Advertisment

କୋଭିଡ-୧୯ରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ଖାଉଥିଲେ ମ୍ୟାଲେରିଆ ଔଷଧ

ୱାଶିଂଟନ୍‌: ଆମେରିକାର ଭୟଙ୍କର ଭାବେ କ୍ଷତି ଘଟାଇଛି ମହାମାରୀ କରୋନା ଭାଇରସ୍। ଏଠାରେ ଏକ ଲକ୍ଷ ମୁହାଁ ହେଲାଣି ମୃତ୍ୟୁ ସଂଖ୍ୟା। ଏଭଳି ସ୍ଥିତିରେ କରୋନାଠୁ ରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଜିଙ୍କ୍ ସହିତ ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌ ଖାଉଛନ୍ତି। ଏନେଇ ନିଜେ ଟ୍ରମ୍ପ ଘୋଷଣା କରିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି। ଏହାପୂର୍ବରୁ ଆମେରିକାର ବୈଜ୍ଞାନିକମାନେ କହିଥିଲେ ଯେ ମ୍ୟାଲେରିଆ ଔଷଧ କରୋନା ଭାଇରସ ପାଇଁ ଉଦ୍ଦିଷ୍ଟ ନୁହେଁ। ତଥାପି ଟ୍ରମ୍ପଙ୍କର ଏପରି ଘୋଷଣା […]

author-image
Mahasweta Baral
କୋଭିଡ-୧୯ରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ଖାଉଥିଲେ ମ୍ୟାଲେରିଆ ଔଷଧ

trump

ୱାଶିଂଟନ୍‌: ଆମେରିକାର ଭୟଙ୍କର ଭାବେ କ୍ଷତି ଘଟାଇଛି ମହାମାରୀ କରୋନା ଭାଇରସ୍। ଏଠାରେ ଏକ ଲକ୍ଷ ମୁହାଁ ହେଲାଣି ମୃତ୍ୟୁ ସଂଖ୍ୟା। ଏଭଳି ସ୍ଥିତିରେ କରୋନାଠୁ ରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଜିଙ୍କ୍ ସହିତ ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌ ଖାଉଛନ୍ତି। ଏନେଇ ନିଜେ ଟ୍ରମ୍ପ ଘୋଷଣା କରିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି। ଏହାପୂର୍ବରୁ ଆମେରିକାର ବୈଜ୍ଞାନିକମାନେ କହିଥିଲେ ଯେ ମ୍ୟାଲେରିଆ ଔଷଧ କରୋନା ଭାଇରସ ପାଇଁ ଉଦ୍ଦିଷ୍ଟ ନୁହେଁ। ତଥାପି ଟ୍ରମ୍ପଙ୍କର ଏପରି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଏନେଇ ଟ୍ରମ୍ପ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୋର କରୋନା ଭାଇରସ ପରୀକ୍ଷା କରାଗଲା ବେଳେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଭାଇରସର କୌଣସି ଲକ୍ଷଣ ମଧ୍ୟ ମୋ ଠାରେ ଦେଖାଯାଇନଥିଲା। ତେବେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଔଷଧ ବିଷୟରେ ଅନେକ ଭଲ କଥା ଶୁଣିଛି। ତେଣୁ ଏହି ଗେମ୍‌ଚେଞ୍ଜର୍‌ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଟାବ୍‌ଲେଟ୍ ସହିତ ଜିଙ୍କ୍‌ ଓ ଆଣ୍ଟିବାୟୋଟିକ୍ ଆଜିଥ୍ରୋମାଇସିନ୍‌ ମିଶାଇ ଖାଉଛି ବୋଲି ଟ୍ରମ୍ପ କହିଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ଏହି ଔଷଧକୁ ଖାଇବା ଆରମ୍ଭ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ ଟ୍ରମ୍ପ। ଏଥିସହିତ ଫ୍ରଣ୍ଟଲାଇନ୍‌ କର୍ମଚାରୀମାନେ ଏହି ଟାବ୍ଲେଟ୍‌ ବ୍ୟବହାର କରିଥିବା ମଧ୍ୟ ସୂଚନା ଦେଇଥିଲେ ଟ୍ରମ୍ପ।

କାହିଁକି ଏହି ଟାବ୍ଲେଟ୍‌ ଖାଉଛନ୍ତି ଆମେରିକା ରାଷ୍ଟ୍ରପତି ?

ପ୍ରକୃତ କଥା ହେଲା ମ୍ୟାଲେରିଆ ଟାବ୍ଲେଟ୍ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ନେଇ ଏକ ନୂଆ ଗବେଷଣା ତଥ୍ୟ ସାମ୍ନାକୁ ଆସିଛି। ସଦ୍ୟ ଗବେଷଣାର ରିପୋର୍ଟ ଅନୁସାରେ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବ୍ଲେଟ୍ ଓ ଜିଙ୍କ୍ ସପ୍ଲିମେଣ୍ଟ ସହିତ ଆଜିଥ୍ରୋମାଇସିନ୍‌କୁ  (Azithromycin)କୁ  କରୋନା ରୋଗୀଙ୍କୁ ଖାଇବାକୁ ଦିଆଯାଏ, ତେବେ ସେମାନଙ୍କ ସୁସ୍ଥ ହେବା ଚାନ୍ସ ଅନେକ ରହିଛି।ଏଥିରେ ଏନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି।
ଏହି ଖବର ଆସିବା ପରେ ସମସ୍ତଙ୍କ ମନରେ କରୋନା ସହିତ ଲଢ଼ିବାର ଆଶା ଜାଗ୍ରତ ହୋଇଛି। ତେବେ ଏ ବିଷୟରେ ଆହୁରି ଗବେଷଣା ଚାଲୁ ରହିଛି। ଆଉ ଭାରତ ବିଦେଶକୁ ଏହି ଔଷଧ ରାପ୍ତାନୀ କରୁଥିବାରୁ ସମସ୍ତଙ୍କ ନଜର ଏବେ ଭାରତ ଉପରେ ରହିଛି।

Advertisment

Advertisment
Advertisment