/odishatv-khabar/media/post_attachments/uploadimage/library/16_9/16_9_0/kerala-1_1625456403.jpg)
kerala
କୋଝିକୋଡ଼େ: କେରଳ କୋଝିକୋଡ଼େର କରିପୁର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ଘଟଣାରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କଲେ କେରଳ ସରକାର। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି କେରଳର ପିନରାୟୀ ବିଜୟନ ସରକାର। ଅନ୍ୟପଟେ କେରଳ କୋଝିିକୋଡ଼େ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍।
ସୂଚନାନୁସାରେ, DGCA ଗତବର୍ଷ ଜୁଲାଇ ୧୧ ତାରିଖ ଏୟାରପୋର୍ଟର ସୁରକ୍ଷା ନେଇ ଡାଇରେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଗତବର୍ଷ ଜୁଲାଇ ୨ ତାରିଖ ସାଉଦୀ ଆରବରୁ କୋଝିକୋଡ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ଼୍ରେସ ବିମାନର ଟେଲ ଷ୍ଟ୍ରାଇକ୍କୁ ପରେ DGCA ନିରୀକ୍ଷଣ କରିଥିଲା। ଏଥିସହିତ ରନ୍ୱେରେ ଫାଟ, ପାଣି ଜମୁଥିବା ତଥା ଅଧିକ ରବର ଜମା ରହିବା ନେଇ ମଧ୍ୟ ଚେତାବନୀ ଦେଇଥିଲେ।
ଚନାଥାଉ କି, ଗତକାଲି ଏୟାର ଇଣ୍ଡିଆର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନରେ ୧୮୪ ଜଣ ଯାତ୍ରୀଙ୍କୁ ଧରି କୋଝିକୋଡକୁ ଆସୁଥିଲା। କୋଝିିକୋଡ଼ଠାରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)