Advertisment

ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ କାର୍ ମିଳିବା ଘଟଣାର ତଦନ୍ତ କରିବ ଏନ୍‌ଆଇଏ !

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ମିଳିଥିବା ବିସ୍ଫୋରକ କାର୍ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ (ନ୍ୟାସ୍‌ନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି)। ମହାରାଷ୍ଟ୍ର ଆଣ୍ଟି ଟେରୋରିସିମ୍ ସ୍କ୍ୱାର୍ଡ ଠାରୁ ମାମଲା ନେଇ ଏନ୍‌ଆଇଏ ଏହାର ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବା ବୋଲି ସୂଚନା ମିଳିଛି। ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଗିଲେଟିନ୍ ଷ୍ଟିକ୍‌ ଥିବା ଏକ ସ୍କର୍ପିଓ ଗାଡ଼ି ମିଳିଥିଲା। ଏହାର କିଛିଦିନ […]

author-image
Abinash Pati
ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ କାର୍ ମିଳିବା ଘଟଣାର ତଦନ୍ତ କରିବ ଏନ୍‌ଆଇଏ  !

muksha

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ମିଳିଥିବା ବିସ୍ଫୋରକ କାର୍ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ (ନ୍ୟାସ୍‌ନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି)। ମହାରାଷ୍ଟ୍ର ଆଣ୍ଟି ଟେରୋରିସିମ୍ ସ୍କ୍ୱାର୍ଡ ଠାରୁ ମାମଲା ନେଇ ଏନ୍‌ଆଇଏ ଏହାର ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବା ବୋଲି ସୂଚନା ମିଳିଛି।

Advertisment

ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଗିଲେଟିନ୍ ଷ୍ଟିକ୍‌ ଥିବା ଏକ ସ୍କର୍ପିଓ ଗାଡ଼ି ମିଳିଥିଲା। ଏହାର କିଛିଦିନ ପରେ ସ୍କର୍ପିଓ ମାଲିକ ମୁକେଶ ହିରେନ୍‌ଙ୍କର ମୃତଦେହ ଥାନେର ମୁବ୍ରାକ କ୍ରିକ୍‌ ନାଳରୁ ଉଦ୍ଧାର କରାଯାଇଥିଲା। ଏହାପରେ ହିରେନ୍‌ଙ୍କ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।

ହିରେନ୍‌ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ୧୦ରୁ ଅଧିକ ଟିମ୍‌ ଗଠନ କରାଯାଇଛି ବୋଲି ଏଟିଏସ୍‌ ସୂତ୍ରରୁ ସୂଚନା ମିଳିଥିବା ସହିତ ଦୋଷୀକୁ ଛଡ଼ାଯିବ ନାହିଁ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ।

Advertisment

ଏନେଇ ସେ କହିଥିଲେ “ ମୁକେଶ ଅମ୍ବାନୀଙ୍କ ଘରେ ସାମ୍ନାରେ ବିସ୍ଫୋରକ ସାମଗ୍ରୀ କାର୍ ଥୋଇବା ଘଟଣା  ଓ କାର ମାଲିକ ମନସୁଖ ହିରେଙ୍କର ହତ୍ୟା ଘଟଣାରେ ତଦନ୍ତ ଠିକ୍ ବାଟରେ ହେଉଛି। ହିରେନଙ୍କର ହତ୍ୟା ନେଇ ତାଙ୍କ ପତ୍ନୀ ଅଭିଯୋଗ କରିବା ପରେ ଅଜଣା ବ୍ୟକ୍ତି ନାଁରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି।”

ଏହି ଘଟଣା ପରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ମୁଲୁଣ୍ଡ ଟୋଲ ବ୍ଲକରୁ ସିସିଟିଭି ଫୁଟେଜ ଜବତ କରିଥିଲା। ଏହି ଫୁଟେଜ୍‌ରେ ଏକ ଇନୋଭା କାରକୁ ମୁମ୍ବାଇରେ ଛାଡ଼ିଥିବା ଦେଖିବାକୁ ମିଳିଥିଲା। ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରେ ଦୁଇଟି କାର ଲାଗିଥିଲା। ଗୋଟିଏ ସ୍କର୍ପିଓ ଓ ଅନ୍ୟଟି ଇନୋଭା। ସ୍କର୍ପିଓରେ ବସିଥିବା ଡ୍ରାଇଭର ଗାଡ଼ିକୁ ସେହିଠାରେ ଛାଡ଼ି ଦେଇଥିଲେ। ପରେ ଇନୋଭାରେ ବସି ଚାଲି ଯାଇଥିଲେ। ପରେ ‌ପୋଲିସ ଆଣ୍ଟିଲିଆ ବାହାରେ ଜିଲେଟିନ ଥିବା ସ୍କର୍ପିଓ ଗାଡ଼ି ଜବତ କରିଥିଲା। ଏଥିରେ ଥିବା ଏକ ଚିଠି ମଧ୍ୟ ଜବତ କରିଥିଲା ପୋଲିସ।

ଏହି ଫୁଟେଜରେ ଆହୁରି ଦେଖିବାକୁ ମିଳିଥିଲା, ଇନୋଭା ମୁଲୁଣ୍ଡ ଟୋଲ ବ୍ଲକ ଦେଇ ଅଭିଯୁକ୍ତ ମୁମ୍ବାଇରୁ ବାହାରକୁ ଚାଲି ଯାଇଛନ୍ତି। ଏପରିକି ଟୋଲରେ ରସିଦ ନେଇ ଟଙ୍କା ଦେଉଥିବା ଦେଖିବାକୁ ମିଳିଛି। ପୂର୍ବ ଏକ୍ସପ୍ରେସ ହାଇୱେ ଦେଇ ଠାଣେ ଦିଗକୁ ଗାଡିଟି ଯାଇଛି। ଗାଡି ସକାଳ ୩.୦୫ରେ ଟୋଲ ପୋଷ୍ଟ ଅତିକ୍ରମ କରିଥିବା ଫୁଟେଜ୍‌ରେ ଦେଖିବାକୁ ମିଳିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଣ୍ଟିଲିଆ ସମ୍ମୁଖରେ ଥିବା ଗାଡ଼ିର ନମ୍ବର ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଲାଗିଥିବା ଗାଡ଼ି ନମ୍ବର ସହ ମେଳ ଖାଇ ଯାଉଛି।

Advertisment
Advertisment