/odishatv-khabar/media/post_attachments/uploadimage/library/16_9/16_9_0/police-medal_1626161500.jpg)
police medal
ଇମ୍ଫାଲ: ମଣିପୁର ଅତିରକ୍ତ ପୋଲିସ ଅଧୀକ୍ଷକ (ASP) ଥୌନାଓଜମ ବୃନ୍ଦା ଏକ ଡ୍ରଗ୍ସ ମାମଲାର ଅଦାଲତ ଶୁଣାଣି ପରେ ପାଇଥିବା ସମ୍ମାନଜନକ ପୋଲିସ ପଦକ ଫେରାଇ ଦେଇଛନ୍ତି। ସେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ନିଜ ମେଡାଲ ଫେରାଇ ଦେଇଛନ୍ତି। ଏକ ଡ୍ରଗ୍ସ ମାମଲାରେ ଭାରତୀୟ ଜନତା ପାର୍ଟିର ପୂର୍ବ ଏଡିସି ଚେୟାରମ୍ୟାନଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ଡ୍ରଗ୍ସ ମାମଲା ଯାଞ୍ଚରେ ନିଜର ପାରଦର୍ଶିତା ପାଇଁ ପୋଲିସ ଅଧିକାରୀ ବ୍ରିନ୍ଦାଙ୍କୁ ଏହି ମେଡାଲ ମିଳିଥିଲା। ହେଲେ ସେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କୁ ଏହି ମେଡାଲ ଫେରାଇ ଦେଇଛନ୍ତି। ସେ ଚିଠି ଲେଖି ମେଡାଲ ଫେରାଇବାର କାରଣ ମଧ୍ୟ ଜଣାଇ ଦେଇଛନ୍ତି।
ଡ୍ରଗ୍ସ ମାମଲାରେ ହୋଇଥିବା ତଦନ୍ତ ଅସନ୍ତୋଷଜନକ କହି ଅଦାଲତ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରି ଦେଇଥିଲେ। ଅଦାଲତଙ୍କ ଏହି ଶୁଣାଣି ପରେ ନିଜ ମେଡାଲ ଫେରାଇ ଥିବା ପୋଲିସ ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।
ରାଜ୍ୟ ସରକାରଙ୍କ ନିଶା କାରବାର ଅଭିଯାନରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରିନ୍ଦାଙ୍କୁ୧୩ ଅଗଷ୍ଟ ୨୦୧୮ରେ ପୋଲିସ ପଦକ ପ୍ରଦାନ କରାଯାଇଥିଲା। ଏନଡିପିଏସ କୋର୍ଟର ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସମ୍ମାନର ସହ ଏହି ପଦକ ଫେରସ୍ତ କରିବାକୁ ପୋଲିସ ଅଧିକାରୀ ବ୍ରିନ୍ଦା ପ୍ରସ୍ତାବ ଦେଇଛନ୍ତି।
ଏଠି କହିରଖିବୁ, କୋର୍ଟ ଡ୍ରଗ୍ସ ମାମଲାରେ ସଂପୃକ୍ତ ପୂର୍ବତନ ଭାରତୀୟ ଜନତା ପାର୍ଟି (ବିଜେପି)ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲୁକୋଶୀ ଯୋଶୀ ଏବଂ ଅନ୍ୟ ୬ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଏମାନଙ୍କ ପାଖରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଥିଲା। ବ୍ରିନ୍ଦା କହିଛନ୍ତି, ଅଦାଲତ ଏହି ମାମଲାର ତଦନ୍ତକୁ ଅସନ୍ତୋଷଜନକ ବୋଲି କହିଛନ୍ତି। ଏଥିପାଇଁ ସେ ଏହି ପଦକ ଫେରାଉଛନ୍ତି।
ସେ କହିଛନ୍ତି, ‘ ମୋତେ ଲାଗୁଛି, ମୁଁ ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀ ଅନୁସାରେ ନିଜ କର୍ତ୍ତବ୍ୟ କରିପାରି ନାହିଁ। ଏଥିପାଇଁ ନିଜକୁ ଏହି ସମ୍ମାନର ଅଧିକାରୀ ବୋଲି ଭାବୁ ନାହିଁ। ତେଣୁ ରାଜ୍ୟ ଗୃହ ବିଭାଗର ପଦକକୁ ଫେରାଇ ଦେଉଛି ଯଦ୍ୱାରା ଅଧିକ ଯୋଗ୍ୟ ଏବଂ ବିଶ୍ୱାସଯୋଗ୍ୟ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନ ଦିଆଯାଇ ପାରିବ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)