/odishatv-khabar/media/post_attachments/uploadimage/library/16_9/16_9_0/sarapanch_1625232468.jpg)
sarapanch
ଜୟପୁର: ନିର୍ବାଚନରେ ହାରିଲେ ସରପଞ୍ଚ। ଗାଁ ଲୋକ ମିଶି ଚାନ୍ଦା ଆଦାୟ କରି ପରାଜିତ ପ୍ରାର୍ଥୀଙ୍କୁ ଦେଲେ ୨୧ ଲକ୍ଷ ଟଙ୍କା। କଥାଟା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ବି ସତ। ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଜିଲ୍ଲାର ନାନନ ଗାଁରେ। ଏହି ଗାଁରେ ବ୍ୟକ୍ତି ଜଣକ ବିରୋଧୀଙ୍କଠାରୁ ମାତ୍ର ୮୪ ଖଣ୍ଡ ଭୋଟ୍ରେ ହାରିଗଲେ। କିନ୍ତୁ ଗାଁ ଲୋକଙ୍କର ଏଭଳି ଭଲପାଇବା ତାଙ୍କୁ ପରାଜୟର ଦୁଃଖ ଭୁଲାଇ ଦେଲା।
ନିକଟରେ ନାନନ ଗାଁରେ ସରପଞ୍ଚ ନିର୍ବାଚନ ହୋଇଥିଲା। ଏଥିରେ ମୁକୁନ୍ଦ ଦେୱାସୀ ଓ ସୁନ୍ଦରୀ ଦେବୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ମୁକୁନ୍ଦ ତାଙ୍କ ପ୍ରତିଦ୍ୱନ୍ଦ୍ୱି ସୁନ୍ଦରୀ ଦେବୀଙ୍କ ଠାରୁ ମାତ୍ର ୮୪ ଖଣ୍ଡ ଭୋଟରେ ହାରି ଯାଇଥିଲେ। କିନ୍ତୁ ନିର୍ବାଚନ ହାରିବା ପରେ ଗାଁ ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୁକୁନ୍ଦ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ଖାଇବାପିଇବା ବ୍ୟବସ୍ଥା ସହ ବ୍ୟାଣ୍ଡବାଜା ମଧ୍ୟ ବାଜିଥିଲା। ନିର୍ବାଚନ ହାରିବା ପରେ ବି ଗାଁ ଲୋକଙ୍କ ପ୍ରତି ମୁକୁନ୍ଦଙ୍କ ଏପରି ଭଲପାଇବା ଦେଖି ଗାଁ ଲୋକେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ।
ଏହାପରେ ଗାଁ ଲୋକମାନେ ମିଶି ଅର୍ଥ ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ। ଏଥିରେ ଆଦାୟ ହୋଇଥିବା ୨୧ ଲକ୍ଷ ଟଙ୍କା ପରାଜିତ ପ୍ରାର୍ଥୁ ମୁକୁନ୍ଦଙ୍କୁ ଦେଇଥିଲେ। ମୁକୁନ୍ଦ ମଧ୍ୟ ଗ୍ରାମବାସୀଙ୍କର ଏପରି ଭଲପାଇବାକୁ ସମ୍ମାନ ଜଣାଇଥିଲେ। ସଂଗୃହିତ ୨୧ ଲକ୍ଷ ଟଙ୍କାରୁ ମୁକୁନ୍ଦଙ୍କ ଘନିଷ୍ଠ ବନ୍ଧୁ ଶ୍ୟାମ ଚୌଧୁରୀ ୫.୫୧ ଲକ୍ଷ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ ବନରାମ ୧.୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ମୁକୁନ୍ଦଙ୍କୁ ଗାଁ ଲୋକେ ଏହି ଟଙ୍କା ଦେବା ପରେ ସେ ବେଶ୍ ଖୁସି ବ୍ୟକ୍ତି କରିଛନ୍ତି। ଏଥିସହ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)