/odishatv-khabar/media/post_attachments/uploadimage/library/16_9/16_9_0/mamata_1627367913.jpg)
mamata
ଭୁବନେଶ୍ୱର: କୋଲକାତାର ପରେଡ ଗ୍ରାଉଣ୍ଡରେ ବିଜେପିର ବିଶାଳ ରାଲିରେ ଲୋକଙ୍କୁ ସମ୍ବୋଧନ କରି ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ମୋଦିଙ୍କୁ ସାମ୍ନା ସାମ୍ନି ଡିବେଟ୍ କରିବାକୁ ଆହ୍ୱାନ ଦେଇଛନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ଏପଟେ ରାଲିରେ ମୋଦି ମମତାଙ୍କୁ ଟାର୍ଗେଟ୍ କରି ଦିଦି ପଶ୍ଚିମବଙ୍ଗ ଲୋକଙ୍କ ପଛପଟେ ଛୁରୀ ଭୁସିଛନ୍ତି ବୋଲି କହିବା ବେଳେ ସେପଟେ ମମତା ଡିବେଟ୍ ପାଇଁ ଆହ୍ୱାନ୍ ଦେଇ ‘ଖେଲ ହବେ’ (ଖେଳ ହେବ) ବୋଲି କହିଛନ୍ତି। ଉତ୍ତରବଙ୍ଗ ଶିଲିଗୁଡ଼ିରେ ଏକ ରାଲିରେ ମୋଦିଙ୍କୁ ଟାର୍ଗେଟ୍ କରି ଏପରି କହିଛନ୍ତି ମମତା। ତା ସହିତ ଡିବେଟ୍ ପାଇଁ ମୋଦି ସମୟ ଓ ତାରିଖ ନିର୍ଦ୍ଧାରିତ କର ବୋଲି ସେ କହିଛନ୍ତି।
ମୋଦିଙ୍କ ଅସଲ ପରିବର୍ତ୍ତନ ବକ୍ତବ୍ୟକୁ ଟାର୍ଗେଟ୍ କରି ମମତା କହିଛନ୍ତି “ଖେଳ ହେବ, ଆପଣ ସମୟ ଓ ତାରିଖର ବାଛି ରଖନ୍ତୁ। ମୋଦି ମୁଁ ତୁମକୁ ସାମ୍ନା ସାମ୍ନି ତର୍କ ପାଇଁ ଚ୍ୟାଲେଞ୍ଜ କରୁଛି।” ଏଥିସହିତ ଆମେ ଲଢ଼ିବୁ ଓ ଆମେ ଜିତିବୁ। ମୋଦି ଓ ବିଜେପିକୁ ଆମେ ଭାରତରୁ ହଟାଇବୁ। ଯିଏ ଆମେ ସହ ଟକ୍କର ଦିଏ ସିଏ ଚୂନା ହୋଇଯାଛି ବୋଲି ମମତା କହିଛନ୍ତି।
[caption id="" align="aligncenter" width="1200"]
ଏଲ୍ପିଜି ମୂଲ୍ୟ ବୃଦ୍ଧି ନେଇ ଶିଲିଗୁଡ଼ିରେ ମମତାଙ୍କ ବିକ୍ଷୋଭ[/caption]
ସେହିପରି ବଢ଼ୁଥିବା ତେଲ ଓ ରନ୍ଧନ ଗ୍ୟାସ ଦରକୁ ନେଇ ମଧ୍ୟ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ମମତା। ସେ କହିଛନ୍ତି ଯେ ତୈଳ ଦର ବଢ଼ିଚାଲିଛି ଓ ବ୍ୟାଙ୍କ ବିକ୍ରି ହେଉଛି, ଏତିକି ବେଳେ ମୋଦି କେବଳ ସ୍ୱପ୍ନ ବିକିବାକୁ ବେଙ୍ଗଲ ଆସିଛନ୍ତି। ମୋଦିଙ୍କ ଭାଷଣକୁ ବି କଟାକ୍ଷ କରିଛନ୍ତି ମମତା। ଏନେଇ ସେ କହିଛନ୍ତି “ ସେ ବଙ୍ଗଳା କହି ମୋଦି ବେଙ୍ଗଲ ଲୋକଙ୍କ ସହିତ ଯୋଡ଼ିହେବାକୁ ଚାହାନ୍ତି ନାହିଁ, କିନ୍ତୁ ଲେଖାଯାଇଥିବା ସ୍କ୍ରିପ୍ଟ ପଢ଼ି ଯୋଡ଼ି ହେବାକୁ ଚେଷ୍ଟା କରନ୍ତି। ମୁଁ ଅନେକ କିଛି ସହିଛି, କିନ୍ତୁ ଏ ପ୍ରଧାନମନ୍ତ୍ରୀ ବହୁତ ମିଛ କହୁଛନ୍ତି। ପିଏମ୍ କିଛି ଜାଣନ୍ତି ନାହିଁ ଟ୍ରାନ୍ସପରେଣ୍ଟ ଟେଲିପ୍ରମ୍ପଟର ବ୍ୟବହାର କରନ୍ତି। ”
ଆଜି କୋଲତାକାର ପରେଡ ଗ୍ରାଉଣ୍ଡରେ ବିଜେପି ବିଶାଳ ରାଲିର ଆୟୋଜନ କରିଥିବା ବେଳେ ମମତା ଶିଲିଗୁଡ଼ିରେ ହଜାର ହଜାର ସମର୍ଥକଙ୍କ ସହିତ ପଦଯାତ୍ରା କରିଥିଲେ। ବଢ଼ୁଥିବା ଏଲ୍ପିଜି ଗ୍ୟାସ୍ ଦରକୁ ନେଇ ମୋଦିଙ୍କୁ ସମାଲୋଚନା କରିଥିଲେ। ହଜାର ହଜାର ସମର୍ଥକଙ୍କ ସହିତ ମମତା ଦାର୍ଜେଲିଂରେ ରାଲି କରିଥିଲେ। ଅନେକ ସମର୍ଥକ ସିଲିଣ୍ଡର ଛବି ଥିବା କାର୍ଡବୋର୍ଡ ଧରିଥିଲେ। ମମତାଙ୍କ ଏହି ରାଲିରେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଟିଏମ୍ସି ସାଂସଦ ମିମି ଚକ୍ରବର୍ତ୍ତୀ ଓ ନୁସରତ ଜାହାଁ ମଧ୍ୟ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)