Advertisment

୨୪ ଘଣ୍ଟାରେ ୨ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ସାରା ଦୁନିଆରେ ଏହି ମହାମାରୀ ତା’ର କାୟା ବିସ୍ତାର କରିବାରେ ଲାଗିଛି ଏବଂ ୨୪ ଘଣ୍ଟାରେ ପୁଣିଥରେ ରେକର୍ଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ଦିନକ ମଧ୍ୟରେ ସମଗ୍ର ବିଶ୍ୱରେ ୨ଲକ୍ଷ ୩୦ହଜାର କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ମାମଲାରେ ଆମେରିକା ପୁଣିଥରେ ଏକ ନମ୍ବର ସ୍ଥାନରେ ରହିଛି, ଯେଉଁଠାରେ ଗତ ୨୪ ଘଣ୍ଟା ଭିତରେ ରେକର୍ଡ ୬୬ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ […]

author-image
Ranjeet Kumar Jena
୨୪ ଘଣ୍ଟାରେ ୨ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ

covid

ନୂଆଦିଲ୍ଲୀ: କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ସାରା ଦୁନିଆରେ ଏହି ମହାମାରୀ ତା'ର କାୟା ବିସ୍ତାର କରିବାରେ ଲାଗିଛି ଏବଂ ୨୪ ଘଣ୍ଟାରେ ପୁଣିଥରେ ରେକର୍ଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ଦିନକ ମଧ୍ୟରେ ସମଗ୍ର ବିଶ୍ୱରେ ୨ଲକ୍ଷ ୩୦ହଜାର କରୋନାରେ ସଂକ୍ରମିତ ହୋଇଛନ୍ତି।

Advertisment

କରୋନା ମାମଲାରେ ଆମେରିକା ପୁଣିଥରେ ଏକ ନମ୍ବର ସ୍ଥାନରେ ରହିଛି, ଯେଉଁଠାରେ ଗତ ୨୪ ଘଣ୍ଟା ଭିତରେ ରେକର୍ଡ ୬୬ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ଲକ୍ଷରୁ ଅଧିକ ହୋଇଥିବା ବେଳେ ୧ଲକ୍ଷ ୩୦ହଜାରରୁ ଅଧିକ ମୃତ୍ୟୁବରଣ କରିଛନ୍ତି। ଆମେରିକା ପରେ ବ୍ରାଜିଲ୍ ଦ୍ୱିତୀୟରେ ରହିଛି। ସେଠାରେ ୧୮ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୦ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି।

ସେହିପରି ଭାରତରେ ଏପର୍ଯ୍ୟନ୍ତ ୮ଲକ୍ଷ ୪୯ହଜାର ୫୫୩ଜଣ ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ବଡ଼ କଥା ହେଉଛି, ଏଥିରୁ ୫ଲକ୍ଷ ୩୪ହଜାର ୬୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭାରତରେ କରୋନା ଯୋଗୁ ୨୨ହଜାର ୬୭୪ଜଣ ମୃତ୍ୟୁବରଣ କରିଛନ୍ତି।

Advertisment

ସାରା ବିଶ୍ୱରେ ଗତ ତିନି ଦିନ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଶୁକ୍ରବାର ସାରା ବିଶ୍ୱରେ ୨ଲକ୍ଷ ୨୮ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଥିଲା। କରୋନାରେ ଏପର୍ଯ୍ୟନ୍ତ ୧କୋଟି ୩୦ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସାଢ଼େ ୫ଲକ୍ଷରୁ ଅଧିକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।

Advertisment
Advertisment