Advertisment

ଅମିତାଭ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂ ବନ୍ଦ କରିବାକୁ ମହାରାଷ୍ଟ୍ର କଂଗ୍ରେସର ଚେତାବନୀ

ମୁମ୍ବାଇ: ଦିନେ ଯେଉଁ ବଲିଉଡ୍‌ ଷ୍ଟାର୍‌ମାନେ ଦେଶର ବଢ଼ୁଥିବା ତୈଳଦର ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିଲେ ଆଜି ସେମାନେ ନିରବ ରହିଛନ୍ତି। ପୂର୍ବଠାରୁ ଆଜି ତୈଳଦର ବହୁତ ଅଧିକ ବଢ଼ିଯାଇଥିଲେ ବି ଏହି ଷ୍ଟାର୍‌ମାନେ କିନ୍ତୁ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ମହାରାଷ୍ଟ୍ର କଂଗ୍ରେସ ଅଭିଯୋଗ କରିଛି। ଏନେଇ କଡ଼ା ପଦକ୍ଷେପ ନେଇଛି କଂଗ୍ରେସ। ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍‌ମାରନଙ୍କର ଫିଲ୍ମ ଶୁଟିଂ କରାଇ ନଦେବାକୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ […]

author-image
Abinash Pati
ଅମିତାଭ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂ ବନ୍ଦ କରିବାକୁ ମହାରାଷ୍ଟ୍ର କଂଗ୍ରେସର ଚେତାବନୀ

akshya

ମୁମ୍ବାଇ: ଦିନେ ଯେଉଁ ବଲିଉଡ୍‌ ଷ୍ଟାର୍‌ମାନେ ଦେଶର ବଢ଼ୁଥିବା ତୈଳଦର ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିଲେ ଆଜି ସେମାନେ ନିରବ ରହିଛନ୍ତି। ପୂର୍ବଠାରୁ ଆଜି ତୈଳଦର ବହୁତ ଅଧିକ ବଢ଼ିଯାଇଥିଲେ ବି ଏହି ଷ୍ଟାର୍‌ମାନେ କିନ୍ତୁ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ମହାରାଷ୍ଟ୍ର କଂଗ୍ରେସ ଅଭିଯୋଗ କରିଛି। ଏନେଇ କଡ଼ା ପଦକ୍ଷେପ ନେଇଛି କଂଗ୍ରେସ।

Advertisment

ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍‌ମାରନଙ୍କର ଫିଲ୍ମ ଶୁଟିଂ କରାଇ ନଦେବାକୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ବର୍ତ୍ତମାନ ସୁଧା ଏହି ଷ୍ଟାର୍‌ମାନେ ତୈଳଦର ବୃଦ୍ଧି ସମ୍ପର୍କରେ ପଦୁଟିଏ ବି କହି ନାହାନ୍ତି। ଯାହା ପୂର୍ବରୁ ଅନେକ ଥର କହୁଥିଲେ। ତେଣୁ ମୁମ୍ବାଇର ଏହି ଷ୍ଟାର୍‌ମାନଙ୍କର ଫିଲ୍ମ ଶୁଟିଂ କରାଇ ଦିଆଯିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ଚେତାବନୀ ଦେଇଛନ୍ତି।।

ବଲିଉଡ୍‌ ଷ୍ଟାର୍‌ମାନଙ୍କର ଏଭଳି ଆଭିମୁଖ୍ୟକୁ ନେଇ ସେ କହିଛନ୍ତି “ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି। ମନମୋହନ ସିଂହଙ୍କ ସରକାର ବେଳେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍‌ମାନେ ଟ୍ୱିଟ୍ କରୁଥିଲେ, ହେଲେ ଆଜି ସେମାନେ ନୀରବ ଦ୍ରଷ୍ଟା ସାଜିଛନ୍ତି। ମୋଦି ସରକାରଙ୍କର ଏକଛତ୍ରବାଦ ଶାସନ ବିରୋଧରେ କ’ଣ ସେମାନଙ୍କର ସ୍ୱର ଉତ୍ତୋଳନ କରିବାର ସହାସ ନାହିଁ ?”

Advertisment

ଏହାପରେ ସେ ଚେତାବନୀ ଦେଇ କହିଛନ୍ତି “ ମହାରାଷ୍ଟ୍ରରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର ଅଭିନୟ କରୁଥିବା ଫିଲ୍ମ ଶୁଟିଂ କରାଇ ଦେବୁନି। ଆପଣମାନେ ମୋଦି ସରକାରଙ୍କ ଦେଶ ବିରୋଧୀ ପଲିସି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ, ନହେଲେ ଆମେ ଫିଲ୍ମ ଶୁଟିଂ ବନ୍ଦ କରିଦେବୁ।”

କଂଗ୍ରେସର ଏଭଳି ଧମକ ପରେ ବଲିଉଡ୍‌‌ ଷ୍ଟାର୍‌ମାନଙ୍କର ସମର୍ଥନରେ ବାହାରିଛି ବିଜେପି। ରାଜ୍ୟ ବିଜେପି ନେତା ରାମ କଦମ କହିଛନ୍ତି ଯ କଂଗ୍ରେସ ଦେଶର ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଧମକ୍ ଦେଇଛି। ଭାରତ ସପକ୍ଷରେ ଟ୍ୱିଟ୍ କରିବା କଣ ଅପରାଧ ବୋଲି ରାମ କଦମ ଏକ ଭିଡିଓରେ ପ୍ରଶ୍ନ କରିଛନ୍ତି। ରାମ କଦମଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ବିଦେଶରେ ବସିଥିବା କିଛି ଲୋକ ଭାରତର ଭାବମୂର୍ତ୍ତିକୁ ମଳିନ କରୁଛନ୍ତି। ଏବଂ କଂଗ୍ରେସ ସେମାନଙ୍କୁ ସମର୍ଥନ କରୁଛି ବୋଲି ରାମ୍ କଦମ ଭିଡିଓରେ କହିଛନ୍ତି।

publive-image

ନିକଟରେ କୃଷକ ଆନ୍ଦୋଳନ ଓ ଟୁଲ୍‌କିଟ୍ ସମ୍ପର୍କିତ ଟ୍ୱିଟ୍ କରି ସାମାଲୋଚିତ ହୋଇଥିଲେ ବଲିଉଡ୍ ଷ୍ଟାର୍ ଓ କ୍ରିକେଟର। ସଚିନଙ୍କ ଠାରୁ ଆରମ୍ଭ କରି ଲତା ମଙ୍ଗେସ୍କର ମଧ୍ୟ ଟ୍ୱିଟ୍ କରିଥିଲେ। ଯାହାକୁ ତୀବ୍ର ବିରୋଧ କରିଥିଲା କଂଗ୍ରେସ। ଏମିତିକି କେରଳର କୋଚିରେ ସଚିନଙ୍କ ଫଟୋରେ କାଳି ବୋଳିଥିଲେ କଂଗ୍ରେସ କର୍ମୀ।

Advertisment
Advertisment