/odishatv-khabar/media/post_attachments/uploadimage/library/16_9/16_9_0/aaaa_1625922841.jpg)
aaaa
ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଉଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ ପ୍ୟାକେଜ ଦୀର୍ଘ ବର୍ଷ ଧରି ବୃଦ୍ଧି କରାଯାଇ ନାହିଁ । ୨୦୦୮-୦୯ରେ ତାଙ୍କ ବାର୍ଷିକ ପ୍ୟାକେଜ୍ ଯେତିକି ସ୍ଥିର କରାଯାଇ ଥିଲା ଏବେ ମଧ୍ୟ ସେତିକି ରହିଛି।
କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଭତ୍ତାକୁ ମିଶାଇ ବାର୍ଷିକ ୧୫ କୋଟି ଟଙ୍କା ଦିଆଯାଉଛି।
୨୦୧୭-୧୮ରେ ଭତ୍ତା ବାବଦରେ କମ୍ପାନୀ ତାଙ୍କୁ ୪.୪୯ କୋଟି ଟଙ୍କା ଦେଉଥିବାବେଳେ ୨୦୧୮-୧୯ରେ ୪.୪୫ କୋଟି ଦେଉଛି।
ତେବେ ବର୍ଷ ଧରି କାହିଁକି ତାଙ୍କର ବେତନ ବୃଦ୍ଧି ହେଉନାହିଁ ?
କାରଣ ପ୍ୟାକେଜ୍ ସ୍ଥିର ରଖିବା ପାଇଁ ୨୦୦୯ରେ ଅମ୍ବାନୀ ନିଜେ ଘୋଷଣା କରଥିଲେ।
ମୁକେଶଙ୍କ ସହ ଫୁଲ ଟାଇମ୍ ଡାଇରେକ୍ଟର ଥିବା ହିତଲ ଏବଂ ନିଖିଲ ଦୁହିଁଙ୍କୁ ୨୦୧୭-୧୮ରେ ବାର୍ଷିକ ପ୍ୟାକେଜ ହିସାବରେ ୧୯.୯୯ କୋଟି ଲେଖାଏ ମିଳିଥିବାବେଳେ ୨୦୧୮-୧୯ରେ ୨୦.୫୭ କୋଟି ଲେଖାଏ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)