/odishatv-khabar/media/post_attachments/uploadimage/library/16_9/16_9_0/man_1625389863.jpg)
man
ନୂଆଦିଲ୍ଲୀ: ବୁଧବାର ପାର୍ଲାମେଣ୍ଟ ନିକଟରେ ଜଣେ ସୁନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ କୋର୍ଡୱାର୍ଡ ଲେଖାଥିବା ଏକ କାଗଜ ଜବତ ହୋଇଛି। ବ୍ୟକ୍ତି ଜଣକ ବିଜୟ ଚୌକ ପାଖରେ ବୁଲୁଥିବା ବେଳେ ସିଆର୍ପିଏଫ୍ ଯବାନମାନେ ସନ୍ଦେହ କରି ତାକୁ ଧରିଥିଲେ। ଦିଲ୍ଲୀର ସଂସଦ ମାର୍ଗ ଥାନାରେ ସନ୍ଦିଗ୍ଧକୁ ପୁଲିସ ସହିତ ଆଇବି ଓ ଅନ୍ୟ ଗୋଇନ୍ଦା ସଂସ୍ଥା ପଚରାଉଚରା ଜାରି ରଖିଛି।
ପୁଲିସ ସୂଚନା ଅନୁସାରେ, ଯୁବକ ଜଣ ସଂସଦ ଭବନ ଆଖପାଖରେ ବୁଲୁଥିଲା। ପରିଚୟ ପଚାରିବାରୁ ବାରମ୍ବାର ନିଜର ଅଲଗା ଅଲଗା ପରିଚୟ ଦେଉଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯୁବକ ପାଖରୁ ଜବତ ହୋଇଥିବା ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସରେ ବି ଦୁଇଟି ଅଲଗା ଅଲଗା ନାଁ ରହିଛି। ଡ୍ରାଇଭିଂ ଲାଇସେନ୍ସରେ ଯୁବକର ନାଁ ଫିରଦୌସ୍ ଲେଖାଯାଇଥିବା ବେଳେ ଆଧାରକାର୍ଡରେ ଅହମଦ ଅହଂଗେର ଲେଖାଯାଇଛି। ତେବେ ସେ ଜାମ୍ମୁ-କାଶ୍ମୀରର ବଡ଼ଗାମରେ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପୁଲିସ ଜେରା କରିବାରୁ ଯୁବକ ଜଣକ ବାରମ୍ବାର ନିଜର କଥା ବଦଳାଉଥିବାରୁ ସନ୍ଦେହ ଅଧିକ ବଢୁଛି। ପ୍ରଥମେ ଯୁବକ ଜଣକ ୨୦୧୬ରେ ଦିଲ୍ଲୀ ବୁଲିବାକୁ ଆସିଥିବା କହିଥିବା ବେଳେ ପରେ ଲକ୍ଡାଉନ୍ରେ ଦିଲ୍ଲୀ ଆସିଥିବା କଥା କହିଥିଲା। କେବଳ ସେତିକି ନୁହେଁ ଦିଲ୍ଲୀରେ କେଉଁଠି ରହିଥିଲା କଣ କରୁଥିଲା ସେ ନେଇ ମଧ୍ୟ ଅଲଗା ଅଲଗା କଥା କହୁଛି ସନ୍ଦିଗ୍ଧ ଯୁବକ। ତେଣୁ ପୁଲିସ ପଚରାଉଚରା ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)