minister
ଲକ୍ଷ୍ନୌ: କରୋନାରେ ଉତ୍ତର ପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ପରଲୋକ ହୋଇଛି। କମଳା ଜୁଲାଇ ୧୮ରୁ ସଂକ୍ରମିତ ହୋଇ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।
କମଳାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏହି ଘଟଣାରେ ପରେ ଆଜି ସେ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି। ଅଗଷ୍ଟ ୫ ତାରିଖରେ ରାମ ଜନ୍ମଭୂମି ପାଇଁ ହେବାକୁ ଥିବା ଭୂମି ପୂଜନ ଉତ୍ସବରେ ଯୋଗ ଦେବାକୁ ଆଜି ପ୍ରସ୍ତୁତି ହୋଇଥିଲା। ଆଦିତ୍ୟ ନାଥ ଆଜି ଅଯୋଧ୍ୟା ଯାଇଥାନ୍ତେ।/odishatv-khabar/media/post_attachments/indiatoday/images/story/202008/ranwGq7G_400x400.jpeg)
କମଳା ଉତ୍ତରପ୍ରଦେଶ ସରକାରରେ ଟେକ୍ନିକାଲ ଏଡୁକେସନ ମିନିଷ୍ଟର ଥିଲେ। ସେ ଚଳିତ ଥର କାନପୁରର ଘାଟମପୁର ନିର୍ବାଚନ ମଣ୍ଡଳିରୁ ବିଧାୟ ଭାବେ ନିର୍ବାଚିତ ହୋଇଥିଲେ। ଜୁଲାଇ ୧୮ ତାରିଖରେ କୋଭିଡ୍ ପଜିଟିବ୍ ଚିହ୍ନଟ ହେବା ପରେ ତାଙ୍କୁ ଲକ୍ଷ୍ନୌ ରାଜଧାନୀ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ସଂକ୍ରମଣ ଫୁସ୍ଫୁସ୍କୁ ପ୍ରଭାବିତ କରିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାକୁ ଲାଗିଲା। ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖାଯାଇଥିଲା। ଡାକ୍ତରଙ୍କ ଶତ ଚେଷ୍ଟା ପରେ ବି ଆଜି କମଳାଙ୍କ ବିୟୋଗ ହୋଇଛି।
କମଳାଙ୍କ ବିୟୋଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ମଧ୍ୟ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ପ୍ରକାଶ ଥାଉକି, ନିଜେ ଶିବରାଜ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/minister-1_1625484033.jpg)