/odishatv-khabar/media/post_attachments/uploadimage/library/16_9/16_9_0/bihar_1625485488.jpg)
bihar
ଦିନକୁ ଦିନକ ବିହାରରେ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି। ଏଥିରେ ପ୍ରାୟ ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୧୧ ଜଣ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ବିପର୍ଯ୍ୟ ପ୍ରଶମନ ବିଭାଗ ସୂଚନା ଦେଇଛି। ପ୍ରଭାବିତ ଅଞ୍ଚଳରୁ ୨୫ ହଜାରରୁ ଅଧିକ ଲୋକଙ୍କୁ ନେଇ ଆଶ୍ରୟସ୍ଥଳରେ ରଖିଛନ୍ତି। ବନ୍ୟା ଅଞ୍ଚଳରେ ୨୬ଟି ଏନ୍ଡିଆରଏଫ୍ ଓ ଏସ୍ଡିଆରଏଫ୍ ଟିମ୍ ମୁତୟନ କରାଯାଇଛି।
ରାଜ୍ୟର ମୁଜାଫର ଜିଲ୍ଲା ବେଶୀମାତ୍ରାରେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଗଣ୍ଡୁକୀ ଓ ବାଗମତି ନଦୀରେ ବନ୍ୟା ଆସିବାରୁ ମୁଜାଫରପୁର ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ଘର ବନ୍ୟା ପାଣିରେ ବୁଡ଼ିଯାଇଛି। ବନ୍ୟା ପାଇଁ ୧୪ଟି ଜିଲ୍ଲାରେ ବିଜୁଳି ସରବରାହ ବନ୍ଦ କରାଯାଇଛି।
ସେପଟେ ଆସାମର କୋକ୍ରାଝରରେ ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି। ଲଗାଣ ବର୍ଷା ପରେ ରାଜ୍ୟରେ ପ୍ରବାହିତ ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ କୋକ୍ରାଝର ଜିଲ୍ଲା ବେଶୀମାତ୍ରାରେ ପ୍ରଭାବିତ ହୋଇଛି। ହେଲ୍ ଗଙ୍ଗିୟା ଓ ଲାଓଡୋଙ୍ଗା ନଦୀର ବନ୍ୟାଜଳରେ କୋକ୍ରାଝର ଜିଲ୍ଲାର ଗୌରାଙ୍ଗ ଚାର ଗାଁ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି।
ତେବେ ଏନଡିଆରଏଫ୍, ଏସ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀ ଯବାନ ଗାଁରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଗତ ସପ୍ତାହେ ଧରି ରାଜ୍ୟରେ ବନ୍ୟା ଯୋଗୁଁ ୧୦୭ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୫୬ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଆସାମ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ୩୦ଟି ଜିଲ୍ଲାର ୧୩୦ ରାଜସ୍ୱ ମଣ୍ଡଳ ପ୍ରଭାବିତ ହୋଇଛି। ଗତକାଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ୱାଲ ବନ୍ୟାଞ୍ଚଳ ଗସ୍ତ କରି ଅନୁଧ୍ୟାନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)