/odishatv-khabar/media/post_attachments/uploadimage/library/16_9/16_9_0/rain_1620039857.jpg)
rain
ମୁମ୍ବାଇ: ମହାରାଷ୍ଟ୍ରରେ ଅଦିନିଆ ବର୍ଷା ବିପର୍ଯ୍ୟୟ ଆଣି ଦେଇଛି । ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ପବନ ବହିବା ସହ ପ୍ରବଳ ବର୍ଷା ବି ରାଜ୍ୟରେ ଲାଗି ରହିଛି । ଏହି ଅଦିନିଆ ବର୍ଷାରେ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ଘଟିଲାଣି । ଦେଶରେ ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁ ପ୍ରାୟ ବ୍ୟାପକ ଫସଲ ନଷ୍ଟ ହେଲାଣି । ପାଣିପାଗ ବିଭାଗର କହିବା ଅନୁଯାୟୀ, ଏପରି ପାଗ ଆଉ ୨/୩ ଦିନ ଧରି ଲାଗି ରହିବ ।
ମହାରାଷ୍ଟ୍ରର ବିଡ ଜିଲ୍ଲାରେ ଆଜି ଜୋର ପବନ ବହିବା ସହ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ବଜ୍ରାପାତ ଘଟି ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି । ଏଥିସହିତ ବର୍ଷା ବିତ୍ପାତରେ ଜଣେ ଗର୍ଭବତୀଙ୍କ ଜୀବନ ମଧ୍ୟ ଯାଇଛି । ସେହିପରି ସାନପବାଡି ସହ ଅନ୍ୟକେତେକ ଅଞ୍ଚଳରେ ବର୍ଷା ଯୋଗୁ ଅନେକ ପଶୁପକ୍ଷୀ ମୃତାହତ ହୋଇଥିବାର ଖବର ମିଳିଛି । ବିଡ ଅଞ୍ଚଳରେ ରବିବାର ବିଲରେ କାମ କରୁଥିବାବେଳେ ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ଘଟିଛି । ସେ ବର୍ଷା ହେବାରୁ ଘରକୁ ଫେରୁଥିଲେ । ହେଲେ, ବାଟରେ ବର୍ଷା ସହ ବଜ୍ରପାତ ହେବାର ତାଙ୍କର ମୃତ୍ୟୁ ଘଟିଥିଲା ।
ସେହିପରି ଅନ୍ୟ ଜଣେ ମହିଳା ଜମିରେ କାମ କରୁଥିବାବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ପରଭଣୀ ଜିଲ୍ଲାରେ ୨ ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି ।
ସେହିପରି ଔରଙ୍ଗାବାଦରେ ପ୍ରବଳ ବର୍ଷା ଲାଗି ରହିଛି । ଏଠାରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ବଦନପୁର ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ଏଠାରେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)