Advertisment

ମନ୍‌ କି ବାତ୍‌ରେ ଆଜି ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରେ

ନୂଆଦିଲ୍ଲୀ: ଆଜି ଦିନ ୧୧ଟା ବେଳେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୬୮ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଏହା ପୂର୍ବରୁ ଏହି ମାସିକିଆ ରେଡିଓ କାର୍ଯ୍ୟକ୍ରମରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବା ଅବଶ୍ୟକ ସେ ନେଇ ପରାମର୍ଶ ମାଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ NaMo ଓ MyGov ଆପ୍‌ରେ ବ୍ୟବହାର କରି ମେସେଜ୍ ଲେଖି ପଠାଇବା କିମ୍ବା ୧୮୦୦-୧୧-୭୮୦୦କୁ […]

author-image
Abinash Pati
ଅଦ୍ୟତନ ହୋଇଛି
ମନ୍‌ କି ବାତ୍‌ରେ ଆଜି ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରେ

pm-modi

ନୂଆଦିଲ୍ଲୀ: ଆଜି ଦିନ ୧୧ଟା ବେଳେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୬୮ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ତେବେ ଏହା ପୂର୍ବରୁ ଏହି ମାସିକିଆ ରେଡିଓ କାର୍ଯ୍ୟକ୍ରମରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବା ଅବଶ୍ୟକ ସେ ନେଇ ପରାମର୍ଶ ମାଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ NaMo ଓ MyGov ଆପ୍‌ରେ ବ୍ୟବହାର କରି ମେସେଜ୍ ଲେଖି ପଠାଇବା କିମ୍ବା ୧୮୦୦-୧୧-୭୮୦୦କୁ କଲ୍ କରି ମେସେଜ୍ ରେକର୍ଡିଂ ପଠାଇବାକୁ କହିଥିଲେ ପ୍ରଧାନମନ୍ତ୍ରୀ।

Advertisment


ତେବେ ଆଜିର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ସେପ୍ଟେମ୍ବର-୧ ତାରିଖ ଠାରୁ ଲାଗୁ ହେବାକୁ ଥିବା ଅନଲକ୍‌-୪ ଗାଇଡ୍‌ଲାଇନ୍‌ରେ ମିଳିଥିବା କୋହଳ ବିଷୟରେ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ।

ଗତକାଲି ଅନଲକ୍‌-୪ ଗାଇଡ୍‌ ଲାଇନ୍‌ ଜାରି କରିଥିଲା କେନ୍ଦ୍ର ଗୃହମନ୍ତ୍ରାଳୟ। ଏହି ଗାଇଡ୍‌ଲାଇନ୍‌ରେ ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ଟ୍ରେନ୍‌କୁ ଅନୁମତି ଦିଆଯାଇଥିବା ବେଳେ ମନୋରଂଜନ, ରାଜନୈତିକ ସମାବେଶ, ଖେଳ ଆଦିକୁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ। ସେହିଭଲି ସ୍କୁଲ୍‌ କଲେଜ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିଛି। ତେବେ ପିଲାମାନେ ଚାହିଁଲେ ସ୍କୁଲ୍ ଯାଇ ଶିକ୍ଷକଙ୍କ ଠାରୁ ପାଠ ବୁଝିପାରିବେ। ତେବେ ଏଥିପାଇଁ ଏସ୍‌ଓପି ଜାରି ହୋଇଛି।

Advertisment
Advertisment