍କରେ ସୂଚନା ଦେଇଛି ମୁମ୍ବାଇ ପୋଲିସ। ଏଇ ୩ଟି ଚ୍ୟାନେଲ ମଧ୍ୟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିର ନାଁ ମଧ୍ୟ ରହିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛି ଟିଆରପି ପାଇଁ ମିଟର ବସାଉଥିବା ଏଜେନ୍ସୀର ପୂର୍ବତନ କର୍ମଚାରୀ।

Advertisment

ଅଧିକ ପଚରାଉଚରା ପାଇଁ ରିପବ୍ଲିକ ଟିଭିର ଅଧିକାରୀଙ୍କୁ ସମନ କରାଯିବ ବୋଲି ମୁମ୍ବାଇ ପୋଲିସ କମିଶନର କହିଛନ୍ତି। ସେପଟେ ପୋଲିସର ଏଭଳି ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି ରିପବ୍ଲିକ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ। ଏକ ବିବୃତି ଜାରି କରି ରିପବ୍ଲିକ ଟିଭି କହିଛି, ସୁଶାନ୍ତ ସିଂହ ରାଜପୁତ କେସ୍ ଖବର ଦେଖାଉଥିବାରୁ ମୁମ୍ବାଇ ପୋଲିସ କମିଶନର ମିଥ୍ୟା ଅଭିଯୋଗ ଆଣିଛନ୍ତି। ତେଣୁ ପୋଲିସ କମିଶନରଙ୍କ ବିରୋଧରେ ରିପବ୍ଲିକ ଟିଭି ଅପରାଧିକ ମାନହାନୀ ମାମଲା ଦାୟର କରିବ। ବାର୍କ ରିପୋର୍ଟରେ ରିପବ୍ଲିକ ଟିଭି ନାଁରେ କୌଣସି ଅଭିଯୋଗ ନାହିଁ। ତେଣୁ ମୁମ୍ବାଇ ପୋଲିସ କମିଶନର କ୍ଷମା ମାଗିବା ସହ କୋର୍ଟରେ ସାମ୍ନାସାମ୍ନି ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ବିବୃତି ଜାରି କରିଛନ୍ତି ଅର୍ଣ୍ଣବ।

Advertisment
Advertisment