Advertisment

ଦିଦିଙ୍କ ଧମକ ! କହିଲେ- ‘ଦମ୍ ଅଛି ତ ମତେ ଗିରଫ କର’

କୋଲକତା: ଟିଏମସି କର୍ମୀଙ୍କ ଉତ୍ପାତ । ସିବିଆଇ ଅଫିସ ଆଗରେ ଟେକା ପଥର ମାଡ଼ କଲେ, ଧାରଣାରେ ବସିଲେ । ସୋମବାର ସକାଳୁ ଟିଏମସିର ଚାରି ଜଣ ନେତାଙ୍କୁ ସିବିଆଇ ଉଠାଇ ନେବା ପରେ ଏବେ ଟିଏମସି କର୍ମୀଙ୍କ ଉତ୍ପାତ ଆରମ୍ଭ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଦିଦିଙ୍କ ଧମକ ! କହିଲେ- ‘ଦମ୍ ଅଛି ତ ମତେ ଗିରଫ କର’

Mamata Banerjee

କୋଲକତା: ଟିଏମସି କର୍ମୀଙ୍କ ଉତ୍ପାତ । ସିବିଆଇ ଅଫିସ ଆଗରେ ଟେକା ପଥର ମାଡ଼ କଲେ, ଧାରଣାରେ ବସିଲେ । ସୋମବାର ସକାଳୁ ଟିଏମସିର ଚାରି ଜଣ ନେତାଙ୍କୁ ସିବିଆଇ ଉଠାଇ ନେବା ପରେ ଏବେ ଟିଏମସି କର୍ମୀଙ୍କ ଉତ୍ପାତ ଆରମ୍ଭ ହୋଇଛି । ନେତାଙ୍କୁ ସିବିଆଇ ଅଟକ ରଖିବା ପ୍ରତିବାଦରେ ଟିଏମସି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ କୋଲକତା ସିବିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ନିଜର ଗିରଫ ଦାବି କରିଛନ୍ତି । ସେ ସିଧା ସଳଖ ଚ୍ୟାଲେଞ୍ଜ କରିଛନ୍ତି ଯେ, ’ଯଦି ଦମ୍ ଅଛି ତେବେ ମୋତେ ଗିରଫ କରି ଦେଖ ।’

Advertisment

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଇନିଂସ ଆରମ୍ଭ କରୁ କରୁ ମମତା ବାନାର୍ଜୀଙ୍କୁ ଏହା ଏକ ବଡ଼ ଝଟକା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କିଛିଦିନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ମମତାଙ୍କ କ୍ୟାବିନେଟର ଫିରହଦ ହାକିମ ଓ ସୁବ୍ରତ ମୁଖାର୍ଜୀଙ୍କ ସମତେ ୪ ଜଣ ନେତାଙ୍କୁ ସିବିଆଇ ସକାଳୁ ସକାଳୁ ସେମାନଙ୍କ ଘରେ ଚଢ଼ାଉ କରି ଗିରଫ କରିଛି ।

ନାରଦା ଷ୍ଟିଙ୍ଗ ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ନେଇ ସିବିଆଇର ମୁଖ୍ୟ ସୂଚନା ଅଧିକାରୀ ଆର.ସି ଯୋଶୀ ସୂଚନା ଦେଇଛନ୍ତି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନେତାମାନଙ୍କ ବିରୋଧରେ ୨୦୧୭ ଏପ୍ରିଲ ୧୬ରେ ସିବିଆଇ ମାମଲା ରୁଜୁ କରିଥିଲା । ଏହି ମାମଲାକୁ ଆଧାର କରି ସିବିଆଇ ଫିରହଦ ଓ ସୁବ୍ରତ ମୁଖାର୍ଜୀଙ୍କ ସହ ବିଧାୟକ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ସକାଳୁ ଉଠାଇ ନେଇଛି । ସମସ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି । ତେବେ ସେମାନେ ଆଜି ନିଜର ଜାମିନ ଆବେଦନ କରିପାରନ୍ତି ବୋଲି ଟିଏମସି ପକ୍ଷରୁ କୁହାଯାଇଛି ।

Advertisment

ଅନ୍ୟପକ୍ଷରେ ସିବିଆଇ ଅଫିସ ଆଗରେ ଟିଏମସି କର୍ମୀମାନେ ଏକାଠି ହୋଇ ସିବିଆଇ ବିରୋଧରେ ନାରାବାଜି କରିଛନ୍ତି । ଏହାସହ ସିବିଆଇ ଅଫିସ ଉପରକୁ ଟିଏମସି କର୍ମୀମାନେ ଢେଲା ପଥର ମାଡ଼ କରିଛନ୍ତି । ଏହାକୁ ନେଇ ପୋଲିସ ସହ ଟିଏସି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଟିଏମସି କର୍ମୀଙ୍କ ଏଭଳି ଆଚରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟପାଳ ଜଗଦୀପ ଧନକର । ସରକାର ତୁରନ୍ତ ପଦକ୍ଷେପ ନେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଠିକ କରନ୍ତୁ ବୋଲି ଧନକର କହିଛନ୍ତି ।

ସୂଚନାଯୋଗ୍ୟ, ଏହି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କିଛିଦିନ ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକର ଅନୁମତି ଦେଇଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ଶୋଭନ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ହେଲେ ସେଠାରେ ତାଙ୍କୁ ଟିକେଟ ନ ମିଳିବାରୁ ସେ ପୁଣି ବିଜେପି ଛାଡ଼ି ଦେଇଥିଲେ ।

Advertisment
Advertisment