/odishatv-khabar/media/post_attachments/uploadimage/library/16_9/16_9_0/f-3_1626073202.jpg)
f-3
ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ଫଟୋ । ମୋଦି ତାଙ୍କ ଟ୍ୱିଟର୍ ଆକାଉଣ୍ଟ ପ୍ରୋଫାଇଲ ଫଟୋକୁ ଆଜି ବଦଳାଇ଼ଛନ୍ତି। ମୋଦି ଏଥିରେ କାନ୍ଧରେ ପକାଇଥିବା ଗାମୁଛାରେ ନାକ ଓ ପାଟିକୁ ଢାଙ୍କିଥିବା ଦେଖିବାକୁ ମିିଳିଛି।
କରୋନା କବଳରୁ ବର୍ତ୍ତିବାକୁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଯାଉଛି । ମାସ୍କ ଉପଲବ୍ଧ ନଥିଲେ ରୁମାଲ, ଗାମୁଛା, ଶାଢ଼ୀ, ଓଢ଼ଣୀ ଆଦିକୁ ମଧ୍ୟ ପରସ୍ତ ପରସ୍ତ କରି ପାଟି ଓ ନାକକୁ ଢାଙ୍କି ହେବ । ଏନେଇ ଦେଶବାସୀଙ୍କୁ ସଚେତନ କରିବାକୁ ମୋଦି ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି।
ଲକ୍ଡାଉନ ଅବଧି ବୃଦ୍ଧି ନେଇ ଆଜି ଦେଶବାସୀଙ୍କୁ ସମ୍ବୋଧନ ବେଳେ ମୋଦି ମୁହଁକୁ ଗାମୁଛାକୁ ଢାଙ୍କିଥିବା ଦେଖିବାକୁ ମିଳିଥିଲା । ନିଜ ସପ୍ତପଦୀ ମନ୍ତ୍ରରେ ମଧ୍ୟ ଘରେ ତିଆରି ମାସ୍କର ଉପଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ ଦେଇଥିଲେ।
ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ତାଙ୍କ ଟ୍ବିଟର୍ ଆକାଉଣ୍ଟ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି । ସେ ମଧ୍ୟ ଗାମୁଛାରେ ପାଟି ଓ ନାକକୁ ଘୋଡ଼ାଇଥିବା ଦେଖିବାକୁ ମିଳୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)