Advertisment

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମମତା ବାନାର୍ଜୀ। କୋଭିଡ୍ କଟକଣା ଭିତରେ ମମତା କୋଲକାତା ରାଜଭବନରେ ଶପଥ ନେଇଛନ୍ତି। ରାଜ୍ୟର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ମମତା। କୋଲକାତା ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି…

author-image
Chandan Shishu
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

mamata-banarjeee

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମମତା ବାନାର୍ଜୀ। କୋଭିଡ୍ କଟକଣା ଭିତରେ ମମତା କୋଲକାତା ରାଜଭବନରେ ଶପଥ ନେଇଛନ୍ତି। ରାଜ୍ୟର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ମମତା। କୋଲକାତା ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ରାଜ୍ୟପାଳ ଜଗଦୀପ ଧନକର ମମତାଙ୍କୁ ଶପଥପାଠ କରାଇଥିଲେ। କୋଭିଡ୍ କଟକଣା ମଧ୍ୟରେ ରାଜ୍ୟପାଳ ଶପଥପାଠ କରାଇଛନ୍ତି।

Advertisment

ତେବେ ଆଜି କେବଳ ମମତା ବାନାର୍ଜୀ ହି ଶପଥ ନେଇଛନ୍ତି, ଅନ୍ୟ କୈଣସି ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇନାହାନ୍ତି। ଶପଥ ନେବା ପରେ ମମତା କହିଛନ୍ତି, ସେ ରାଜ୍ୟର ସମସ୍ତ ଲୋକଙ୍କର ସବୁ ଦଳର ମୁଖ୍ୟମନ୍ତ୍ରୀ ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ। ସେପଟେ ରାଜ୍ୟପାଳ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି, ରାଜ୍ୟରେ ସମ୍ବିଧାନ ଓ ଆଇନ ଅନୁସାରେ ଶାସନ କରନ୍ତୁ।

ସେପଟେ ନିର୍ବାଚନ ଫଳ ଘୋଷଣା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ନେଇ ବିଜେପିର ଦେଶବ୍ୟାପୀ ଧାରଣା ଦେଇଛି। ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କୋଲକାତାରେ ଆଜି ଧାରଣାରେ ବସିଛନ୍ତି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମସି କର୍ମୀ ହିଂସାକାଣ୍ଡ କରି ବିଜେପି କର୍ମୀ ଓ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳର ସମସ୍ତ ସାଙ୍ଗଠନିକ ମଣ୍ଡଳରେ ଏହି ଧାରଣା ପ୍ରଦର୍ଶନ କରୁଛି ଦଳ।

Advertisment
Advertisment
Advertisment