/odishatv-khabar/media/post_attachments/uploadimage/library/16_9/16_9_0/mamata-1-1_1626168443.jpg)
Mamata Banerjee
କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁକ୍ରବାର ଅପରାହ୍ନରେ ଦିଦି ଚିକିତ୍ସିତ ହେଉଥିବା କୋଲକାତାର SSKM ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଡାକ୍ତରଖାନାରୁ ଫେରିବା ପରେ ସେ ତାଙ୍କର କାଳିଘାଟସ୍ଥିତ ଘରକୁ ଫେରିଛନ୍ତି। ମମତାଙ୍କ ବାମ ପାଦ ଏବଂ ଗୋଇଠି ହାଡରେ ଆଘାତ ଲାଗିଥିଲା। ସେହିପରି ଡାହାଣ ପଟ କାନ୍ଧ ଏବଂ ବେକରେ ବି ଆଘାତ ଲାଗିଥିଲା ।
ପୂର୍ବରୁ ତାଙ୍କ X-RAY ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥରେ ସୁଧାର ଆସିବା ପରେ ତାଙ୍କୁ ଯିବାକୁ ଅନୁମତି ମଳିଥିଲା । ଏକ ହ୍ୱିଲ ଚେୟାରରେ ବସି ମମତା ହସ୍ପିଟାଲରୁ ବାହାରିଥିବା ଦେଖାଦେଇଥିଲା। ଦିନକ ପୂର୍ବରୁ ହସ୍ପିଟାଲ ବେଡ୍ରେ ବାର୍ତ୍ତା ଦେଇ ଦୁଇ ତିନି ଦିନ ଭିତରେ ପ୍ରଚାର ମୈଦାନକୁ ଫେରିବେ ଏବଂ ହୁଇଲ ଚେୟାରରେ କ୍ୟାମ୍ପେନ କରିବେ ବୋଲି କହିଥିଲେ ।
ଡିସ୍ଚାର୍ଜ ବେଳେ SSKM ହସ୍ପିଟାଲର ଡାକ୍ତର କହିଛନ୍ତି, ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି। ସେ ଡିସ୍ଚାର୍ଜ ପାଇଁ ବାରମ୍ବାର ଅନୁରୋଧ କରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟଜଣେ ଡାକ୍ତରଙ୍କ କହିବା ଅନୁଯାୟୀ, ମମତାଙ୍କ ବାମ ଗୋଡରେ ଆଘାତ ଲାଗିଥିବାରୁ ପ୍ଲାଷ୍ଟର କରାଯାଇଛି। ବେକ, କାନ୍ଧ ଏବଂ ତାଙ୍କର ଅଣ୍ଟାରେ ଦରଜ ପୂର୍ବ ପରି ନ ଥିଲେ ମଧ୍ୟ ରହିଛି। ତେବେ ମୁଖ୍ୟମନ୍ତ୍ରୀ ଆଉ କିଛି ଦିନ ବିଶ୍ରାମ ନେବାକଥା। କିନ୍ତୁ ଏବେ ହୁଇଲ୍ ଚେୟାରରେ ସେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ ପାରିବେ। ଏଥିପାଇଁ ଏକ ସ୍ୱତନ୍ତ୍ର ଚପଲ ମଧ୍ୟ ତିଆରି ହୋଇଛି।
ସୂଚନାଥାଉ କି, ଗତ ୧୦ ତରିଖ ନନ୍ଦିଗ୍ରାମରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ମମତା ଅଭିଯୋଗ କରିଥିଲେ । ତେବେ ଏହା ଆକ୍ରମଣ ନା ଦୁର୍ଘଟଣା ତାକୁ ନେଇ ରାଜନୀତି ଜୋର ଧରିଥିଲା । ବିରୋଧୀମାନେ କହୁଛନ୍ତି, ମମତାଙ୍କ ଉପରକୁ କୌଣସି ଆକ୍ରମଣ ହୋଇ ନାହିଁ। ତେବେ ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ପ୍ରକୃତରେ କ’ଣ ଘଟିଥିଲା ସ୍ପଷ୍ଟ ହେବ।
ଅନ୍ୟପକ୍ଷେ କୁହାଯାଉଛି, ଏହାପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। ଆଗାମୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କ୍ଷମତାସୀନ ଟିଏମ୍ସି ଏବଂ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଏହି ପ୍ରତି଼ଦ୍ୱନ୍ଦ୍ୱିତା ମଧ୍ୟରେ ମମତାଙ୍କ ଉପରକୁ ଆକ୍ରମଣ ଅଭିଯୋଗ, ଡାକ୍ତରଖାନାରେ ଭର୍ତ୍ତି ତଥା ହୁଇଲ୍ ଚେୟାରରେ ନିର୍ବାଚନୀ ପ୍ରଚାର ନିର୍ଣ୍ଣାୟକ ହେବ କି ? ସିମ୍ପାଥି ଭୋଟ ପାଇବାରେ ଏହା ଦଳକୁ ସାହାଯ୍ୟ କରିବ କି ଏ ନେଇ ଅନେକ ପ୍ରଶ୍ନବାଚୀ ଲୋକଙ୍କ ମନକୁ ଆସୁଛି।
West Bengal: Chief Minister Mamata Banerjee discharged from SSKM Hospital, Kolkata pic.twitter.com/9oXlcnPqR4
— ANI (@ANI) March 12, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)