Advertisment

ଦେଶରେ ବଢିଲା LPG ଦର

ନୂଆଦିଲ୍ଲୀ:ସୋମବାରଠାରୁ ଏଲ୍‌ପିଜି ଗ୍ୟାସ୍ ଦର ବଢିଛି। ଲଗାତାର ତିନିମାସ LPG ଦର କମିବା ପରେ ଏବେ ମେଟ୍ରୋ ସିଟିମାଙ୍କରେ ଏହାର ଦର ସର୍ବାଧିକ ୩୭ ଟଙ୍କା ବୃଦ୍ଧି ପାଇଛି। ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ LPG ଦର ଜୁନ୍‌ରେ ବୃଦ୍ଧି ପାଇବାରୁ  ଭାରତରେ ମଧ୍ୟ ରୋଷେଇ ଗ୍ୟାସର ଦର ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ୧୧.୫୦ ପଇସା ବୃଦ୍ଧି ଘଟିଥିବାବେଳେ ଚେନ୍ନାଇରେ ୩୭ ଟଙ୍କା ବୃଦ୍ଧି ଘଟିଛି। ସେହିପରି ମୁମ୍ବାଇରେ ୧୧.୫୦ ଏବଂ କୋଲକାତାରେ […]

author-image
Minati Mishra
ଦେଶରେ ବଢିଲା LPG ଦର

lpg

ନୂଆଦିଲ୍ଲୀ:ସୋମବାରଠାରୁ ଏଲ୍‌ପିଜି ଗ୍ୟାସ୍ ଦର ବଢିଛି। ଲଗାତାର ତିନିମାସ LPG ଦର କମିବା ପରେ ଏବେ ମେଟ୍ରୋ ସିଟିମାଙ୍କରେ ଏହାର ଦର ସର୍ବାଧିକ ୩୭ ଟଙ୍କା ବୃଦ୍ଧି ପାଇଛି।

Advertisment

ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ LPG ଦର ଜୁନ୍‌ରେ ବୃଦ୍ଧି ପାଇବାରୁ  ଭାରତରେ ମଧ୍ୟ ରୋଷେଇ ଗ୍ୟାସର ଦର ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ୧୧.୫୦ ପଇସା ବୃଦ୍ଧି ଘଟିଥିବାବେଳେ ଚେନ୍ନାଇରେ ୩୭ ଟଙ୍କା ବୃଦ୍ଧି ଘଟିଛି। ସେହିପରି ମୁମ୍ବାଇରେ ୧୧.୫୦ ଏବଂ କୋଲକାତାରେ ୩୧.୫୦ ପଇସା ସିଲିଣ୍ଡର ପିଛି ବଢିଛି।

ବର୍ଦ୍ଧିତ ଦର ଜୁନ୍ ୧ ତାରିଖରୁ ଲାଗୁ ହେବ ବୋଲି ଆଇଓସି ( IOC-Indian Oil Corporation)ପକ୍ଷରୁ କୁହାଯାଇଛି।

Advertisment

ସୂଚନାଥାଉ କି, ପ୍ରତିମାସରେ ଅନ୍ତର୍ଜାତିକ ଦର ଏବଂ ଡଲାର ଏକ୍ସେଚେଞ୍ଜର ଦର ଦେଖିବା ପରେ  LPG ଦରର ସମୀକ୍ଷା କରାଯାଇଥାଏ। ସେହି ଅନୁସାରେ ଅଣ ସବ୍‌ସିଡି LPG ଦର ଦିଲ୍ଲୀରେ୫୯୩ ଥିବାବେଳେ କଲକତାରେ ଏହାର ଦର ୬୧୬ ଟଙ୍କା ରହିଛି ଏବଂ ଚେନ୍ନାଇରେ ୬୦୬ ଟଙ୍କା ହୋଇଛି।

LPG Gas New Rate LPG Gas Price LPG Gas Price Today LPG Gas Rate
Advertisment
Advertisment