subham
ଶ୍ରୀନଗର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ କାଶ୍ମୀର(ସିୟୁକେ)ରେ ଇସଲାମିକ ଷ୍ଟଡିରେ ଏମ୍ଏ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଛନ୍ତି ରାଜସ୍ଥାନ ଅଲୱାର ଅଞ୍ଚଳର ଶୁଭମ ଯାଦବ। ସେ କେବଳ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ପ୍ରବେଶିକା ପରୀକ୍ଷାରେ ୯୩ ଜଣ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାଙ୍କ ନାଁ ରହିଛି। ୨୧ ବର୍ଷୀୟ ଶୁଭମ ପ୍ରଥମ ହିନ୍ଦୁ ଛାତ୍ର ଓ ପ୍ରଥମ ଅଣକାଶ୍ମୀର ଭାବେ ଏହି ସଫଳତା ପାଇଛନ୍ତି। ଅକ୍ଟୋବର ୨୯ ତାରିଖରେ ଏହାର ଏଣ୍ଟ୍ରାନ୍ସ ଫଳ ପ୍ରକାଶ ପାଇଥିଲା।
ଦେଶର ଧର୍ମାନ୍ଧତା ପାଇଁ ହିଂସା ସୃଷ୍ଟି ହେଉଥିବା ବେଳେ ଶୁଭମ କିନ୍ତୁ ତାଙ୍କର ସଫଳତା ସେପରି ନିଅନ୍ତି ନାହିଁ। ଏନେଇ ସେ କହିଛନ୍ତି “ମୁଁ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଅନେକ ଫୋନ୍ କଲ୍ ରିସିଭ୍ କରୁଛି। ସାମ୍ବାଦିକମାନେ ବି ଫୋନ୍ କରି ଏହାକୁ ଏକ ବଡ଼ ସଫଳତା ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ତାହା ନୁହେଁ, ଅନ୍ୟ ସଂସ୍କୃତିର ଅଧ୍ୟୟନ ଭଳି ଏହା ବି ଏକ ସାଧାରଣ କଥା।”
ତେବେ କାହିଁକି ତାଙ୍କର ଇସ୍ଲାମ ଧର୍ମୀୟ ପାଠ ପଢ଼ିବାକୁ ଇଚ୍ଛା ହେଲା ଏନେଇ ସେ କହନ୍ତି, ସାରା ବିଶ୍ୱରେ ଦେଖାଯାଉଥିବା ଇସ୍ଲାମଫୋବିଆ ଓ ଧର୍ମାନ୍ତରଣ ଦେଖି ଇସ୍ଲାମ ବିଷୟରେ ଜାଣିବାକୁ ତାଙ୍କର ଇଚ୍ଛା ହୋଇଥିଲା।
ଦୁର୍ଭାଗ୍ୟବଶତଃ ଇସ୍ଲାମ ଓ ଇସ୍ଲାମିକ ଷ୍ଟଡିରେ ରଢ଼ିବାଦୀତା ଅଧିକ ରହିଛି। ତେଣୁ ଏହାର ଅଧ୍ୟୟନ କେବଳ ଯେ ମୁସଲମାନଙ୍କ ଅଧ୍ୟୟନ ତାହା ନୁହେଁ, ବରଂ ଇସ୍ଲାମିକ ଆଇନ୍ ଓ ସଂସ୍କୃତିର ଅଧ୍ୟୟନ ବୋଲି ସେ କହିଛନ୍ତି।
ତେବେ ଶୁଭମଙ୍କର ଏହି ସଫଳତା ପରେ ତାଙ୍କୁ ବଧେଇ ଜଣାଇଛନ୍ତି ସିୟୁକେ ମୁଖ୍ୟ ପ୍ରଫେସର ହମିଦୁଲ୍ଲାହ ମାରାଜି। ସେ କହିଛନ୍ତି ପାଠ ପଢ଼ାରେ ପରିଚୟର ଆବଶ୍ୟକତା ନାହିଁ, କିନ୍ତୁ ବିଭିନ୍ନ ଧର୍ମ ଓ ସଂସ୍କୃତିକୁ ଜାଣିବା ପାଇଁ ପିଲାମାନେ ଇଚ୍ଛାପୋଷଣ କରୁଛନ୍ତି ତାହା ବଡ଼ କଥା ବୋଲି ସେ କହିଛନ୍ତି।
ଫିଲୋସୋଫିର ଗ୍ରାଜୁଏସନ୍ ସାରିଥିବା ଶୁଭମ ଏହା ବ୍ୟତୀତ ଅନେକ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ତେବେ ସେ ସିୟୁକେ ଟପ୍ ହୋଇଥିବା ବେଳେ ହୁଏତ ଇସ୍ଲାମିକ ଷ୍ଟଡି କରିବେ ନାହିଁ। କାରଣ ତାଙ୍କର ପ୍ରଥମ ପସନ୍ଦ ଦିଲ୍ଲୀ ୟୁନିଭର୍ସିଟିରେ ଆଇନ ପାଠ ପଢ଼ିବା। ଏଥିପାଇଁ ନଭେମ୍ବର ୧୮ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/subham_1625116037.jpg)