/odishatv-khabar/media/post_attachments/uploadimage/library/16_9/16_9_0/bettle_1626162311.jpg)
bettle
ମୁମ୍ବାଇ:ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ ତଥା ମୁମ୍ବାଇର ଅନ୍ୟ ସ୍ଥାନରେ ଚାଲିଥିବା ଡ୍ରଗ୍ସ କାରବାର ଉପରେ ରୋକ୍ ଲଗାଇବା ପାଇଁ ଉଦ୍ୟମ ଜାରି ରଖିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB)। ଏଇ ଅଭିଯାନରେ ସୋମବାର NCB ମୁମ୍ବାଇର ଜଣେ ପାନ ବେପାରୀଙ୍କୁ ଧରିଥିଲା। ମୁଚ୍ଛଡ ପାନବାଲା ନାମରେ ପରିଚିତ ଏହି ଦୋକାନର ମାଲିକ ରାମଶଙ୍କର ତିୱାରୀଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି।
ଏନସିବି ରାମଶଙ୍କର ତିୱାରୀଙ୍କ ନିକଟକୁ ସମନ ପଠାଇଥିଲା। ସୋମବାର ସକାଳ ୧୦ଟାରେ ତିୱାରୀ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ତାଙ୍କୁ ପଚରାଉଚରା କରିବା ପରେ ବିଳମ୍ବିତ ରାତିରେ ଗିରଫ କରିଛି। ଜଣ ଅନ୍ତର୍ଜାତୀୟ ସ୍ତରର ଡ୍ରଗ୍ସ ବେପାରୀଙ୍କୁ ପଚରାଉଚରା କରିବା ପରେ ତାଙ୍କଠାରୁ ମୁମ୍ବାଇର ଏଇ ପାନବାଲାଙ୍କ ପତ୍ତା ପାଇଥିଲା ଏନସିବି। ଏହି ମୁଚ୍ଛଡ ପାନବାଲା ଦୋକାନ ଉପରେ ଚଢାଉ କରିବା ପରେ ବିପୁଳମାତ୍ରାରେ ଡ୍ରଗ୍ସ ଜବତ ହୋଇଛି ।
ଏଠି କହିରଖିବୁ, ରାମଶଙ୍କର ତିୱାରୀ ହିଁ ମୁଚ୍ଛଡ ପାନୱାଲା ବା ନିଶୁଆ ପାନଦୋକାନୀ ନାଁରେ ପରିଚିତ ଥିଲା। ମୁମ୍ବାଇର କେମ୍ପସ୍ କର୍ଣ୍ଣରରେ ତାଙ୍କର ପାନ ଦୋକାନ ରହିଛି। ତାଙ୍କ ଦୋକାନରୁ ପାନ ଖାଇବା ପାଇଁ ଦୋକାନ ସାମ୍ନାରେ VVIPଙ୍କ ଭିଡ଼ ଜମେ । ହାଇ ପ୍ରୋଫାଇଲ ବ୍ୟବସାୟୀ ତଥା ସେଲେବ୍ରିଟିମାନେ ତାଙ୍କର ଗ୍ରାହକ। ଏନସିବି ଦୁଇ ଦିନ ପୂର୍ବରୁ ବଲିଉଡ ଅଭିନେତା ଦିଆ ମିର୍ଜାଙ୍କ ପୂର୍ବତନ ମ୍ୟାନେଜର ରାହିଲା ଫର୍ନିଚରୱାଲା (Rahila Furniturewala), ତାଙ୍କ ଭଉଣୀଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରିଥିଲା।
ସୂଚନା ଅନୁଯାୟୀ, ଦିଆ ମିର୍ଜାଙ୍କ ଏକ୍ସ ମ୍ୟାନେଜର ରାହିଲାଙ୍କୁ ପଚରାଉଚରା କରିବା ପରେ ଏହି ପାନ ଦୋକାନୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏନସିବି ତାଙ୍କ ପାଖରୁ ୨୦୦ କିଲୋ ଗଞ୍ଜା ଜବତ କରିଛି। ମିଳିଥିବା ଜେରା ବେଳେ ଜଣାପଡ଼ିଛି, ବ୍ରିଟିଶ ନାଗରିକ କରନ ସଜନାନୀ ଏହି ପାନଦୋକାନୀଙ୍କୁ ଗଞ୍ଜେଇ ସପ୍ଲାଇ କରନ୍ତି।
ସୂଚନା ଅନୁଯାୟୀ,ଏହି ପାନ ଦୋନାକରେ ରାମଶଙ୍କର ଓ ତାଙ୍କର ଭାଇ ବସନ୍ତି। ବ୍ୟବସାୟ କରି ଏହି ଦୁଇ ଭାଇ ମିଲିନିଅର ହୋଇଛନ୍ତି। ଦକ୍ଷିଣ ମୁମ୍ୱାଇରେ ଏହି ଦୁଇ ଭାଇଙ୍କ ପାନ ବ୍ୟବସାୟ ବହୁତ ଲୋକପ୍ରିୟ। ଦୁଇ ଭାଇ ପ୍ରତ୍ୟେକ ଛଅ ମାସ ଲେଖାଏଁ ଦୋକାନରେ ବସନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)