Advertisment

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ହୋଇଥିବା ହିଂସା ଏବଂ ଆତଙ୍କବାଦ ପ୍ରସଙ୍ଗରେ ବୋରିସଙ୍କ ସହ କଥା ହୋଇଥିଲେ ମୋଦି। ସ୍ୱାଧୀନତା ଦିବସ ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଆଗରେ ପାକିସ୍ତାନ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିବା ସହ […]

author-image
Minati Mishra
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ କଥା ହେଲେ ମୋଦି

india-england

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ହୋଇଥିବା ହିଂସା ଏବଂ ଆତଙ୍କବାଦ ପ୍ରସଙ୍ଗରେ ବୋରିସଙ୍କ ସହ କଥା ହୋଇଥିଲେ ମୋଦି।

Advertisment

ସ୍ୱାଧୀନତା ଦିବସ ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଆଗରେ ପାକିସ୍ତାନ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିବା ସହ ଭାରତ ବିରୋଧରେ ନାରାବାଜି କରୁଥିଲେ। ଏହାପରେ ଖବର ସରବରାହ ସଂସ୍ଥା ଏଏନଆଇର ସାମ୍ୱାଦିକ ଯାଇ ଭାରତର ଜାତୀୟ ପତାକାକୁ ଛଡ଼ାଇ ଆଣିଥିଲେ ବିକ୍ଷୋଭକାରୀଙ୍କ ପାଖରୁ। ଏହି ସମୟରେ ଠେଲାପେଲା ମଧ୍ୟ ହୋଇଥିଲା। ଏହାକୁ ନେଇ ବୋରିସ ଦୁଃଖ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଭାରତୀୟ ଦୂତାବାସ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱସନା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇ ବୋରିସଙ୍କୁ କହିଥିଲେ ଆତଙ୍କବାଦ ୟୁରୋପ ସମେତ ସାରା ଦୁନିଆ ପାଇଁ ବିପଦ ପାଲଟିଛି। ଆଗାମୀ ଦିନରେ ଏହାର ନିପାତ ପାଇଁ ଏକାଠି ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ ସେ ପାକିସ୍ତାନର ନା ନନେଇ ଆତଙ୍କବାଦକୁ କିଭଳି ନିପାତ କରାଯାଇପାରିବ ସେ ବାବଦରେ ଆଲୋଚନା କରିଥିଲେ।

Advertisment
Advertisment
Advertisment