/odishatv-khabar/media/post_attachments/uploadimage/library/16_9/16_9_0/covid-kit_1625330823.jpg)
covid-kit
ନୂଆଦିଲ୍ଲୀ: କରୋନାରୁ ରକ୍ଷା କରିବା ପାଇଁ ସାଂସଦଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ କିଟ୍। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ସମସ୍ତ ସାଂସଦଙ୍କୁ ଏହି କିଟ୍ ପଠାଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଗତକାଲିଠାରୁ ଏହି କିଟ୍ ଦିଆଯାଇଥିବା ଜଣାପଡିଛି। ସାଂସଦଙ୍କୁ ଦିଆଯାଇଥିବା ଏହି କିଟକୁ ଡିଆରଡିଓ ପକ୍ଷରୁ ପ୍ରସ୍ତୁତ କରାଯାଇଛି।
ପ୍ରତ୍ୟେକ କିଟରେ ୪୦ଟି ଡିସ୍ପୋଜାଲ୍ ମାସ୍କ, ୫୦ ଏମ୍ଏଲର ୨୦ଟି ସାନିଟାଇଜର୍ ବୋତଲ, ଫେସ୍ ସିଲଡ୍, ୪୦ଟି ହ୍ୟାଣ୍ଡ ଗ୍ଲୋବସ୍, ହର୍ବାଲ ସାନିଟେସନ୍ ୱାଇପ୍ ଏବଂ ଇମ୍ୟୁନିଟି ଟି-ବ୍ୟାଗ୍ ରହିଛି। ଏଥିସହିତ ଗୃହରେ କବାଟ ଖୋଲିବା ଓ ବନ୍ଦ କରିବା ଲାଗି ଟଚ୍ ଫ୍ରି ହୁକ୍ ବି ଦିଆଯାଇଛି।
ସେହିପରି ଗୃହରେ ସାଂସଦଙ୍କ ଉପସ୍ଥାପନ ପାଇଁ ଲୋକସଭା ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟେଡାନ୍ସ ରେଜିଷ୍ଟର୍ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ଜରିଆରେ ଗୃହକୁ ଆସୁଥିବା ସଦସ୍ୟମାନେ ଉପସ୍ଥାପନ ଦେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ବ୍ୟାପକ ସତର୍କତା ମଧ୍ୟରେ ସଂସଦର ଅଧିବେଶନ ଆରମ୍ଭ ହୋଇଛି। ଉଭୟ ଗୃହରେ ସାଂସଦମାନଙ୍କ ମଧ୍ୟରେ ଦୂରତା ବଜାୟ ରଖିବା ପାଇଁ ଗ୍ୟାଲେରୀ ଓ ପଲି-କାର୍ବନ ସିଟ୍ ସହିତ ପୃଥକ୍ ସିଟର ମଧ୍ୟ ବ୍ୟବସ୍ଥା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)