Advertisment

ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ଅଭିନେତ୍ରୀ

ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ ହୋଇଛନ୍ତି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ଏନେଇ ତାଙ୍କ ବାସଭବନରେ ରେଡ୍ କରିଥିଲେ ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଞ୍ଚ(ସିସିବି)। ତା ସହିତ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। କନ୍ନଡ ସିନେମା ଶିଳ୍ପରେ କଳାକାର ଏବଂ ଗାୟକଙ୍କ ଦ୍ୱାରା ଡ୍ରଗ୍ସ ସେବନ ମାମଲାରେ ଛାନ୍‌ଭିନ୍ ଚଳାଇଛି ବେଙ୍ଗଳୁରୁର କେନ୍ଦ୍ରୀୟ ଅପରାଧ ଶାଖା। ପୂର୍ବରୁ ଏହି ମାମଲାରେ ପୋଲିସ ରବି ନାମକ ଜଣେ ବ୍ୟକ୍ତିଙ୍କୁ […]

author-image
Abinash Pati
ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ଅଭିନେତ୍ରୀ

ragini

ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ ହୋଇଛନ୍ତି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ଏନେଇ ତାଙ୍କ ବାସଭବନରେ ରେଡ୍ କରିଥିଲେ ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଞ୍ଚ(ସିସିବି)। ତା ସହିତ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା।

Advertisment

କନ୍ନଡ ସିନେମା ଶିଳ୍ପରେ କଳାକାର ଏବଂ ଗାୟକଙ୍କ ଦ୍ୱାରା ଡ୍ରଗ୍ସ ସେବନ ମାମଲାରେ ଛାନ୍‌ଭିନ୍ ଚଳାଇଛି ବେଙ୍ଗଳୁରୁର କେନ୍ଦ୍ରୀୟ ଅପରାଧ ଶାଖା। ପୂର୍ବରୁ ଏହି ମାମଲାରେ ପୋଲିସ ରବି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏବେ ସେ ୫ ଦିନିଆ ପୋଲିସ ରିମାଣ୍ଡରେ ଅଛି। ଏହା ପୂର୍ବରୁ ମଧ୍ୟ ବେଙ୍ଗାଳୁରୁ ୩ ଜଣଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଯାହାଙ୍କ ନାଁରେ ଗାୟକ ଓ ଫିଲ୍ମ କଳାକାରଙ୍କୁ ମାଦକ ଦ୍ରବ୍ୟ ଯୋଗାଇବା ନେଇ ଅଭିଯୋଗ ଥିଲା।

ଏହା ପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମାମଲାର ଖୋଳତାଡ଼ ଚାଲିଛି। ସେପଟେ ଡ୍ରଗ୍ସ କାରବାରରେ ସଂପୃକ୍ତି ଅଭିନେତ୍ରୀଙ୍କୁ ବିରୋଧରେ କର୍ଣ୍ଣାଟକରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।

Advertisment
Advertisment
Advertisment