Advertisment

ସନ୍ତୁଷ୍ଟ ନୁହଁ, କିନ୍ତୁ ସମ୍ମାନ ଦେବୁ-ରାୟ ଶୁଣାଣି ପରେ ଏମିତି କହିଲେ ମୁସଲିମ୍ ପର୍ସନଲ ଲ ବୋର୍ଡ୍

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇଛି। ବିବାଦୀୟ ସ୍ଥଳକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ସେହିଭଳି ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ୍ ନିର୍ମାଣ ପାଇଁ ଜାଗା ଦେବାକୁ ଦେଇଛନ୍ତି ଆଦେଶ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁସଲିମ ପକ୍ଷଙ୍କୁ ୫ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତାସହ  ମସଜିଦ ନିର୍ମାଣରେ ସହାୟତା ପାଇଁ […]

author-image
Minati Mishra
ସନ୍ତୁଷ୍ଟ ନୁହଁ, କିନ୍ତୁ ସମ୍ମାନ ଦେବୁ-ରାୟ ଶୁଣାଣି ପରେ ଏମିତି କହିଲେ ମୁସଲିମ୍ ପର୍ସନଲ ଲ ବୋର୍ଡ୍

23456

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇଛି। ବିବାଦୀୟ ସ୍ଥଳକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ସେହିଭଳି ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ୍ ନିର୍ମାଣ ପାଇଁ ଜାଗା ଦେବାକୁ ଦେଇଛନ୍ତି ଆଦେଶ ।

Advertisment

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁସଲିମ ପକ୍ଷଙ୍କୁ ୫ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତାସହ  ମସଜିଦ ନିର୍ମାଣରେ ସହାୟତା ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ରାମମନ୍ଦିର ନିର୍ମାଣ ପାଇଁ ୩ମାସ ଭିତରେ ଟ୍ରଷ୍ଟ ନିର୍ମାଣ ପାଇଁ ଆଦେଶ ଦେଇଛନ୍ତି । ଜମିର ମାଲିକାନା ସ୍ୱତ୍ତ୍ୱ ଉକ୍ତ ଟ୍ରଷ୍ଟ ହାତରେ ରହିବ । କୋର୍ଟଙ୍କ ଆଜିର ଐତିହାସିକ ରାୟ ପରେ  ଅଯୋଧ୍ୟାର ବିବାଦୀୟସ୍ଥଳରେ ହିଁ ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ ହୋଇଛି । ତେବେ କୋର୍ଟଙ୍କ ଏହି ରାୟ ଉପରେ ସୁନି ଓ୍ୱାକଫ୍ ବୋର୍ଡ ସନ୍ତୁଷ୍ଟ ନଥିବା ଏହାର ଓକିଲ ଜାଫରିୟାବ ଜିଲାନୀ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ସମ୍ମାନ କରିଥିଲେ ବି ଏନେଇ ସନ୍ତୁଷ୍ଟ ନୁହେଁ ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋର୍ଡ୍। ମୁସଲିମ୍ ପକ୍ଷଙ୍କ ଓକିଲ ଜାଫରୟାବ ଜିଲାନୀ କହିଛନ୍ତି, କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ, ହେଲେ ରାୟକୁ ନେଇ ସନ୍ତୁଷ୍ଟ ନୋହୁଁ। ଏବେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମୂଲ୍ୟାଙ୍କନ କରିବେ ଏବଂ ଆଗାମୀ ପଦକ୍ଷେପ ନେବ ବୋଲି ଜଫରୟାବ ଜିଲାନୀ କହିଛନ୍ତି।

Advertisment

ଅନ୍ୟପକ୍ଷେ ବାବା ରାମଦେବ ଏହା ଉପରେ ମନ୍ତବ୍ୟ ରଖି କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେବାକୁ ପଡ଼ିବ। କାରଣ ଦେଶ ସମ୍ବିଧାନ ଅନୁସାରେ ଚାଲୁଛି। ସାରା ଦେଶକୁ ଏକଜୁଟ୍ ହୋଇ ଏକଥା ଦେଖାଇବାକୁ ପଡ଼ିବ ଯେ, ସବୁ ଭାରତୀୟ ସମ୍ବାଧାନକୁ ମାନନ୍ତି, ସମସ୍ତଙ୍କ ଭିତରେ ଏକତା, ଭଲପାଇବା, ଶ୍ରଦ୍ଧା ଉପରେ ଭରସା ରହିଛି । କୌଣସି ପ୍ରକାର ହିଂସା ବା ପ୍ରତିହିଂସାକୁ କେହି ଗ୍ରହଣ କରନ୍ତି ନାହିଁ।

Advertisment
Advertisment