Advertisment

ମଧ୍ୟପ୍ରଦେଶ ଉପନିର୍ବାଚନ: ଶିବରାଜ କହିଲେ, କଂଗ୍ରେସର ନକାରାତ୍ମକ ରାଜନୀତିକୁ ପ୍ରତ୍ୟାଖାନ କଲେ ଲୋକେ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆଶ୍ୱସ୍ଥି। ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିରୋଧୀ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୮ଟି ଆସନ ମଧ୍ୟରୁ ବିଜେପି ୨୧ଟିରେ ଆଗୁଆ ରହିଛି। ଗତ ମାର୍ଚ୍ଚରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କ ସହ ୨୨ ବିଧାୟକ ମଧ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନ ହେଉଥିବା ୨୮ ଆସନ ମଧ୍ୟରୁ […]

ମଧ୍ୟପ୍ରଦେଶ ଉପନିର୍ବାଚନ: ଶିବରାଜ କହିଲେ, କଂଗ୍ରେସର ନକାରାତ୍ମକ ରାଜନୀତିକୁ ପ୍ରତ୍ୟାଖାନ କଲେ ଲୋକେ

shibaraj-sing-cguhan

Advertisment

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆଶ୍ୱସ୍ଥି। ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିରୋଧୀ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୮ଟି ଆସନ ମଧ୍ୟରୁ ବିଜେପି ୨୧ଟିରେ ଆଗୁଆ ରହିଛି।

Advertisment

ଗତ ମାର୍ଚ୍ଚରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କ ସହ ୨୨ ବିଧାୟକ ମଧ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନ ହେଉଥିବା ୨୮ ଆସନ ମଧ୍ୟରୁ ୧୬ଟି ଜ୍ୟୋତିରାଦିତ୍ୟଙ୍କ ଷ୍ଟ୍ରଙ୍ଗ ହୋଲ୍‌ଡ ଥିବା ଗ୍ୱାଲିଅର ଓ ଚମ୍ବଲ ଅଞ୍ଚଳର। ସେପଟେ କଂଗ୍ରେସ ମାତ୍ର ୬ଟି ଆସନରେ ଆଗରେ ଥିବା ଦେଖିବାକୁ ମିଳିଥିବାବେଳେ ବିଏସ୍‌ପି ଗୋଟିଏ ଆସନରେ ଆଗୁଆ ରହିଛି। ରାଜ୍ୟରେ ଭଲ ପ୍ରଦର୍ଶନ ପରେ ଶିବରାଜଙ୍କ କ୍ୟାମ୍ପରେ ଖୁସି ଦେଖିବାକୁ ମିଳିଛି। ଶିବରାଜ ତାଙ୍କ ସହଯୋଗୀଙ୍କୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି।

ତେବେ ରାଜ୍ୟରେ ୧୯ ଜିଲ୍ଲାର ୨୮ ସିଟ୍ ପାଇଁ ହୋଇଥିବା ନିର୍ବାଚନରେ ୭୬ ପ୍ରତିଶତ ଭୋଟି ଗଣତି ସରିଛି।  ନଭେମ୍ବର ୩ ତାରିଖରେ ୨୮ ସିଟ୍‌ ଉପରେ ୪୪.୫୭ ଲକ୍ଷ ଭୋଟ୍‌ ପଡ଼ିଥିଲା। ସନ୍ଧ୍ୟା ୫ ସୁଦ୍ଧା ଏହି ଭୋଟ୍‌ର ୩୪.୧୧ ଲକ୍ଷ ଭୋଟର ଗଣତି ସରିଛି। ଏହି ଭୋଟ୍‌ଗୁଡ଼ିକ ମଧ୍ୟରୁ ୫୦ ପ୍ରତିଶତ ଭୋଟ୍ ବିଜେପିକୁ ମିଳିଛି।

Advertisment

ଖବର ଲେଖାଯିବା ସୁଦ୍ଧା ୯ ସିଟ୍‌ର ଫଳାଫଳ ଆସିଛି। ଏଥିରେ ୮ଟି ସିଟ୍‌ରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ଗୋଟିଏ ସିଟ୍ ମିଳିଛି। ବ୍ୟୱରାରୁ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ଦାଙ୍ଗୀ ବିଜେପର ନାରାୟଣ ସିଂହଙ୍କ ପରାସ୍ତ କରିଛନ୍ତି।

ବିଜୟ ଆଡ଼କୁ ବିଜେପି ଅଗ୍ରସର ହୋଇଥିବା ବେଳେ ଖୁସି ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବାରଜ ସିଂହ ଚୌହ୍ୱାନ। ଲୋକେ ନକାରାତ୍ମକ ରାଜନୀତୀକୁ ପଛରେ ପକାଇଛନ୍ତି ବୋଲି କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଶିବରାଜ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ