/odishatv-khabar/media/post_attachments/uploadimage/library/16_9/16_9_0/sahid-1_1625920761.jpg)
sahid
ନୂଆଦିଲ୍ଲୀ: ସହିଦ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସାମରିକ ସମ୍ମାନ ସହିତ ସଂପନ୍ନ ହୋଇ ଯାଇଛି। ଶୁକ୍ରବାର ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍ରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।
Advertisment
ଏହି ଅବସରରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୀର ଓଡ଼ିଆ ପାଇଲଟଙ୍କ ପରିବାରର ଏହି ଦୁଃଖଦ ସମୟରେ ବାୟୁସେନା ତାଙ୍କ ସହିତ ରହିଛି ବୋଲି ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି।
ସୂଚନାଥାଉ କି, ଗତ ଜୁନ ୩ ତାରିଖରେ ବାୟୁସେନାର ବିମାନ AN 32 ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍ ଅଭିମୁଖେ ଉଡ଼ାଣ ଭରିଥିଲା। ଏଥିରେ ୮ ଜଣ କ୍ରୁ ସଦସ୍ୟ ଏବଂ ୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଆ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତି ମଧ୍ୟ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ। ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)