Advertisment

ବିହାରରେ ବିରୋଧୀ ଦଳର ମହାମେଣ୍ଟ: ତେଜସ୍ୱୀ ଯାଦବ ହେବେ ମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ହୋଇଛି। ଏହି ମହାମେଣ୍ଟରେ ନେତୃତ୍ୱ ନେବେ ଆର୍‌ଜେଡି ସୁପ୍ରିମୋ ତେଜସ୍ୱୀ ଯାଦବ। ତାଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ବେଳେ ଦଳକୁ ଅଧିକ ସିଟ୍ ମିଳିଛି। ସେହିପରି କଂଗ୍ରେସ ମେଣ୍ଟର ଦ୍ୱିତୀୟ ଦଳ ଭାବେ ଅଧିକ ସିଟ୍‌ ପାଇଛି। କାହାକୁ କେତେ ଆସନ ମିଳିବ ମହାମେଣ୍ଟରେ ଆର୍‌ଜେଡି ସର୍ବାଧିକ ୧୪୪ ଆସନ ଦାବି କରୁଥିବା ବେଳେ କଂଗ୍ରେସ ୭୦ ସିପିଆଇ-୬, ସିପିଏମ୍-୪, ସିପିଆଇ(ଏମ୍‌ଏଲ୍‌)-୧୯ ସିଟ୍‌ ମିଳିଛି। ଆର୍‌ଜେଡିକୁ […]

author-image
Abinash Pati
ଅଦ୍ୟତନ ହୋଇଛି
ବିହାରରେ ବିରୋଧୀ ଦଳର ମହାମେଣ୍ଟ: ତେଜସ୍ୱୀ ଯାଦବ ହେବେ ମୁଖ୍ୟମନ୍ତ୍ରୀ

rjd

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ହୋଇଛି। ଏହି ମହାମେଣ୍ଟରେ ନେତୃତ୍ୱ ନେବେ ଆର୍‌ଜେଡି ସୁପ୍ରିମୋ ତେଜସ୍ୱୀ ଯାଦବ। ତାଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ବେଳେ ଦଳକୁ ଅଧିକ ସିଟ୍ ମିଳିଛି। ସେହିପରି କଂଗ୍ରେସ ମେଣ୍ଟର ଦ୍ୱିତୀୟ ଦଳ ଭାବେ ଅଧିକ ସିଟ୍‌ ପାଇଛି।

Advertisment

କାହାକୁ କେତେ ଆସନ ମିଳିବ

ମହାମେଣ୍ଟରେ ଆର୍‌ଜେଡି ସର୍ବାଧିକ ୧୪୪ ଆସନ ଦାବି କରୁଥିବା ବେଳେ କଂଗ୍ରେସ ୭୦ ସିପିଆଇ-୬, ସିପିଏମ୍-୪, ସିପିଆଇ(ଏମ୍‌ଏଲ୍‌)-୧୯ ସିଟ୍‌ ମିଳିଛି। ଆର୍‌ଜେଡିକୁ ମିଳିଥିବା ୧୪୪ ସିଟ୍ ମଧ୍ୟରୁ ଦଳ ଭିଆଇପି(ବିକାଶଶୀଳ ଇନ୍‌ସାନ ପାର୍ଟି) ଓ ଜେଏମ୍‌ଏମ୍‌(ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା)ପାର୍ଟି ସହିତ ଆସନ ବୁଝାମଣା କରିବ। ଦଳ କାହାକୁ କେତେ ଆସନ ଦେବ ସେନେଇ ଦୁଇ ତିନି ଦିନ ଭିତରେ ଜଣାଇ ଦିଆଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।

ତେବେ ଶୁଣିବାକୁ ମିଳୁଛି ଯେ ଏହି ମହାମେଣ୍ଟରେ ସବୁଠାରୁ ଅଧିକ ୧୩୫ ଆସନରେ ଆର୍‌ଜେଡି ପ୍ରାର୍ଥୀ ଦେବ। ଅନ୍ୟପଟେ ଦ୍ୱିତୀୟ ଦଳ ଭାବେ କଂଗ୍ରେସକୁ ୬୫-୭୦ ସିଟ୍ ମିଳିପାରେ।

Advertisment

ଅକ୍ଟୋବର ୨୮ରୁ ୩ଟି ପର୍ଯ୍ୟାୟରେ ଭୋଟିଂ ଆରମ୍ଭ ହେବ। ଅକ୍ଟୋବର୨୮, ନଭେମ୍ବର ୩ ଓ ୭ରେ ଭୋଟିଂ ଶେଷ ହେବା ପରେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Advertisment
Advertisment