/odishatv-khabar/media/post_attachments/uploadimage/library/16_9/16_9_0/mumbai-1_1625229678.jpg)
mumbai
ମୁମ୍ବାଇ: କରୋନା ହଟ୍ସ୍ପଟ୍ ରାଜ୍ୟ ମହାରାଷ୍ଟ୍ରରେ ଆଜି ଅନ୍ଲକ୍ ଗାଇଡ୍ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡ୍ଲାଇନ୍ ଅନୁସାରେ ଅକ୍ଟୋବର ୧୫ ତାରିଖରୁ ମୁମ୍ବାଇ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ ହେବାକୁ ଥିବା ବେଳେ ରାଜ୍ୟରେ ସ୍କୁଲ୍, କଲେଜ ସହିତ ସମସ୍ତ ପୂଜାସ୍ଥଳ ବନ୍ଦ ରହିବ। ତେବେ ସହର ବିକାଶ ବିଭାଗ ପକ୍ଷରୁ ଜାରି ହେବାକୁ ଥିବା ଏସ୍ଓପି ଅନୁସାରେ ମୋଟ୍ରୋ ସେବା ଆରମ୍ଭ କରାଯିବା ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏହା ବାଦ୍ ଅକ୍ଟୋବର ୧୫ରୁ ସରକାରୀ ଓ ବେସରକାରୀ ପାଠାଗାର କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା ହୋଇଛି।
ଗାଇଡ୍ଲାଇନ୍ଗୁଡ଼ିକ କଣ ?
୧. କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଅକ୍ଟୋବର ୧୫ ତାରିଖଠୁ ସ୍ଥାନୀୟ ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିଛି। ସେହିପରି ସକାଳ ୯ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବାକୁ ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି।
୨. କେନ୍ଦ୍ର ଗୃହମନ୍ତ୍ରାଳୟ ଅନୁମତି ଅନୁସାରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି।
୩. ଅନ୍ଲାଇନ୍ ଶିକ୍ଷା ଓ ଟେଲି କାଉନ୍ସେଲିଂ ପାଇଁ ୫୦ ପ୍ରତିଶତ ଶିକ୍ଷକ ଓ ଅନ୍ୟ ସହକର୍ମୀଙ୍କୁ ସ୍କୁଲ୍ ଆସିବାକୁ କୁହାଯାଇଛି। ଏହା କେବଳ କଣ୍ଟେନ୍ମେଣ୍ଟ ଜୋନ୍ ବାହାର ଅଞ୍ଚଳରେ ଥିବା ସ୍କୁଲ୍ ପାଇଁ ଉଦିଷ୍ଟ।
୪. ବିବାହ ଓ ଅନ୍ୟ ପାରିବାରିକ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ସାମିଲ ହୋଇପାରିବେ ନାହିଁ। ସେହିପରି ଅନ୍ତିମ କ୍ରିୟାରେ ୨୦ରୁ ଅଧିକ ଯୋଗ ଦେଇପାରିବେ ନାହିଁ।
୫. ମନୋରଞ୍ଜନ ଉଦ୍ଦେଶ୍ୟରେ ପାର୍କ ଏବଂ ସର୍ବସାଧାରଣ ପାଇଁ ଉଦିଷ୍ଟ ସ୍ଥାନ ଖୋଲା ରହିବ।
୬. ଅକ୍ଟୋବର ୧୫ ତାରିଖରୁ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ବ୍ୟବସାୟିକ ପ୍ରଦର୍ଶନୀକୁ ଅନୁମତି ଦିଆଯିବ।
୭. ରାଜ୍ୟର ବିଭିନ୍ନ ବିମାନବନ୍ଦରରେ ଆସୁଥିବା ଯାତ୍ରୀମାନଙ୍କର କୋଭିଡ -19 ଟେଷ୍ଟ ହେବା ସହିତ ଷ୍ଟାମ୍ପିଂ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)