/odishatv-khabar/media/post_attachments/uploadimage/library/16_9/16_9_0/9-9_1625066823.jpg)
9
ଭୋପାଳ: ୨୦୨୦ ବର୍ଷରେ ମଧ୍ୟପ୍ରଦେଶରେ ୨୬ଟି ବାଘଙ୍କର ମୃତ୍ୟୁ ହୋଇଛି। ଗତ ୬ ବର୍ଷ ହେଲା ହାରାହାରି ଜନ୍ମ ହୋଇଥିବା ବାଘଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶର ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟ ଶାହା।
National Tiger Conservation Authority's (NTCA) ର ୱେବ୍ସାଇଟ୍ରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ଏପ୍ରିଲ୍ ମାସ ସୁଦ୍ଧା ୨୬ଟି ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବାନ୍ଧବଗଡ଼ ବାଘ ସରଂକ୍ଷଣରେ ହୋଇଥିବା ୧୦ଟି ମୃତ୍ୟୁକୁ ମିଶାଇ ସମୁଦାୟ ୨୧ଟି ସଂରକ୍ଷଣ ଭିତରେ ହୋଇଥିବା ସୂଚନା ରହିଛି।
ଗତ ବର୍ଷ ୨୦୧୯ରେ ୨୮ଟି ବାଘଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ତିନୋଟି ବାଘର ଅଂଶ ବିଶେଷ ଜବତ କରାଯାଇଥିଲା। ବର୍ତ୍ତମାନ ସେଠାରେ ୧୨୪ଟି ବାଘ ଛୁଆ କିଛି ଦିନ ମଧ୍ୟରେ ଜନ୍ମନେଇଥିବା କୁହାଯାଇଛି।
ତେବେ ମଧ୍ୟ ପ୍ରଦେଶ ତଳକୁ କର୍ଣ୍ଣାଟକରେ ଅଧିକ ବାଘ ମୃତ୍ୟୁ ହେଇଥିବା ଜଣାପଡ଼ିଛି। ତଥ୍ୟ ଅନୁସାରେ ଏଠାରେ ୮ଟି ମୃତ୍ୟୁ ରେକର୍ଡ ହୋଇଥିବାବେଳେ ୨ଟିରେ ବାଘର ଅଂଶବିଶେଷ ଜବତ କରାଯାଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)