Advertisment

ଶପଥ ଗ୍ରହଣ ଉତ୍ସବ ପାଇଁ ପଶ୍ଚିମବଙ୍ଗ ପୀଡିତ ପରିବାରକୁ ସ୍ୱତନ୍ତ୍ର ନିମନ୍ତ୍ରଣ କଲେ ମୋଦି

ନୂଆଦିଲ୍ଲୀ: ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର ପଶ୍ଚିମବଙ୍ଗକୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ୫୪ ବିଜେପି ପରିବାରର ସଦସ୍ୟ ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କ ଦ୍ୱିତୀୟ ସରକାର […]

author-image
Minati Mishra
ଶପଥ ଗ୍ରହଣ ଉତ୍ସବ ପାଇଁ  ପଶ୍ଚିମବଙ୍ଗ ପୀଡିତ ପରିବାରକୁ ସ୍ୱତନ୍ତ୍ର ନିମନ୍ତ୍ରଣ କଲେ ମୋଦି

2222222222222222

ନୂଆଦିଲ୍ଲୀ: ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର ପଶ୍ଚିମବଙ୍ଗକୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି।
Advertisment
ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ୫୪ ବିଜେପି ପରିବାରର ସଦସ୍ୟ ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କ ଦ୍ୱିତୀୟ ସରକାର ଶପଥ ସମାରୋହରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ସମସ୍ତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି।
ଲୋକସଭା ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଅନେକ ହିଂସାକାଣ୍ଡ ହୋଇଥିଲା। ଯେଉଁଥିରେ ଅଧିକାଂଶ ବିଜେପି ସମର୍ଥକ ଓ ନେତା ରାଜ୍ୟର ଶାସକ ଦଳ ଟିଏମସି ଦଳର ନେତାଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ।
ପଶ୍ଚିମବଙ୍ଗର ମୋଟ ୪୨ ଲୋକସଭା ଆସନରୁ ବିଜେପି ୧୮ଟି ଜିତିଥିବା ବେଳେ ଟିଏମସି ୨୩ ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ପୀଡ଼ିତ ପରିବାରଙ୍କୁ ଶପଥ ସମାରୋହକୁ ନିମନ୍ତ୍ରଣ କରିବା ତାତ୍ପର୍ଯ୍ୟପୂର୍ଣ୍ଣ ଓ ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ସଦୃଶ ବୋଲି କୁହାଯାଇଛି।
Advertisment
Advertisment
Advertisment