Advertisment

କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିପାରିବେ ପରିବାର ଲୋକ : ଅନୁମତି ପ୍ରଦାନ କଲେ ସରକାର

ଥିରୁବନ୍ତପୁରମ୍ : କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକଙ୍କୁ ଅନୁମତି । ଦକ୍ଷିଣ ରାଜ୍ୟ ଗୁଡ଼ିକରେ କରୋନା ପ୍ରକୋପ କମି ନଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ…

author-image
Prangyan Parimita
ଅଦ୍ୟତନ ହୋଇଛି
କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିପାରିବେ ପରିବାର ଲୋକ : ଅନୁମତି ପ୍ରଦାନ କଲେ ସରକାର

kerala

ଥିରୁବନ୍ତପୁରମ୍ : କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକଙ୍କୁ ଅନୁମତି । ଦକ୍ଷିଣ ରାଜ୍ୟ ଗୁଡ଼ିକରେ କରୋନା ପ୍ରକୋପ କମି ନଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ସଂକ୍ରମଣ ଦକ୍ଷିଣ ରାଜ୍ୟ ଗୁଡ଼ିକରୁ ଆସୁଥିବା ଦେଖିବାକୁ ମିଳିଛି । ସେପଟେ କରୋନା କାରଣରୁ ପ୍ରାଣ ହରାଉଥିବା ଲୋକଙ୍କ ଶବ ଓ ଅନ୍ତିମ ସଂସ୍କାର କରିବାର ପୂରା ରୀତିନୀତି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏବେ ସୁଦ୍ଧା ମହାମାରୀ ପ୍ରୋଟୋକଲ୍ କାରଣରୁ ପରିବାରକୁ କରୋନା ମୃତକଙ୍କ ଶବ ଦିଆ ଯାଉନଥିଲା କି ସେମାନେ ମୃତକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରୁ ନଥିଲେ ।

Advertisment

କେରଳରେ ଏବେ ମଧ୍ୟ ଏକ ଲକ୍ଷ ସକ୍ରିୟ ସଂକ୍ରିମତ

ଦେଶର ବିଭିନ୍ନ ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ କେରଳରେ ଏବେ ବି ପ୍ରତିଦିନ ହଜାରେ ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।  ବର୍ତ୍ତମାନ ସୁଦ୍ଧା କେରଳରେ କରୋନା ପଜିଟିଭ ହାର ୧୦ ପ୍ରତିଶତରୁ ଅଧିକ ଥିବାବେଳେ ଦେଶରେ ପଜିଟିଭ ହାର ୨.୭୪ ପ୍ରତିଶତରୁ ମଧ୍ୟ କମ୍ ଅଛି  । ଦେଶରେ ୫.୫୨ ଲକ୍ଷ ସକ୍ରିୟ ସଂକ୍ରମିତ ଥିବାବେଳେ କେବଳ କେରଳରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

କରୋନା ସମୀକ୍ଷା ବୈଠକ ପରେ କେରଳର ମୁଖ୍ୟମନ୍ତ୍ରୀ ପୀନାରାୟି  ବିଜୟନ୍ କହିଛନ୍ତି, ମହାମାରୀ ସଙ୍କଟ ସମୟରେ ମୃତ ଲୋକଙ୍କୁ କୋରୋନାରୁ ଘରକୁ ନନେବା ଏକ ବଡ ପ୍ରସଙ୍ଗ । ପ୍ରୋଟୋକଲ୍ ହେତୁ ଲୋକମାନେ କରୋନାରୁ ମୃତ ବ୍ୟକ୍ତିଙ୍କୁ ଦେଖି ପାରୁନାହାନ୍ତି । ଅନ୍ୟପଟେ  କରୋନା ମୃତକଙ୍କ ଅନ୍ତିମ ସଂସ୍କାରରେ ଅନେକ ଅବହେଳା ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାହୁଁଛନ୍ତି କରୋନାରେ ପ୍ରାଣ ହରାଉଥିବା ଲୋକଙ୍କୁ ଉଚିତ୍ ସମ୍ମାନ ଦିଆଯାଉ ।

Advertisment

କରୋନାରେ କରୋନା ମୃତକଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।  ଫଳରେ ପରିବାର ଲୋକ ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ରୀତିନୀତି କରିପାରିବେ ଓ ଶେଷ ବିଦାୟ ଦେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ଠାରୁ ରାଜ୍ୟର କରୋନାରୁ ମୃତ ବ୍ୟକ୍ତିଙ୍କ ଶବକୁ ଏକ ଘଣ୍ଟା ପାଇଁ ପରିବାରକୁ ହସ୍ତାନ୍ତର କରାଯିବ । ଅନ୍ୟପଟେ ସେ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଚିନ୍ତାର ବିଷୟ । ଅନେକ ଚେଷ୍ଟା ପରେ ପଜିଟିଭ ହାରକୁ ୨୯.୭୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ହୋଇପାରିଛି, ତଥାପି ଅଧିକ ସତର୍କ ରହିବାକୁ ପଡ଼ିବ ।

Advertisment
Advertisment