Advertisment

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ଜାରି ହୋଇଥିବା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର। ମଙ୍ଗଳବାର ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।  କଣ୍ଟେନମେଣ୍ଟ ଜୋନ୍‌ରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ରହିବ। ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ମଧ୍ୟରେ ଯାତାୟାତ ନେଇ କୌଣସି କଟକଣା ନାହିଁ। ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଯାତାୟାତ ନେଇ ଅନୁମତି ଦରକାର ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନଲକ୍ ଅବଧି ବଢିବାର ନୂଆ […]

ଅଦ୍ୟତନ ହୋଇଛି
ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

unlok

Advertisment

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ଜାରି ହୋଇଥିବା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର। ମଙ୍ଗଳବାର ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।  କଣ୍ଟେନମେଣ୍ଟ ଜୋନ୍‌ରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ରହିବ।

Advertisment

ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ମଧ୍ୟରେ ଯାତାୟାତ ନେଇ କୌଣସି କଟକଣା ନାହିଁ। ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଯାତାୟାତ ନେଇ ଅନୁମତି ଦରକାର ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନଲକ୍ ଅବଧି ବଢିବାର ନୂଆ ଗାଇଡଲାଇନ୍ ଜାରି ହୋଇଛି।

ଗୃହମନ୍ତ୍ରାଳୟ ଜାରି କରିଥିବା ନୂଆ ଗାଇଡ୍‌ଲାଇନ୍‌ରେ କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକ ବାହାରେ ଆର୍ଥିକ କାର୍ଯ୍ୟକୁ ଧୀରେଧୀରେ ଆରମ୍ଭ କରାଯିବ। ସେହିଭଳି ଭିଡ଼ ହେବାକୁ ଥିବା ସ୍ଥାନ ଯଥା ରେଳ, ମଲ୍‌, ହୋଟେଲ ଓ ଧାର୍ମିକସ୍ଥଳୀ ଆଦିକୁ କିଛି କଟକଣା ସହିତ ଖୋଲିବାକୁ ଅନୁମତି ମିଳିବ। ତେବେ ଶିକ୍ଷା କ୍ଷେତ୍ରରେ ରାଜ୍ୟସରକାରମାନେ ନିଷ୍ପତ୍ତି ନେବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Advertisment

ନଭେମ୍ବର ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଅନଲକ୍‌ ୫.୦ରେ ଏହି ସବୁକୁ ଅନୁମତି ଦିଆଯାଇଛି। ତେବେ ଏଥିପାଇଁ କେତେକ  ନିୟମ ରହିଛି।

  • ଯାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ବିମାନଯାତ୍ରାକୁ ଅନୁମତି।
  • କେବଳ ଖେଳାଳିମାନଙ୍କୁ ଟ୍ରେନିଂ ପାଇଁ ସୁଇମିଂ ପୁଲର ବ୍ୟବହାର ହୋଇପାରିବ।
  • ବିଜ୍‌ନେସ୍‌-ଟୁ ବିଜ୍‌ନେସ୍‌ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍‌ ବ୍ୟବହାରକୁ ଅନୁମତି।
  • ୫୦ ପ୍ରତିଶତ ଦର୍ଶକ ସହିତ ସିନେମା ଓ ଥିଏଟର ତଥା ମଲ୍‌ଟିପ୍ଲେକ୍ସକୁ ଖୋଲିବାକୁ ଅନୁମତି।
  • ସୋସିଆଲ୍, ଆକାଡେମୀକ୍‌, କ୍ରୀଡ଼ା, ମନୋରଞ୍ଜନ, କଲ୍‌ଚର, ରିଲିଜିଅସ, ଏବଂ ରାଜନୈତିକ
  • କାର୍ଯ୍ୟ ପାଇଁ‌ ୫୦ ପ୍ରତିଶତ ସିଟ୍ ସହିତ ପାଖାପାଖି ୨୦୦ ଲୋକଙ୍କୁ ଅନୁମତି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ